Advertisment

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି; ବାହାରିଛି ୧୦୮ ପଦବୀ, ୧୬ରୁ ଅନ୍‌ଲାଇନ୍ ଆବେଦନ

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏପ୍ରିଲ ୧୫ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣଯୋଗ୍ୟ ହେବ ନାହିଁ।

Man

Man

Advertisment

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (OUHS), ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ରେ ୧୦୮ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦେବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଷ୍ଟେଟ୍ ସିଲେକ୍ସନ ବୋର୍ଡ (SSB) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଅନ୍‌ଲାଇନ୍ ଆବେଦନ

ଏଥିପାଇଁ ମାର୍ଚ୍ଚ ୧୬ ତାରିଖ ଅପରାହ୍ନ ୧ଟାରୁ ଅନ୍‌ଲାଇନ୍‌ରେ ଆବେଦନ କରି ହେବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏପ୍ରିଲ ୧୫ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣଯୋଗ୍ୟ ହେବ ନାହିଁ।

ସଂରକ୍ଷଣ

୧୦୮ଟି ପଦରୁ ୨୪ଟି ଏସ୍‌ସିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୧୮ଟି ଏସ୍‌ସି, ୧୨ଟି ଏସ୍‌ଇବିସିଙ୍କ ପାଇଁ ସଂରକ୍ଷିତ ରହିଛି। ୩୦ଟି ପଦ ଅସଂରକ୍ଷିତ ରହିଛି। ସେହିପରି ଏହି ୧୦୮ଟି ପଦରୁ ୩୬ଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି।

Advertisment

ଏସ୍‌ସିଙ୍କ ପାଇଁ ୨୪ଟି ସଂରକ୍ଷିତ ଥିବା ବେଳେ ସେଥିରେ ସେହି ବର୍ଗର ମହିଳାଙ୍କ ପାଇଁ ୮ଟି ପଦ ସଂରକ୍ଷିତ ହୋଇଛି। ସେହିପରି ଏସ୍‌ସିଙ୍କ ପାଇଁ ଉଦ୍ଦିଷ୍ଟ ୧୮ଟି ପଦବୀ ମଧ୍ୟରୁ ୬ଟି ମହିଳାଙ୍କ ପାଇଁ, ଏସ୍‌ଇବିସିଙ୍କ ପାଇଁ ସଂରକ୍ଷିତ ୧୨ଟି ପଦ ମଧ୍ୟରୁ ୪ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅସଂରକ୍ଷିତ ବର୍ଗରେ ୫୪ଟି ପଦ ଥିବା ବେଳେ ସେଥିରୁ ୧୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଯଦି ଯୋଗ୍ୟ ମହିଳା ପ୍ରାର୍ଥୀ ନ ମିଳନ୍ତି,ସେ ସ୍ଥାନରେ ପୁରୁଷମାନଙ୍କୁ ନିଯୁକ୍ତି ଦିଆଯିବ।

ବୟସ ସୀମା

୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ସେହି ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୩୮ ବର୍ଷରୁ ଅଧିକ ବୟସ ନହୋଇଥିବା ଦରକାର। ଏସ୍‌ସି,ଏସ୍‌ଟି, ଏସ୍‌ଇବିସି, ମହିଳା ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରୀମ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତା’ସହିତ କମ୍ପ୍ୟୁଟର ବ୍ୟବହାର ନିମିତ୍ତ ଆବଶ୍ୟକ ଜ୍ଞାନ ଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା

୨୦୦ ମାର୍କର ଲିଖିତ ପରୀକ୍ଷା ହେବ। ତା’ ସହିତ ୫୦ ମାର୍କର କମ୍ପ୍ୟୁଟର ସ୍କିଲ୍ ପରୀକ୍ଷା ହେବ। ମୋଟ ୨୫୦ ମାର୍କରୁ ଚୟନ ହେବ।

ଅଧିକ ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe