Advertisment

ଉତ୍ତର ପ୍ରଦେଶ ପୁଲିସ ପରୀକ୍ଷା ବାତିଲ୍, ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା

ନିକଟରେ ଉତ୍ତର ପ୍ରଦେଶ ସରକାରଙ୍କ ଅଧୀନରେ କନଷ୍ଟେବଳ ପରୀକ୍ଷା ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Police With Protesters

Police With Protesters

ବିବାଦ ପରେ ଉତ୍ତର ପ୍ରଦେଶ ପୁଲିସ ପରୀକ୍ଷା ବାତିଲ୍ ହେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କହିଛନ୍ତି, ଏହି ଘଟଣାରେ ଏସଟିଏଫ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଫେବ୍ରୁଆରୀ ୧୭ ଏବଂ ୧୮ରେ ଉତ୍ତର ପ୍ରଦେଶ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା। ୬୦ ହଜାର ପଦବୀରେ କରାଯାଇଥିବା ଏହି ପରୀକ୍ଷାରେ ୪୮ ଲକ୍ଷ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରୀକ୍ଷା କେନ୍ଦ୍ରରେ କୌଣସି ବୈଦ୍ୟୁତିକ ଉପକରଣ ବହନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। 

କିନ୍ତୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ହଜାର ହଜାର ଆଶାୟୀ ଆନ୍ଦୋଳନ କରିଥିଲେ। ଉକ୍ତ ପରୀକ୍ଷାକୁ ବାତିଲ୍ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଥିଲେ। ବ୍ୟାପକ ଆନ୍ଦୋଳନ ପରେ ପରକ୍ଷାକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ। ତେବେ ଆଗରୁ କେବେ ପରୀକ୍ଷା ହେବ, ସେନେଇ ତାରିଖ ଘୋଷଣା କରାଯାଇ ନାହିଁ।  

Advertisment

ପ୍ରକାଶ ଥାଉ କି, କନଷ୍ଟେବଳ ପରୀକ୍ଷା ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଥିଲା। ନକଲି ଆଇ-କାର୍ଡ ତିଆରି କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଥିଲା ପୁଲିସ।  

Uttar Pradesh Police Exam Canceled Uttar Pradesh Police Recruitment Exam Paper Leak