Advertisment

ଯୁବତୀଙ୍କ ମଧ୍ୟରେ ଏବେ ମୋଟା ଆଇବ୍ରୋ ରଖିବା ଲାଗି ବଢୁଛି ଟ୍ରେଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋଟା ଆଇବ୍ରୋ ରଖିବା ବର୍ତ୍ତମାନ ଯୁବତୀଙ୍କ ମଧ୍ୟରେ ଏକ ଫ୍ୟାଶନ୍‌ ଟ୍ରେଣ୍ଡରେ ପରିଣତ ହୋଇଛି। ସେହି ପୁରୁଣା ଦିନ ଚାଲି ଯାଇଛି, ଯେଉଁ ସମୟରେ ମହିଳାମାନେ ପତଳାରୁ ପତଳା ଆଇବ୍ରୋ ରଖିବା ପାଇଁ ପସନ୍ଦ କରୁଥିଲେ। ୯୦ ଦଶକରେ ମହିଳାମାନେ ମୋଟା ଆଇବ୍ରୋ ରଖିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ଏହି ପ୍ରକାର ଆଇବ୍ରୋ ରଖିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ୍‌ କହିଲେ ଚଳେ। କିଛି ମହିଳାଙ୍କର ଜନ୍ମରୁ ପତଳା ଆଇବ୍ରୋ […]

ଅଦ୍ୟତନ ହୋଇଛି
ଯୁବତୀଙ୍କ ମଧ୍ୟରେ ଏବେ ମୋଟା ଆଇବ୍ରୋ ରଖିବା ଲାଗି ବଢୁଛି ଟ୍ରେଣ୍ଡ

eyebrow

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋଟା ଆଇବ୍ରୋ ରଖିବା ବର୍ତ୍ତମାନ ଯୁବତୀଙ୍କ ମଧ୍ୟରେ ଏକ ଫ୍ୟାଶନ୍‌ ଟ୍ରେଣ୍ଡରେ ପରିଣତ ହୋଇଛି। ସେହି ପୁରୁଣା ଦିନ ଚାଲି ଯାଇଛି, ଯେଉଁ ସମୟରେ ମହିଳାମାନେ ପତଳାରୁ ପତଳା ଆଇବ୍ରୋ ରଖିବା ପାଇଁ ପସନ୍ଦ କରୁଥିଲେ।

Advertisment

୯୦ ଦଶକରେ ମହିଳାମାନେ ମୋଟା ଆଇବ୍ରୋ ରଖିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ଏହି ପ୍ରକାର ଆଇବ୍ରୋ ରଖିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ୍‌ କହିଲେ ଚଳେ।
କିଛି ମହିଳାଙ୍କର ଜନ୍ମରୁ ପତଳା ଆଇବ୍ରୋ ସମସ୍ୟା ରହିଥାଏ। ଯଦି ଆପଣଙ୍କର ମଧ୍ୟ ସମାନ ସମସ୍ୟା ରହିଛି, ତେବେ ଆମେ ଆପଣଙ୍କୁ ଆଜି କିଛି ଟିପ୍ସ କହିବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଆଇବ୍ରୋକୁ ମୋଟା ଓ କଳା କରିପାରିବେ।

୧. ଆଇବ୍ରୋର କେଶ ବୃଦ୍ଧି ପାଇଁ ଏହାର ମୂଳକୁ ମାଲିସ୍‌ କରନ୍ତୁ। ଏଥିପାଇଁ ଆପଣ ଏକ ବ୍ରସ୍‌ ଯୋଗେ ଦିନକୁ ଦୁଇଥର ଆଇବ୍ରୋର କେଶ ମୂଳକୁ ମାଲିସ କରନ୍ତୁ।

Advertisment

୨. ଆଇବ୍ରୋ କେଶରେ ତେଲ ଲଗାଇବା ଦ୍ୱାରା ଏହା ଆପଣଙ୍କୁ ପୋଷଣ ଯୋଗାଇ କେଶ ବୃଦ୍ଧି କରାଇବାରେ ସହୟକ ହୋଇଥାଏ। ଏଥିପାଇଁ ଆପଣ ଅଲିଭ୍‌ ଅଏଲ୍‌, କାଷ୍ଟର ଅଏଲ୍‌ ଏବଂ ପେଟ୍ରୋଲିୟମ୍ ଜେଲିକୁ ମଧ୍ୟ ଦିନକୁ ଦୁଇଥର ବ୍ୟବହାର କରିପାରିବେ।

୩. ସାଧାରଣତଃ ଆଇବ୍ରୋ ଉଠିବା ପାଇଁ ଅଧିକ ସମୟ ନେଇଥାଏ। ଏଥିପାଇଁ ଆପଣ କମ୍‌ ସେ କମ୍‌ ୧୨ ସପ୍ତାହ ପର୍ଯ୍ୟନ୍ତ ଟ୍ୟୁଜର୍‌ କିମ୍ୱା ରେଜର୍‌ରେ ଆଇବ୍ରୋ କେଶକୁ ନ ଉପାଡ଼ି ଏହାର ବୃଦ୍ଧି ହେବାକୁ ଛାଡ଼ି ଦିଅନ୍ତୁ। ଏକ ବ୍ରସ୍‌ ଯୋଗେ ପ୍ରତିଦିନ ଆଇବ୍ରୋକୁ ସେପ୍‌ ଦିଅନ୍ତୁ। ଯେବେ ଆପଣଙ୍କୁ ଲାଗିବ ଯେ ଆପଣଙ୍କ ଆଇବ୍ରୋର ବୃଦ୍ଧି ହୋଇଛି, ସେତେବେଳେ ପାର୍ଲର୍‌ ଯାଇ ଏହାକୁ ସେପ୍‌ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe