Advertisment

EPFOରେ ଚାକିରି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟରେ ଆଜି ହିଁ ଆବେଦନ କରିପାରିବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
EPFO  Recruitment

EPFO Recruitment

ସରକାରୀ ଚାକିରି ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ଲାଗି ଖୁସି ଖବର। କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ତଥା EPFOରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ତଥା UPSC ତରଫରୁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟରେ ଆଜି ହିଁ ଆବେଦନ କରିପାରିବେ। ଆବେଦନ କରିବା ଶେଷ ତାରିଖ ମାର୍ଚ୍ଚ ୧୭ ରହିଛି।

Advertisment

ମୋଟ ପଦବୀ- ୫୭୭

ଏନ୍‌ଫୋର୍ସମେଣ୍ଟ ଅଫିସର/ଆକାଉଣ୍ଟସ୍ ଅଫିସର୍‌- ୪୧୮
ଆସିଷ୍ଟାଣ୍ଟ ପ୍ରଭିଡେଣ୍ଟ ଫଣ୍ଡ କମିଶନର୍‌- ୧୫୯

ଶିକ୍ଷାଗତ ଯୋଗ୍ୟତା- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟ ଉପରେ ଆବେଦନକାରୀ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ।

Advertisment

ବୟସ ସୀମା- ଆସିଷ୍ଟାଣ୍ଟ ପ୍ରଭିଡେଣ୍ଟ ଫଣ୍ଡ କମିଶନର୍ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ଥିବା ବେଳେ ଏନ୍‌ଫୋର୍ସମେଣ୍ଟ ଅଫିସର ପାଇଁ ବୟସ ସୀମା ୩୦ ରଖାଯାଇଛି।

ଆବେଦନ ଫି’- ପ୍ରାର୍ଥୀମାନଙ୍କୁ ଏସବିଆଇର ଯେକୌଣସି ଶାଖାରେ ନଗଦ ଅର୍ଥ କିମ୍ବା କୌଣସି ବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ସୁବିଧା କିମ୍ବା ଭିସା / ମାଷ୍ଟର / ରୂପା / କ୍ରେଡିଟ୍ / ଡେବିଟ୍ କାର୍ଡ / ୟୁପିଇ ପେମେଣ୍ଟ ବ୍ୟବହାର କରି କେବଳ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ମହିଳା ପ୍ରାର୍ଥି, ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗ ପାଇଁ ଆବେଦନ ଶୁକ୍ଳ ଛାଡ କରାଯାଇଛି। 

କିଭଳି ରହିବ ପେ’ ସ୍କେଲ୍‌?
ଏନଫୋର୍ସମେଣ୍ଟ ଅଫିସର / ଆକାଉଣ୍ଟସ୍ ଅଫିସର ଲାଗି ସପ୍ତମ ସିପିସି ଅନୁଯାୟୀ ପେ ମ୍ୟାଟ୍ରିକ୍ସରେ ସ୍ତର- ୮ ରଖାଯାଇଛି।

ଆସିସାଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନରଙ୍କ ପାଇଁ ସ୍ତର - ସପ୍ତମ ସିପିସି ଅନୁଯାୟୀ ପେ ମ୍ୟାଟ୍ରିକ୍ସରେ ସ୍ତର- ୧୦ ରଖାଯାଇଛି।

କିଭଳି କରିବେ ଆବେଦନ?
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ upsconline.nic.in କୁ ଯାଆନ୍ତୁ। ଏହାପରେ ହୋମ୍ ପେଜର ୱାନ୍ ଟାଇମ ରେଜିଷ୍ଟ୍ରେସନ୍ ତଥା ଓଟିଆର୍‌କୁ ଯାଇ ରେଜିଷ୍ଟର କରି ୟୁପିଏସ୍‌ସିର ଅନ୍‌ଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲ୍‌ଅପ କରନ୍ତୁ। ଏହାପରେ ଆପ୍ଲିକେସନ୍ ଫିସ୍ ଦେଇ ଫର୍ମ ସବ୍‌ମିଟ୍ କରନ୍ତୁ। 

ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ। 

 check the official notification.

UPSC Job Vacancy EPFO