Advertisment

୧୦ଟି ଭେଜ୍‌ ଫୁଡ୍‌ ଯାହାକି ବାସ୍ତବରେ ନନ୍‌ଭେଜ୍‌

ଖାଦ୍ୟ ନେଇ ଶାକାହାରୀ ଲୋକଙ୍କ ପାଖରେ ସୀମିତ ବିକଳ୍ପ ଥାଏ, କିନ୍ତୁ ସେମାନେ ଏଥିରେ ସନ୍ତୁଷ୍ଟ ରହନ୍ତି ଓ ଏହାକୁ ଭରପୂର ଉପଭୋଗ କରନ୍ତି। ସଂପୂର୍ଣ୍ଣ ଶାକାହାରୀ ବନ୍ଧୁଟିଏକୁ ଆମିଷ ହୋଟେଲ୍‌କୁ ନେଇକି ଗଲେ ତାଙ୍କର ପ୍ରତିକ୍ରିୟା କେମିତି ହୋଇଥାଏ, ତାହା ଆପଣ ଅଙ୍ଗେ ନିଭାଇ ଥିବେ ନିଶ୍ଚୟ। ତେବେ ଆଜି ଆମେ ଏଠାରେ ଯେଉଁ କଥା ଲେଖୁଛୁ ତାହା ପଢ଼ିଲେ ଭେଜ୍‌ ରେଷ୍ଟୁରାଣ୍ଟକୁ ଯାଉଥିବା ଶାକାହାରୀ ବ୍ୟକ୍ତିମାନଙ୍କ ହୋସ୍ ଉଡ଼ିଯିବ। ଭେଜ୍ ରେଷ୍ଟୁରାଣ୍ଟରେ ଆମେ ଖାଉଥିବା […]

ଅଦ୍ୟତନ ହୋଇଛି
୧୦ଟି ଭେଜ୍‌ ଫୁଡ୍‌ ଯାହାକି ବାସ୍ତବରେ ନନ୍‌ଭେଜ୍‌
Advertisment

ଖାଦ୍ୟ ନେଇ ଶାକାହାରୀ ଲୋକଙ୍କ ପାଖରେ ସୀମିତ ବିକଳ୍ପ ଥାଏ, କିନ୍ତୁ ସେମାନେ ଏଥିରେ ସନ୍ତୁଷ୍ଟ ରହନ୍ତି ଓ ଏହାକୁ ଭରପୂର ଉପଭୋଗ କରନ୍ତି। ସଂପୂର୍ଣ୍ଣ ଶାକାହାରୀ ବନ୍ଧୁଟିଏକୁ ଆମିଷ ହୋଟେଲ୍‌କୁ ନେଇକି ଗଲେ ତାଙ୍କର ପ୍ରତିକ୍ରିୟା କେମିତି ହୋଇଥାଏ, ତାହା ଆପଣ ଅଙ୍ଗେ ନିଭାଇ ଥିବେ ନିଶ୍ଚୟ। ତେବେ ଆଜି ଆମେ ଏଠାରେ ଯେଉଁ କଥା ଲେଖୁଛୁ ତାହା ପଢ଼ିଲେ ଭେଜ୍‌ ରେଷ୍ଟୁରାଣ୍ଟକୁ ଯାଉଥିବା ଶାକାହାରୀ ବ୍ୟକ୍ତିମାନଙ୍କ ହୋସ୍ ଉଡ଼ିଯିବ। ଭେଜ୍ ରେଷ୍ଟୁରାଣ୍ଟରେ ଆମେ ଖାଉଥିବା ଅନେକ ଭେଜ୍ ବା ନିରାମିଷ ଖାଦ୍ୟ ପ୍ରକୃତରେ ନନ୍‌ଭେଜ ବା ଆମିଷ ହୋଇଥାଏ। ସେମିତି କିଛି ଖାଦ୍ୟ ସଂପର୍କରେ ଆମେ ଏଠି ଆଲୋଚନା କରୁଛୁ।

Advertisment

publive-image

ମେନ୍‌ଚାଓ ସୁପ୍- ଆମେ ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟକୁ ଗଲେ ଆମେ ପାଖରେ ସୁପ୍ ପାଇଁ ଦୁଇଟି ବିକଳ୍ପ ଥାଏ। ଗୋଟିଏ ଭେଜ୍ ସୁପ୍ ଓ ଆଉ ଗୋଟିଏ ନନ୍‌ଭେଜ୍ ସୁପ୍। ଯଦି ଆପଣଙ୍କୁ କୁହାଯିବ ଯେ ବାସ୍ତବରେ ଆପଣ ଯେଉଁ ଭେଜ୍ ସୁପ୍ ପିଉଛନ୍ତି ତାହା ପୂର୍ଣ୍ଣ ମାତ୍ରାରେ ଭେଜ୍ ନୁହେଁ, ତା’ହେଲେ ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ? ମେନ୍‌ଚାଓ ସୁପ୍ ହେଉଛି ଚୀନର ଏକ ପ୍ରକାର ଭେଜ୍ ସୁପ୍। ଆପଣମାନେ ପ୍ରାୟ ସମସ୍ତେ ରେଷ୍ଟୁରାଣ୍ଟକୁ ଗଲେ ଏହି ସୁପ୍‌ର ମଜା ନେଇଥିବେ। ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ମେନ୍‌ଚାଓ ସୁପ୍‌ରେ ମାଛରୁ ପ୍ରସ୍ତୁତ ଏକ ସସ୍‌ ପକାଯାଏ। ଏହାକୁ କୁହାଯାଏ ଟମ୍ ୟମ୍ ସସ୍‌। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମସ୍ତ ହୋଟେଲ୍ ଓ ରାଷ୍ଟୁରାଣ୍ଟରେ ଏହି ସସ୍‌ର ବ୍ୟବହାର କରାଯାଏ। ତେବେ ସୁପ୍ ଖାଇବା ପୁର୍ବରୁ ଯାଞ୍ଚ କରି ନେଲେ ଭଲ।

nan

ନାନ୍‌- ଜୈନ ଧର୍ମାବଲମ୍ବୀମାନେ ମଧ୍ୟ ନାନ୍ ଖାଆନ୍ତି। କାରଣ ସେମାନେ ଭାବନ୍ତି ଯେ ଏହା ସଂପୂର୍ଣ୍ଣ ନିରାମିଷ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ରାଷ୍ଟୁରାଣ୍ଟରେ ନାନ୍‌ର ଅଟାକୁ ଚକଟି ବେଳେ ସେଥିରେ ଅଣ୍ଡା ମିଶାଇ ଥାଆନ୍ତି। ଅଣ୍ଡା ମିଶାଇବା ଦ୍ୱାରା ତାହା ନରମ ରହେ।

Advertisment

publive-image

ଧଳା ଚିନି- ଏହାର ବହୁଳ ବ୍ୟବହାର ହୋଇଥାଏ। ଚା’ଠାରୁ ଆରମ୍ଭ କରି ଜଳଖିଆ ଓ ବିଭିନ୍ନ ପ୍ରକାର ମିଠା ଜିନିଷ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ। ଯଦି ଆପଣଙ୍କୁ କୁହାଯାଏ ଧଳା ଚିନି ମଧ୍ୟ ନନ୍‌ ଭେଜ୍‌, ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ? ଆପଣ କହିବେ ଏହା ମିଛ। କିନ୍ତୁ ଏହା ମିଛ ନୁହେଁ। ଚିନିକୁ ବ୍ଲିଚ୍ କରିବା ପାଇଁ ନାଚୁରାଲ କାର୍ବନ ବ୍ୟବହାର କରାଯାଏ। ପ୍ରକୃତରେ ଏହି ନାଚୁରାଲ କାର୍ବନ ହେଉଛି ପଶୁମାନଙ୍କର ଜଳି ଯାଇଥିବା ହାଡ଼। ଅଧିକାଂଶ କଂପାନୀ ଗ୍ରାନୁଲାର କାର୍ବନ ବ୍ୟବହାର କରିଥାଆନ୍ତି, କାରଣ ଏଥିରେ ପଶୁଙ୍କ ହାଡ଼ ନଥାଏ। ତେଣୁ ମାଟିଆ ରଙ୍ଗର ଚିନି ବା ବ୍ରାଉନ ସୁଗାର ବ୍ୟବହାର କରନ୍ତୁ।

heartoil

ହାର୍ଟ ଫ୍ରେଣ୍ଡଲି ଅଏଲ- ଅନେକ ସମୟରେ ଆମକୁ ହାର୍ଟ ଫ୍ରେଣ୍ଡଲି ଅଏଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଏହି ତେଲ କୋଲେଷ୍ଟେରୋଲ ସ୍ତରକୁ ନିୟନ୍ତ୍ରଣ କରେ। କିନ୍ତୁ ଜାଣିଛନ୍ତି ଏଗୁଡ଼ିକ ଭେଜ୍ ନୁହନ୍ତି। ଅଧିକାଂଶ ହାର୍ଟ ଫ୍ରେଣ୍ଡଲି ଅଏଲ୍‌ରେ ଓମେଗା-୩ ଏସିଡ୍ ରହିଛି ଓ ଏହାକୁ ମାଛ ତେଲରୁ ବାହାର କରାଯାଏ। ଆପଣମାନେ ଶୁଣି ଥିବେ ଏହି ପ୍ରକାର ତେଲରେ ଭିଟାମିନ୍ ଡି ମଧ୍ୟ ରହିଛି। ଏହି ଭିଟାମିନ୍ ମେଣ୍ଢା ଠାରୁ ଆସିଥାଏ। ତେଣୁ ଏବେଠାରୁ ତେଲ କିଣିଲା ବେଳେ ସେଥିରେ ମିଶିଥିବା ଉପାଦାନଗୁଡ଼ିକ ସଂପର୍କରେ ଜାଣି ନିଅନ୍ତୁ।

publive-image

ସାଲାଡ୍‌ ଡ୍ରେସିଂ- ଯେତେବେଳେ ଶାକାହାରୀମାନେ ବିଦେଶ ଗସ୍ତରେ ଯାଆନ୍ତି ଖାଇବା ପାଇଁ ହଇରାଣ ହୁଅନ୍ତି। କାରଣ ବିଦେଶରେ ପୂର୍ଣ୍ଣ ନିରାମିଷ ଖାଦ୍ୟ ମିଳିବା ବଡ଼ କଷ୍ଟ। ତେଣୁ ସେମାନେ ବିଶେଷ କରି ସାଲାଡ୍ ଉପରେ ନିର୍ଭର କରନ୍ତି। କିନ୍ତୁ ସାଲାଡ୍‌କୁ ଡ୍ରେସିଂ କରିବାକୁ ବ୍ୟବହାର କରାଯାଉଥିବା ଜିନିଷ ନିରାମିଷ ହୋଇ ନଥାଏ। ସାଲାଡ୍‌ରେ ବ୍ୟବହୃତ ସସ୍‌ରେ ଅଣ୍ଡା ପଡ଼ିଥାଇପାରେ। ତେଣୁ ଶାକାହାରୀ ବ୍ୟକ୍ତିମାନେ ବିଦେଶରେ ହୋଟେଲ୍‌ରେ ସାଲାଡ୍‌ ଅର୍ଡର ଦେବା ବେଳେ ସେଥିରେ ପଡୁଥିବା ଉପାଦାନଗୁଡ଼ିକ ବିଷୟରେ ଭଲ ଭାବେ ପଚାରି ବୁଝି ନିଅନ୍ତୁ।

beer

ବିଅର- ବିଅରରେ କ’ଣ ସବୁ ମିଶିଛି ଜାଣିବା ପରେ ହୁଏତ ଅନେକ ଏହାକୁ ପିଇବା ଛାଡ଼ି ଦେଇ ପାରନ୍ତି। ବିଅରର ରଙ୍ଗକୁ ଭଲ କରିବାକୁ ଅନେକ କଂପାନୀ ମାଛର ମୂତ୍ରାଶୟକୁ ବ୍ୟବହାର କରନ୍ତି। ଆପଣ ବିଅରର ରଙ୍ଗକୁ ଭାରି ଭଲ ପାଉଥାଇପାରନ୍ତି। କିନ୍ତୁ ଏହା ସତ ଯେ ଏହାକୁ ଏମିତି ରଙ୍ଗୀନ କରିବା ପାଇଁ ମାଛର ମୂତ୍ରାଶୟ ହିଁ ବ୍ୟବହାର କରାଯାଏ।

publive-image

ଆଳୁ ଚିପ୍ସ- ପ୍ରାୟ ସମସ୍ତେ ଆଳୁ ଚିପ୍ସ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି ଏଥିରେ ଫ୍ଲେଭର ଆଣିବା ପାଇଁ ଚିକେନ୍‌ର ଫ୍ୟାଟ୍ ବ୍ୟବହାର କରାଯାଏ। ତେବେ କିଛି କଂପାନୀ ଚିକେନ୍ ଫ୍ୟାଟ୍ ବ୍ୟବହାର କରନ୍ତି ନାହିଁ।

publive-image

କେକ୍‌ ମିକ୍ସ- ଅନେକ ଶାକାହାରୀ ଲୋକ ଘରେ କେକ୍‌ ବନେଇକି ଖାଇଥାନ୍ତି। କାରଣ ବାହାରେ ମିଳୁଥିବା କେକ୍ ସଂପୂର୍ଣ ଭେଜ୍ ନୁହେଁ ବୋଲି ସେମାନେ ମନେ କରନ୍ତି। ଅନେକ କଂପାନୀ ଏଥିରେ ଘୁଷୁରି ଚର୍ବିରୁ ପ୍ରସ୍ତୁତ ଏକ ପାଉଡର ପକାଇ ଥାଆନ୍ତି।

cheese

ପନିର- ଛେନା ବିନା ଶାକାହାରୀ ଲୋକେ ଫାଷ୍ଟଫୁଡ୍ କଥା ଚିନ୍ତା କରି ପାରିବେନି। କିନ୍ତୁ କିଛି ପ୍ରକାର ଛେନା ପଶୁମାନଙ୍କ ଖାଦ୍ୟନଳୀରେ ଥିବା ଏକ ପ୍ରକାର ଏନ୍‌ଜାଇମରୁ ପ୍ରସ୍ତୁତ ହୋଇଥାଏ।

jelly

ଜେଲି- ଜେଲିର ମିଠା କିମ୍ୱା ଚକୋଲେଟ୍‌ ପିଲାମାନଙ୍କର ଖୁବ ପସନ୍ଦ। ଶାକାହାରୀ ଲୋକମାନେ ଘରକୁ ଆସିଥିବା ଅତିଥିମାନଙ୍କୁ ଭୋଜନ ପରେ ଜେଲି ଦେବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି ଏଥିରେ ପଶୁମାନଙ୍କର ଶରୀରର କିଛି ଅଂଶ ମିଶିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe