Advertisment

ଜାଣନ୍ତୁ ସୈନ୍ଧବ ଲୁଣର ୪ଟି ଆଶ୍ଚର୍ଯ୍ୟ ଗୁଣ ସଂପର୍କରେ

ପ୍ରାୟ ସମସ୍ତଙ୍କ ଘରେ ସୈନ୍ଧବ ଲୁଣ ବା କଳା ଲୁଣର ବ୍ୟବହାର କରାଯାଏ। ଅନେକ ଜଣ  ଫଳ କିମ୍ୱା ସାଲାଡ ଖାଇବାବେଳେ ସୈନ୍ଧବ ଲୁଣକୁ ବ୍ୟବହାର କରନ୍ତି। ସାଧାରଣ ଲୁଣ ଅପେକ୍ଷା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ। ଏଥିରେ ମ୍ୟାଗ୍ନେସିୟମ୍ ସଲ୍ଫେଟ ଅଧିକ ମାତ୍ରାରେ ଥାଏ। ସେହିପରି ଏହା ହାଡକୁ ମଜଭୁତ ରଖିବା ସହ ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ସୈନ୍ଧବ ଲୁଣ ଖାଇଲେ କ’ଣ ଫାଇଦା ମିଳିଥାଏ। ଚିନ୍ତାରୁ […]

author-image
Rakesh Mallick
ଜାଣନ୍ତୁ ସୈନ୍ଧବ ଲୁଣର ୪ଟି ଆଶ୍ଚର୍ଯ୍ୟ ଗୁଣ ସଂପର୍କରେ

ପ୍ରାୟ ସମସ୍ତଙ୍କ ଘରେ ସୈନ୍ଧବ ଲୁଣ ବା କଳା ଲୁଣର ବ୍ୟବହାର କରାଯାଏ। ଅନେକ ଜଣ  ଫଳ କିମ୍ୱା ସାଲାଡ ଖାଇବାବେଳେ ସୈନ୍ଧବ ଲୁଣକୁ ବ୍ୟବହାର କରନ୍ତି। ସାଧାରଣ ଲୁଣ ଅପେକ୍ଷା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ। ଏଥିରେ ମ୍ୟାଗ୍ନେସିୟମ୍ ସଲ୍ଫେଟ ଅଧିକ ମାତ୍ରାରେ ଥାଏ। ସେହିପରି ଏହା ହାଡକୁ ମଜଭୁତ ରଖିବା ସହ ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ସୈନ୍ଧବ ଲୁଣ ଖାଇଲେ କ’ଣ ଫାଇଦା ମିଳିଥାଏ।

Advertisment

depractionଚିନ୍ତାରୁ ମୁକ୍ତି: ସୈନ୍ଧବ ଲୁଣର ବ୍ୟବହାର କରି ଆପଣ ମାନସିକ ଚିନ୍ତା ଦୂର କରିପାରିବେ। ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଏକ କପ୍ ସୈନ୍ଧବ ଲୁଣ ମିଶାଇ ଗାଧାନ୍ତୁ। ଏହିପରି ନିୟମିତ କଲେ ଚିନ୍ତାଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Muscle-Pain-Reliefମାଂସପେଶୀ ଯନ୍ତ୍ରଣା ଲାଘବ କରେ: ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିଲେ କିମ୍ୱା ହାଡ ସହ ଜଡିତ  କୌଣସି ସମସ୍ୟା ଦେଖାଗଲେ ସୈନ୍ଧବ ଲୁଣ ଖାଆନ୍ତୁ। ଏହାଦ୍ୱାରା ଶୀଘ୍ର ଆରାମ ମିଳିବ। ଅଳ୍ପ ଗରମ ପାଣିରେ ସୈନ୍ଧବ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କଷ୍ଟ ଅନୁଭବ ହେଉଥିବା ଜାଗାରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏପରି କଲେ ମାଂସପେଶୀ ଯନ୍ତ୍ରଣାରୁ ଶୀଘ୍ର ଆରାମ ମିଳିବ।

Advertisment

hair-lossକେଶ ମଜଭୁତ କରେ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସୈନ୍ଧବ ଲୁଣ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, କେଶ ପାଇଁ ମଧ୍ୟ ଲାଭକାରୀ। ଫାଟି ଯାଉଥିବା କେଶ ପାଇଁ ଚିନ୍ତିତ ଥିଲେ କିମ୍ୱା କେଶର ଘନତା ବଢାଇବା ପାଇଁ ସୈନ୍ଧବ ଲୁଣର ବ୍ୟବହାର କରିପାରିବେ। ଡିପ୍‌ କଣ୍ଡିସନର ସହ ଏହି ଲୁଣକୁ ମିଶାଇ ଓଦା ଚୁଟିରେ ଲଗାନ୍ତୁ।  ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ଶୁଖିବାକୁ ଦିଅନ୍ତୁ। ପରେ ଥଣ୍ଡା ପାଣିରେ କେଶକୁ ଧୋଇଦିଅନ୍ତୁ ।ସପ୍ତାହକୁ ଥରେ ଏହି ମିଶ୍ରଣ ଲଗାନ୍ତୁ ।ଏପରି କରିବା ଦ୍ବାରା କେଶ ସୁନ୍ଦର ହେବା ସହ ମଜଭୁତ ରହିଥାଏ।

Dry_Skinଶୁଷ୍କ ତ୍ୱଚା ସମସ୍ୟା ଦୂର କରେ: ଶୁଷ୍କ ତ୍ୱଚା କିମ୍ୱା ବ୍ଲାକହେଡସ୍ ପରି ସମସ୍ୟା ପାଇଁ ଚିନ୍ତିତ ଥିଲେ ସୈନ୍ଧବ ଲୁଣକୁ ବ୍ୟବହାର କରିପାରିବେ। ସୈନ୍ଧବ ଲୁଣକୁ ଏକ ଚାମଚ ଅଲିଭ ତେଲରେ ମିଶାଇ ମୁଁହରେ ଲଗାନ୍ତୁ। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ତ୍ୱଚାରେ ଚମକ ଫେରି ପାଇବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣକୁ ମୁଁହରେ ଲଗାନ୍ତୁ।