Paper
ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UBI)ରେ ଚାକିରି ସୁଯୋଗ। ଲୋକାଲ୍ ବ୍ୟାଙ୍କ୍ ଅଫିସର(LBO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ୟୁନିୟନ ବ୍ୟାଙ୍କ୍। ଏହି ନିଯୁକ୍ତି ମାଧ୍ୟମରେ ୧୫୦୦ ପଦବୀ ପୂରଣ ହେବ। ସମଗ୍ର ଦେଶର ବିଭିନ୍ନ ବ୍ରାଞ୍ଚ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାରେ ୧୦୦ଟି ପଦବୀ ପୂରଣ ହେବ।
Advertisment
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBIର ଅଫିସିଆଲ୍ ୱେବ୍ସାଇଟ୍ unionbankofindia.co.in ମାଧ୍ୟମରେ ଆବେଦନ କରିପାରିବେ। ଅକ୍ଟୋବର ୨୪ରୁ ଆବେଦନ ଆରମ୍ଭ ହୋଇଯାଇ ଥିବାବେଳେ ୧୩ ନଭେମ୍ବର ଶେଷ ତାରିଖ।
ଖାଲି ପଦବୀ: ୧୫୦୦ଟି ପୋଷ୍ଟ୍
- UR – ୬୧୩
- EWS – ୧୫୦
- OBC – ୪୦୪
- SC – ୨୨୪
- ST – ୧୦୯
ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍ ଡିଗ୍ରୀ
Advertisment
ବୟସ ସୀମା:
- ସର୍ବନିମ୍ନ ବୟସ – ୨୦ ବର୍ଷ
- ସର୍ବାଧିକ ବୟସ – ୩୦ ବର୍ଷ
ଷ୍ଟାଇପେଣ୍ଡ୍:
- ସର୍ବନିମ୍ନ ଦରମା – ୨୪,୦୦୦ ଟଙ୍କା
- ସର୍ବାଧିକ ଦରମା – ୨,୧୫,୦୦୦ ଟଙ୍କା
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/ OBC/EWS – ୮୫୦ ଟଙ୍କା
- SC/ST /PWBD/ESM – ୧୭୫ ଟଙ୍କା
ଚୟନ ପ୍ରକ୍ରିୟା:
- ଅନ୍ଲାଇନରେ ପରୀକ୍ଷା
- ଗ୍ରୁପ୍ ଡିସ୍କସନ୍
- ଡକ୍ୟୁମେଣ୍ଟ୍ ଯାଞ୍ଚ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
