Advertisment

ବ୍ୟାଙ୍କରେ ଚାକିରି ସୁଯୋଗ; ୬୦୬ SO ପଦବୀରେ ହେବ ନିଯୁକ୍ତି

ଏହି ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(UBI)ରେ ଚାକିରି ସୁଯୋଗ। ଏହି ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା। ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ବିଜ୍ଞପ୍ତି ଅନୁଯାୟୀ ମୋଟ ୬୦୬ଟି ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBIର ଅଫିସିଆଲ୍ ୱେବସାଇଟ୍ unionbankofindia.co.in ମାଧ୍ୟମରେ ଆବେଦନ କରିପାରିବେ। ଚଳିତ ମାସ ୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ୨୩ ଫେବୃଆରୀ। ମାର୍ଚ୍ଚ କିମ୍ବା ଅପ୍ରେଲରେ ପରୀକ୍ଷା ହୋଇପାରେ। ନିଯୁକ୍ତି ବାବଦରେ କେତେକ ଜରୁରୀ ସୂଚନା ନିମ୍ନରେ ଦିଆଯାଇଛି...

ମୋଟ ପଦବୀ: ୬୦୬

  • ଚିଫ୍ ମ୍ୟାନେଜର୍ – ୦୫ଟି 
  • ସିନିୟର ମ୍ୟାନେଜର୍ – ୪୨ଟି 
  • ମ୍ୟାନେଜର୍ – ୪୫୧ଟି 
  • ଆସିଷ୍ଟାଣ୍ଟ୍ ମ୍ୟାନେଜର୍ – ୧୦୮ଟି 
Advertisment

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ଅନୁସାରେ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି
  • ଅଧିକାଂଶ ପଦବୀ ପାଇଁ B.Sc./B.Tech. Degree in Computer Science/ Computer Science & Engineering/ Information Technology/ Software Engineering/ Electronics & Communications Engineering ସାର୍ଟିଫିକେଟ ଆବଶ୍ୟକତା ରହିଛି।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ପଦବୀ ଅନୁସାରେ ବୟସ ସୀମା ଭିନ୍ନ ରଖାଯାଇଛି।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ /EWS/OBC – ୮୫୦ ଟଙ୍କା ଦେବାକୁ ଥିବାବେଳେ SC / ST / PWBD ପ୍ରାର୍ଥୀମାନେ ୧୭୫ ଟଙ୍କା କମ୍ ପୈଠ କରିବେ।

ଚୟନ ପ୍ରକ୍ରିୟା:

  • ଅନଲାଇନ୍ ପରୀକ୍ଷା
  • ଗ୍ରୁପ୍ ଡିସ୍‌କସନ
  • ବ୍ୟକ୍ତିଗତ ସାକ୍ଷାତକାର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ unionbankofindia.co.in କ୍ଲିକ୍ କରନ୍ତୁ
  • ହୋମ୍‌ପେଜ୍‌ରେ ଥିବା Recruitment ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • Union Bank Recruitment of Specialist Officers ( 2024-25) ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଆପ୍ଲାଏ କରିବା ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଫର୍ମ ଦାଖଲ କରନ୍ତୁ ଏବଂ ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ନିଜ ପାଖରେ ରଖନ୍ତୁ
Job Opportunity Job Recruitment Bank Job Union Bank Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe