/odisha-reporter/media/post_attachments/uploadimage/library/16_9/16_9_0/Computer__1712850619.jpg)
Computer
ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଲୋୟର ଡିଭିଜନ କ୍ଳର୍କ (ଏଲ୍ଡିସି) ଓ ଡାଟା ଏଣ୍ଟ୍ରୀ ଅପରେଟର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟାଫ୍ ସିଲେକ୍ସନ କମିଶନ (SSC)। ୩୭୧୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇପାରେ, ତାହା ଏସ୍ଏସ୍ସିର କ୍ଷମତା ପରିସରଭୁକ୍ତ।
ଅନ୍ଲାଇନ ଆବେଦନ
ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏପ୍ରିଲ୍ ୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୧୦ ଓ ୧୧ ମଧ୍ୟରେ ଆବେଦନକାରୀମାନେ ସେମାନଙ୍କ ଅନ୍ଲାଇନ୍ ଆବେଦନରେ ଆବଶ୍ୟକ ସଂଶୋଧନ କରିପାରିବେ।
ଦରମା
ଲୋୟର ଡିଭିଜନ କ୍ଲକ(ଏଲ୍ଡିସି)/ ଜୁନିୟର ସେକ୍ରେଟେରୀଏଟ ଆସିଷ୍ଟାଣ୍ଟ (ଜେଏସ୍ଏ)ଙ୍କ ଦରମା ପେ’ ଲେବଲ-୨ରେ ଯାଉଛି। ସେମାନେ ମାସିକ ୧୯,୯୦୦ରୁ ୬୩,୨୦୦ ଟଙ୍କା ଦରମା ପାଇବେ।
ଡାଟା ଏଣ୍ଟ୍ରୀ ଅପରେଟର (ଡିଇଓ)ମାନେ ପେ’ ଲେବଲ-୪ ଓ ୫ରେ ଅନ୍ତର୍ଭୁକ୍ତ। ସେମାନେ ଯଥାକ୍ରମେ ମାସିକ ୨୫,୫୦୦ରୁ ୮୧,୧୦୦ ଏବଂ ୨୯,୨୦୦ରୁ ୯୨,୩୦୦ ଟଙ୍କା ପାଇବେ।
ଡାଟା ଏଣ୍ଟ୍ରୀ ଅପରେଟର ଗ୍ରେଡ୍ ‘ଏ’ ପେ’ ଲେବଲ ୪ରେ ଯାଉଥିବା ବେଳେ ସେମାନେ ୨୫,୫୦୦ରୁ ୮୧,୧୦୦ ଟଙ୍କା ଦରମା ପାଇବେ।
ବୟସ ଓ ଶିକ୍ଷାଗତ ଯୋଗ୍ୟତା
ଅଗଷ୍ଟ ୧, ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏସ୍/ଏସ୍ଟିଙ୍କ ପାଇଁ ଏଥିରେ ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସିଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି। ସେହିଭଳି ଅନ୍ୟାନ୍ୟ ସଂରକ୍ଷିତ ବର୍ଗ ପାଇଁ ବୟସରେ କୋହଳ ବ୍ୟବସ୍ଥା ରହିଛି।
ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ। ଆବେଦନ ଫି’ ୧୦୦ ଟଙ୍କା ରହିଛି। ମହିଳା, ଏସ୍ସି/ଏସ୍ଟି ଓ ଏକ୍ସ ସର୍ଭିସ୍ମେନ୍ଙ୍କ ପାଇଁ ଏଥିରେ ଛାଡ଼ ରହିଛି।
ଏହି ନିଯୁକ୍ତି ସଂପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ପୂରା ବିଜ୍ଞପ୍ତି କୁ ଦେଖି ନିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
