Advertisment

୬ ଆଇପିଏସ୍‌ଙ୍କୁ DIG ଭାବେ ପଦୋନ୍ନତି

ପଦୋନ୍ନତି ପାଇଥିବା ୬ ଆଇପିଏସ୍‌ଙ୍କ ମଧ୍ୟରୁ ୩ ଜଣ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି।

author-image
Jitendra Garnayak
Lokaseva Bhaban

Lokaseva Bhaban

ରାଜ୍ୟ ସରକାର ଆଜି ୬ ଜଣ ଆଇପିଏସ୍‌ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ସେମାନେ ଡିଆଇଜି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ଏହି ସମସ୍ତ ଆଇପିଏସ୍ ଅଫିସର ହେଉଛନ୍ତି ୨୦୧୦ ବ୍ୟାଚ୍‌ର।

Advertisment

ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଆଇପିଏସ୍ ଅଫିସରମାନେ ହେଉଛନ୍ତି- ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି।

ଏହି ୬ ଜଣଙ୍କ ମଧ୍ୟରୁ ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Advertisment
Ips