Advertisment

SSC ପ୍ରକାଶ କଲା ବିଜ୍ଞପ୍ତି; ପୂରଣ ହେବ ୩୦୦ରୁ ଅଧିକ ପଦବୀ

ଆବେଦନ ବାବଦରେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

author-image
Debibandita Barick
ଅଦ୍ୟତନ ହୋଇଛି
SSC

SSC

କର୍ମଚାରୀ ଚୟନ ଆୟୋଗ (SSC) ଜୁନିଅର୍ ହିନ୍ଦି ଅନୁବାଦକ(ଟ୍ରାନ୍ସଲେଟର) (JHT) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ। କେବେ ଆବେଦନ କରାଯିବ ଏବଂ କିପରି ଚୟନ ପ୍ରକ୍ରିୟା ହେବ, ଜାଣନ୍ତୁ...

Advertisment

SSC ପକ୍ଷରୁ ପ୍ରକାଶ ପାଇଥିବା ହିନ୍ଦି ଟ୍ରାନ୍ସଲେଟର ପଦବୀ ପାଇଁ ପ୍ରାର୍ଥୀଙ୍କୁ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in ମାଧ୍ୟମରେ ଆବେଦନ କରିପାରିବେ। ଅଫିସିଆଲ୍ ବିଜ୍ଞପ୍ତି ଜାଣିବା ପାଇଁ SSC JHT Recruitment 2024 Apply for 312 posts Notification ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଏଥିପାଇଁ ଅଗଷ୍ଟ ୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଗଷ୍ଟ ୨୫ରେ ଆବେଦନର ଶେଷ ତାରିଖ ରହିଛି। ସେପ୍ଟେମ୍ବର ୪ ଓ ୫ରେ ତ୍ରୁଟି ସଂଶୋଧର କରିପାରିବେ। 

Advertisment

ଖାଲି ପଦବୀ:
ଏହି ନିଯୁକ୍ତି ଅନୁସାରେ ମୋଟ୍ ୩୧୨ଟି ପୋଷ୍ଟ୍ ପୂରଣ ହେବ। କେଉଁ ପଦବୀ ପାଇଁ କେତେ ଆସନ ଖାଲି ରହିଛି ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ଏସି/ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଛି।

ମାସିକ ଦରମା:

  • ସର୍ବନିମ୍ନ ଦରମା – ୩୪,୪୦୦ ଟଙ୍କା
  • ସର୍ବାଧିକ ଦରମା – ୧,୪୨,୪୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ଟଙ୍କା
  • SC/ ST/ESM/ ଦିବ୍ୟାଙ୍ଗ – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସ୍କିଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍
Job Odisha Govt Job SSC Recruitment Translator Posts