Advertisment

ମେ' ୨୬ରେ ହେବାକୁ ଥିବା ୟୁପିଏସସି ପ୍ରିଲିମନାରୀ ପରୀକ୍ଷା ସ୍ଥଗିତ

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା। ମେ ୨୬ରେ ହେବନି ପ୍ରିଲିମନାରୀ ଟେଷ୍ଟ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିସନ ସୂଚନା ଦିଆଯାଇଛି। 

Advertisment

ସୂଚନା ଅନୁସାରେ, ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷା ବିଳମ୍ବରେ ହେବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ ୨୫ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି। ନିର୍ବାଚନ ସରିବା ପରେ ପରୀକ୍ଷା ତାରିଖ ଘୋଷଣା କରିବେ ଆୟୋଗ।  

ନିକଟରେ ହୋଇଥିବା ୟୁପିଏସସି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷର ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୫ଟି ପଦବୀ ପୂରଣ ହେବ। ୟୁପିଏସସି ଦ୍ୱାରା ପ୍ରତିବର୍ଷ ଆୟୋଜିତ ସିଭିଲ୍ ସର୍ଭିସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ମାଧ୍ୟମରେ କରାଯାଏ। ଏହି ପରୀକ୍ଷା ଅଧୀନୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ପାଇଁ ଅଧିକାରୀ ଚୟନ କରାଯାଏ।

Advertisment

ପ୍ରକାଶ ଥାଉ କି, ଏପ୍ରିଲ ୧୯ରୁ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଅନ୍ୟ ପର୍ଯ୍ୟାୟଗୁଡିକ ଏପ୍ରିଲ୍ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ।

Lok Sabha Elections Civil Service Exam Postpone UPSC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe