Advertisment

ପୂରଣ ହେବ ୯୬୮ଟି ଜୁନିୟର ଇଞ୍ଜିନିୟର ପଦ, ୧୮ରେ ସରିବ ଆବେଦନ ପ୍ରକ୍ରିୟା

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ SSCର ୱେବସାଇଟ୍ ssc.nic.inକୁ ଯାଇ ଆବେଦନ କରିପାରିବେ।

Road Construction

Road Construction

Advertisment

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୯୬୮ଟି କନିଷ୍ଠ ଯନ୍ତ୍ରୀ (ଜୁନିୟର ଇଞ୍ଜିନିୟର) ପଦବୀ ପୂରଣ କରିବା ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (SSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଥିବା ଯୁବକ,ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୧୮।

Advertisment

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ SSCର ୱେବସାଇଟ୍ ssc.nic.inକୁ ଯାଇ ଆବେଦନ କରିପାରିବେ। ଆବେଦନକାରୀମାନେ ଏପ୍ରିଲ ୨୨ରୁ ୨୩ ତାରିଖ ମଧ୍ୟରେ ସେମାନଙ୍କ ଆବେଦନପତ୍ରରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ।

୯୬୮ଟି ଜୁନିୟର ଇଞ୍ଜିନିୟର ପଦ ମଧ୍ୟରୁ କେବଳ ସୀମା ସଡ଼କ ସଂଗଠନ (BRO)ରେ ୪୩୮ଟି ପଦବୀ ପୂରଣ କରାଯିବ। ଏସବୁ ପଦରେ ସିଭିଲ ଇଞ୍ଜିନିୟରିଂ କରିଥିବା ଯୁବକମାନେ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ, କେବଳ ପୁରୁଷମାନଙ୍କ ପାଇଁ ଏହି ପଦଗୁଡ଼ିକ ଉଦ୍ଦିଷ୍ଟ। ସେହିପରି ସୀମା ସଡ଼କ ସଂଗଠନ (BRO)ରେ ୩୭ଟି ଇଲେକ୍ଟ୍ରିକାଲ ଓ ମେକାନିକାଲ ଜୁନିୟର ଇଞ୍ଜିନିୟର ପଦ ପୂରଣ କରାଯିବ। ଏହି ପଦଗୁଡ଼ିକ ବି କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ।

Advertisment

ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ବ୍ରହ୍ମପୁତ୍ର ବୋର୍ଡରେ ୧୨ଟି ସିଭିଲ ଜୁନିୟର ଇଞ୍ଜିନିୟର ପଦ ପୂରଣ କରାଯିବାକୁ ଥିବା ବେଳେ କେନ୍ଦ୍ରୀୟ ଜଳ ଆୟୋଗରେ ୧୨ଟି ମେକାନିକାଲ ଜୁନିୟର ଇଞ୍ଜିନିୟର ପଦ ସହିତ ୧୨୦ଟି ସିଭିଲ ଜୁନିୟର ଇଞ୍ଜିନିୟର ପଦ ପୂରଣ କରାଯିବ। ସେଣ୍ଟ୍ରାଲ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟରେ ୨୧୭ଟି ସିଭିଲ ଜୁନିୟର ଇଞ୍ଜିନିୟର ଓ ୧୨୧ଟି ଇଲେକ୍ଟ୍ରିକାଲ ଜୁନିୟର ଇଞ୍ଜିନିୟର ପଦ ପୂରଣ କରାଯିବ। ସେହିପରି ଅନ୍ୟାନ୍ୟ କିଛି ବିଭାଗରେ ଜୁନିୟର ଇଞ୍ଜିନିୟର (ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ)ଙ୍କୁ ନିଯୁକ୍ତି ଦିଆଯିବ।

ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା

ପ୍ରାର୍ଥୀମାନେ ଇଞ୍ଜିନିୟରିଂର ସଂପୃକ୍ତ ପାଠ୍ୟକ୍ରମଗୁଡ଼ିକରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ଡିଗ୍ରୀ କିମ୍ବା ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ। ସେଣ୍ଟ୍ରାଲ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟର ୧୨୧ଟି ଇଲେକ୍ଟ୍ରିକାଲ ଜୁନିୟର ଇଞ୍ଜିନିୟର ପଦ ପୂରଣ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୦୨୪ ଅଗଷ୍ଟ ୧ ତାରିଖ ସୁଦ୍ଧା ୩୨ ବର୍ଷ ରହିବା ଆବଶ୍ୟକ। ତେବେ ଅନ୍ୟାନ୍ୟ ସମସ୍ତ ବିଭାଗରେ ଜୁନିୟର ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ରଖାଯାଇଛି। ଅନ୍ୟପକ୍ଷରେ ଏସ୍‌ସି/ଏସ୍‌ଟି/ଓବିସି/ଏକ୍ସ-ସର୍ଭିସମ୍ୟାନ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ କରାଯାଇଛି।

ଏହି ବିଜ୍ଞପ୍ତି ସଂପର୍କରେ ସବିଶଷ ତଥ୍ୟ ଜାଣିବା ପାଇଁ ଏହିଠାରେ କ୍ଲିକ୍ କରନ୍ତୁ।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe