Advertisment

ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କ ପାରିଶ୍ରମିକ ବଢ଼ିଲା

ମହିଳା କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ୱ ଛୁଟି ମଧ୍ୟ ପାଇପାରିବେ।

Loka Seva Bhaban

Loka Seva Bhaban

Advertisment

ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

Advertisment

ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ପାରିଶ୍ରମିକ ବାବଦକୁ ପୂର୍ବରୁ ମାସିକ ୭ ହଜାର ଟଙ୍କା ପାଉଥିବା ବେଳେ ଏଣିକି ୧୦ ହଜାର ଟଙ୍କା ପାଇବେ। ସେହିପରି ପୂର୍ବରୁ ସେମାନେ ବର୍ଷକୁ ୧୦ ମାସ ପାରିଶ୍ରମିକ ପାଉଥିବା ବେଳେ ଏବେ ପୂରା ୧୨ ମାସ ପାଇଁ ପାଇବେ। ସେମାନେ ଏଣିକି ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ମହିଳା କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ୱ ଛୁଟି ପାଇପାରିବେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୪୬୦୫ ଜଣ ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ଉପକୃତ ହେବେ। ସୂଚନାଯୋଗ୍ୟ, ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ କଳା ଓ ଶାରୀରିକ ଶିକ୍ଷା ତାଲିମ ଦେବା ପାଇଁ ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ନିୟୋଜିତ କରାଯାଇଛି।

Advertisment
Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe