Advertisment

୧୨୫୦ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଆଜି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୨୪୯.୧୮କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି।

Loka Seva Bhavan

Loka Seva Bhavan

Advertisment

ରାଜ୍ୟରେ  ଆଉ ୧୨୫୦କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ରାଜ୍ୟରେ ଅତିରିକ୍ତ ୩୬୪୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ମିଳିବ ।

Advertisment

ଆଜି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୨୪୯.୧୮କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ମିଳିଛି। ଯେଉଁ ସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ସେଗୁଡ଼ିକ ହେଲା- ମମତା ଫାବ୍ରିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୫୨କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ଏକ ରେଡିମେଡ୍ ଗାର୍ମେଣ୍ଟ ମ୍ୟାନୁଫାକଚରିଂ ୟୁନିଟ୍  ନିର୍ମାଣ କରାଯିବ, ଯେଉଁଥିରେ ପ୍ରାୟ ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଟେକ୍ସଟାଇଲ୍ କ୍ଷେତ୍ରରେ ୫୦କୋଟି ଟଙ୍କା ବ୍ୟୟରେ ସକ୍ସ ପ୍ରସ୍ତୁତ ୟୁନିଟ୍ ସ୍ଥାପନ କରାଯିବ ।

ସେହିପରି ୮୧୪କୋଟି ଟଙ୍କା ବ୍ୟୟରେ ୩ଟି ଶସ୍ୟଆଧାରିତ ଇଥନଲ ପ୍ଲାଣ୍ଟ ବଲାଙ୍ଗିର, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥାପନ କରାଯିବ, ଏହି ଇଥନଲ୍ ପ୍ରୋଜେକ୍ଟ ଦ୍ୱାରା ମୋଟ ୪୮୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ବେଦାନ୍ତ ଲିମିଟେଡ୍ ୮୦କୋଟି ଟଙ୍କା ବ୍ୟୟରେ  ସୁନ୍ଦରଗଡ଼ସ୍ଥିତ କୋଇଡାଠାରେ ବାର୍ଷିକ ୪.୫  ନିୟୁତ ଟନ୍ ଲୁହାପଥର ବେନିଫିକେସନ ପ୍ଲାଣ୍ଟ ସ୍ଥାପନ କରିବ । ଏହା ଦ୍ୱାରା ୧୫୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Advertisment

ସେହିପରି ଯାଜପୁର କଳିଙ୍ଗନଗରଠାରେ ୧୪୭.୬୪କୋଟି ଟଙ୍କା ବ୍ୟୟରେ ଲିଡିଂ ମ୍ୟାନୁଫାକଚରର ଅଫ ମେଟାଲ ଡାଉନଷ୍ଟ୍ରିମ ପ୍ରଡକ୍ଟ ଦ୍ୱାରା ମ୍ୟାନୁଫ୍ୟାକଚରିଂ ୟୁନିଟ୍ ସ୍ଥାପନ କରାଯିବ । ସେଠାରେ ୧.୮୦ଲକ୍ଷ ଷ୍ଟିଲ ଦୁଆର ଓ ଝରକା ନିର୍ମାଣ କରାଯିବ । ଯାଜପୁରର କଳିଙ୍ଗନଗରଠାରେ ୧୦୫କୋଟି ଟଙ୍କା ବ୍ୟୟରେ ନେଜୋନ୍ ଟ୍ୟୁବସ ଉତ୍କଳ ଲିମିଟେଡ୍ ନିଜର ମ୍ୟାନୁଫ୍ୟାକଚରିଂ ୟୁନିଟର ସମ୍ପ୍ରସାରଣ କରିବ । ଯେଉଁଠି ବାର୍ଷିକ ୧.୬୦ଲକ୍ଷ ମେଟ୍ରିକ ଟନ୍ ପାଇପ୍ ଓ ଟ୍ୟୁବ୍ ପ୍ରସ୍ତୁତ ହୋଇପାରିବ ବୋଲି ଜଣାପଡ଼ିଛି ।

Naveen Patnaik Cabinet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe