Advertisment

ଶରୀରରେ ବିଷ ବଢ଼ାଉଛି ୧୨ ପ୍ରକାର ଫଳ ଓ ପନିପରିବା

ନୂଆଦିଲ୍ଲୀ: ଶରୀରରେ ବିଷର ମାତ୍ରା ବଢ଼ାଉଛି ୧୨ ପ୍ରକାର ଫଳ ଓ ପନିପରିବା। ଯାହା ଭିତରେ ରହିଛି ଆପଣଙ୍କ ପସନ୍ଦର ଅନେକ ଫଳ। ଏହାକୁ ଜାଣିବା ଜରୁରୀ। ଫଳ ଓ ପନିପରିବା ଖାଇଲେ ଶରୀରକୁ ଅନେକ ପୋଷଣ ମିଳିଥାଏ। ତେଣୁ ସମସ୍ତେ ଏହା ଆବଶ୍ୟକ ପରିମାଣର ଖାଇବା ଉଚିତ୍। ଫଳ ଓ ପନିପରିବା ଖାଇବା ଦ୍ୱାରା ଶରୀରରେ ହଜମ ଶକ୍ତି ଠିକ୍ ରହିଥାଏ। ଶରୀରକୁ ଭିଟାମିନ, ଖଣିଜ ପ୍ରଭୃତି ମିଳିଥାଏ। ଉକ୍ତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ହେଲେ […]

ଅଦ୍ୟତନ ହୋଇଛି
ଶରୀରରେ ବିଷ ବଢ଼ାଉଛି ୧୨ ପ୍ରକାର ଫଳ ଓ ପନିପରିବା

frute

Advertisment

ନୂଆଦିଲ୍ଲୀ: ଶରୀରରେ ବିଷର ମାତ୍ରା ବଢ଼ାଉଛି ୧୨ ପ୍ରକାର ଫଳ ଓ ପନିପରିବା। ଯାହା ଭିତରେ ରହିଛି ଆପଣଙ୍କ ପସନ୍ଦର ଅନେକ ଫଳ। ଏହାକୁ ଜାଣିବା ଜରୁରୀ।

Advertisment

ଫଳ ଓ ପନିପରିବା ଖାଇଲେ ଶରୀରକୁ ଅନେକ ପୋଷଣ ମିଳିଥାଏ। ତେଣୁ ସମସ୍ତେ ଏହା ଆବଶ୍ୟକ ପରିମାଣର ଖାଇବା ଉଚିତ୍। ଫଳ ଓ ପନିପରିବା ଖାଇବା ଦ୍ୱାରା ଶରୀରରେ ହଜମ ଶକ୍ତି ଠିକ୍ ରହିଥାଏ। ଶରୀରକୁ ଭିଟାମିନ, ଖଣିଜ ପ୍ରଭୃତି ମିଳିଥାଏ। ଉକ୍ତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ହେଲେ ନିକଟରେ ଜାରି ଏକ ରିପୋର୍ଟ ମୁତାବକ ୧୨ ପ୍ରକାର ଫଳ ଓ ପନିପରିବା ଖାଇବା ଦ୍ୱାରା ଶରୀରରେ ବିଷର ମାତ୍ରା ବଢ଼ି ଯାଇଥାଏ। ଏହା ଦ୍ୱାରା ଶରୀରରେ ଗମ୍ଭୀର ରୋଗ ସୃଷ୍ଟି ହୋଇପାରେ। ଆମେରିକାର ଏନଭାୟାରମେଣ୍ଟ ୱାର୍କିଂ ଗ୍ରୁପ୍ ଦ୍ୱାରା ଚଳିତ ବର୍ଷ ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।

Advertisment

ଶରୀରରେ ବିଷ ବଢ଼ାଉଥିବା ଫଳ ଓ ପରିବା ତାଲିକାରେ ଷ୍ଟ୍ରବେରୀ, ପାଳଙ୍ଗ ଶାଗ, ସୋରିଷ ଶାଗ, ସେଓ, ଅଙ୍ଗୁର, ସିମଳା ଲଙ୍କା ଓ ରାଗ ଲଙ୍କା, ଚେରି, ନାସପାତି, ଟମାଟୋଳ ନେକ୍ଟରିନ ଓ ସେଲେରି ପ୍ରମୁଖ ରହିଛି। ଏହା ଶରୀରରେ କ୍ୟାନ୍ସର ବଢ଼ାଇବାର ମଧ୍ୟ କାରଣ ହୋଇପାରେ। ତେବେ ବିଶେଷଜ୍ଞଙ୍କ ମୁତାବକ ଜୈବିକ ଖତ ଦ୍ୱାରା ଉତ୍ପାଦିତ ଏହି ଖାଦ୍ୟଗୁଡ଼ିକ ଶରୀର ପ୍ରତି ସେତେ ଅଧିକ ହାନିକାରକ ନୁହେଁ। କାରଣ ଏଥିରୁ ମଧ୍ୟ ଶରୀରକୁ ଅନେକ ଖାଦ୍ୟ ସାର ଓ ଖଣିଜ ମିଳିଥାଏ। ଖାଦ୍ୟ ଅଭାବ ପୂରଣ ନିମନ୍ତେ ଚାଷ କାର୍ଯ୍ୟରେ ଅଧିକ ପରିମାଣର ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଫଳ ଓ ପରିବାରେ ବିଷର ପରିମାଣ ବଢ଼ାଉଛି।

ସେହିପରି ଶରୀରରେ କମ୍ କୀଟନାଶକ ବା ବିଷ ବଢ଼ାଉ ଥିବା ଫଳ ମଧ୍ୟରେ ମିଠା ମକା, ସପୁରୀ, ପିଆଜ, ଅମୃତଭଣ୍ଡା, ମିଠା ମଟର, ଶତାବରୀ, ମିଠା ତରଭୁଜ, କିଓ୍ବି, ବନ୍ଧାକୋବି, ଛତୁ, ଖରଭୁଜ, ଆମ୍ବ, ତରଭୁଜ ଓ କନ୍ଦମୂଳ ପ୍ରଭୃତି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe