Advertisment

ରେଳବାଇରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୩,୩୧୭ ପଦବୀ

ଆବେଦନକାରୀଙ୍କର କେଉଁ ସବୁ ଯୋଗ୍ୟତା ଥିବା ଦରକାର, ଜାଣନ୍ତୁ...

author-image
Debibandita Barick
Train

Train

ପଶ୍ଚିମ ମଧ୍ୟ ରେଳବାଇ ବା ୱେଷ୍ଟ ସେଣ୍ଟ୍ରାଲ ରେଲୱେ (WCR)ରେ ପୂରଣ ହେବ ଏକାଧିକ ପଦବୀ। ଏନେଇ WCR ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆପ୍ରେଣ୍ଟିସର ବିଭିନ୍ନ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସୁଯୋଗ ରହିଛି। ଭାରତୀୟ ରେଳୱେର ଅଫିସିଆଲ୍ ୱେବ୍‌ସାଇଟ୍‌ wcr.indianrailways.gov.in ମାଧ୍ୟମରେ ଆବେଦନ କରିପାରିବେ। ତେବେ ଆବେଦନକାରୀଙ୍କର କେଉଁ ସବୁ ଯୋଗ୍ୟତା ଥିବା ଦରକାର, ଜାଣନ୍ତୁ... 

ଆବେଦନ ତାରିଖ:
୫ ଅଗଷ୍ଟରୁ ଅନଲାଇନ ଜରିଆରେ ଆବେଦନ ଆରମ୍ଭ ହୋଇଯାଇଛି। ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ସମୟସୀମା ରହିଛି। ଏହି ଦିନ ମଧ୍ୟରେ ଆବେଦନ କରିପାରିବେ। 

Advertisment

ଖାଲି ପଦବୀ: ୩,୩୧୭

  • ଜବଲପୁର ଡିଭିଜନ – ୧୨୬୨
  • ଭୋପାଲ ଡିଭିଜନ – ୮୨୪
  • କୋଟା ଡିଭିଜନ – ୮୩୨
  • CRWS ଭୋପାଲ – ୧୭୫
  • WRS କୋଟା – ୧୯୬
  • ଜବଲପୁର ମୁଖ୍ୟ କାର୍ଯ୍ୟାଳୟରେ – ୨୮

ଯୋଗ୍ୟତା:
ମେଡିକାଲ୍ ଲାବୋରେଟୋରୀ ଟେକ୍ନିସିଆନ୍ (ପାଥୋଲୋଜି ଏବଂ ରେଡିଓଲୋଜି) ବ୍ୟତୀତ ଅନ୍ୟ ସମସ୍ତ ଟ୍ରେଡ୍ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ବ୍ୟତୀତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଷୟ ସହ ଦ୍ୱାଦଶ ପାଶ୍‌ ଏବଂ NCVT / SCVT ଦ୍ୱାରା ଜାରି ବିଜ୍ଞପ୍ତି ଟ୍ରେଡ୍‌ରେ ଯୋଗ୍ୟତା ଥିବା ଆବଶ୍ୟକ। 

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୪୧ଟଙ୍କା
  • SC/ ST/ESM/ ଦିବ୍ୟାଙ୍ଗ/ମହିଳା – ୪୧ଟଙ୍କା

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Railway Railway Job Job Alert