Representative Image
ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC)ରେ ବିଭିନ୍ନ ପଦବୀ ପୂରଣ ହେବ। ଏନେଇ UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ UPSCରେ ବିଶେଷଜ୍ଞ, ସହକାରୀ ନିର୍ଦ୍ଦେଶକ ସମେତ ବିଭିନ୍ନ ପଦବୀ ପୂରଣ ହେବ।
Advertisment
୩୦୦ରୁ ଅଧିକ ପଦବୀ ପୂରଣ ନେଇ UPSC ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ମେ ୫ରୁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।ଆବେଦନର ଶେଷ ତାରିଖ ଜୁନ୍ ୧୩ ରହିଛି। UPSCର ଅଫିସିଆଲ୍ ୱେବ୍ସାଇଟ୍ upsc.gov.in ମାଧ୍ୟମରେ ଆବେଦନ କରିପାରିବେ।
ଖାଲି ପଦବୀ:
- ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିକାଲ କେମିଷ୍ଟ – ୪
- ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ – ୬୭
- ସିଭିଲ୍ ହାଇଡ୍ରୋଗ୍ରାଫିକ୍ ଅଧିକାରୀ – ୪
- ସ୍ପେଶାଲିଷ୍ଟ ତୃତୀୟ ଶ୍ରେଣୀ ସହକାରୀ ପ୍ରଫେସର – ୧୬୭
- ଡେପୁଟି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର – ୯
- ସହକାରୀ ନିର୍ଦ୍ଦେଶକ ତୃତୀୟ ଶ୍ରେଣୀ – ୫୦
- ପ୍ରଶିକ୍ଷଣ ଅଧିକାରୀ (ମହିଳା) – ୮
- ସହକାରୀ ପ୍ରଫେସର (ୟୁରୋଲୋଜି) – ୧
Advertisment
ଏହିପରି ମୋଟ୍ ୩୧୨ଟି ପୋଷ୍ଟ୍ ରହିଛି, ସମ୍ପୂର୍ଣ୍ଣ ତାଲିକା ଜାଣିବା ପାଇଁ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ।
ବୟସ ସୀମା:
- ବିଭିନ୍ନ ପଦବୀ ପାଇଁ କଟକଣା ଭିନ୍ନ ଭିନ୍ନ
- ବୟସ ଗଣନା ୧୩।୦୬।୨୦୨୪ ଅନୁସାରେ ହେବ
ଆବେଦନ ଶୁଳ୍କ:
- SC/ST/PwD/ମହିଳା – ଦେୟମୁକ୍ତ
- ଅନ୍ୟମାନେ – ୨୫ ଟଙ୍କା
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ upconline.nic.in ଓପନ୍ କରନ୍ତୁ
- ନାମ ପଞ୍ଜିକରଣ କରନ୍ତୁ
- ଆପ୍ଲିକେସନ୍ ୱିଣ୍ଡୋରେ ଲଗ୍-ଇନ୍ କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ଆବେଦନ ଶୁଳ୍କ ଦିଅନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମ ଡାଉନଲୋଡ୍ କରିବା ସହ ନିଜ ପାଖରେ ଏକ ପ୍ରିଣ୍ଟ ରଖନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
