Advertisment

ଏହି ରାଶିର ବ୍ୟକ୍ତି ପ୍ରେମରେ ଦିଅନ୍ତି ଧୋକା, ରୁହନ୍ତୁ ସାବଧାନ

ଦୁନିଆରେ ଏକାଧିକ ବ୍ୟକ୍ତିତ୍ୱର ଲୋକ ଦେଖିବାକୁ ମିଳିଥାନ୍ତି। ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱର ଲୋକଙ୍କ ବ୍ୟବହାର ମଧ୍ୟ ଭିନ୍ନ ହୋଇଥାଏ। ଖାସ କରି ଭଲ ପାଇବା ଓ ଜୀବନସାଥୀଙ୍କୁ ନେଇ ଲୋକଙ୍କ ମାନସିକତା ଭିନ୍ନ ରହିଥାଏ। ଏହା ରାଶିର ପ୍ରଭାବରେ ହୋଇଥାଏ ବୋଲି ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି। ୧୨ଟି ରାଶି ମଧ୍ୟରୁ ଏପରି ୪ଟି ରାଶି ଅଛି, ଯାହାର ପ୍ରଭାବରେ ଜଣେ ନିଜ ଜୀବନସାଥୀଙ୍କୁ ଯେକୌଣସି ସମୟରେ ପ୍ରତାରଣା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହି ୪ଟି ରାଶି ସମ୍ପର୍କରେ। […]

author-image
Rakesh Mallick
ଏହି ରାଶିର ବ୍ୟକ୍ତି ପ୍ରେମରେ ଦିଅନ୍ତି ଧୋକା, ରୁହନ୍ତୁ ସାବଧାନ

ଦୁନିଆରେ ଏକାଧିକ ବ୍ୟକ୍ତିତ୍ୱର ଲୋକ ଦେଖିବାକୁ ମିଳିଥାନ୍ତି। ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱର ଲୋକଙ୍କ ବ୍ୟବହାର ମଧ୍ୟ ଭିନ୍ନ ହୋଇଥାଏ। ଖାସ କରି ଭଲ ପାଇବା ଓ ଜୀବନସାଥୀଙ୍କୁ ନେଇ ଲୋକଙ୍କ ମାନସିକତା ଭିନ୍ନ ରହିଥାଏ। ଏହା ରାଶିର ପ୍ରଭାବରେ ହୋଇଥାଏ ବୋଲି ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଛି। ୧୨ଟି ରାଶି ମଧ୍ୟରୁ ଏପରି ୪ଟି ରାଶି ଅଛି, ଯାହାର ପ୍ରଭାବରେ ଜଣେ ନିଜ ଜୀବନସାଥୀଙ୍କୁ ଯେକୌଣସି ସମୟରେ ପ୍ରତାରଣା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହି ୪ଟି ରାଶି ସମ୍ପର୍କରେ।

Advertisment

ମିଥୁନ: ଏହି ରାଶିର ଲୋକଙ୍କ ବ୍ୟକ୍ତିତ୍ୱ ଦୁଇ ପ୍ରକାର ହୋଇଥାଏ। ସମସ୍ତଙ୍କ ସହ ଭଲରେ ମିଶୁଥିବା ଏହି ରାଶିର ବ୍ୟକ୍ତିଙ୍କ ଭିତରେ ଲୁଚି ରହିଥାଏ ଆଉ ଏକ ବ୍ୟକ୍ତିତ୍ୱ। ଏମାନେ କୌଣସି ଘଟଣାକୁ ଗୁରୁତ୍ୱର ସହ ନେଇ ନଥାନ୍ତି। ଫଳରେ ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ନିଷ୍ଠାବାନ ହୋଇ ନଥାନ୍ତି ଓ ଯେକୌଣସି ସମୟରେ ପ୍ରତାରଣା ଦେବାର ଆଶଙ୍କା ରହିଥାଏ।

ମେଷ: ଏହି ରାଶିର ଲୋକେ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଯେ କେହି ବି ଏମାନଙ୍କୁ ଭଲପାଇ ବସନ୍ତି। ଜୀବନସାଥୀ ହୁଅନ୍ତୁ ଅବା ପ୍ରେମ ବ୍ୟାପାର, ଏମାନେ ବହୁତ ଭଲ ପାଇଥାନ୍ତି। ହେଲେ କୌଣସି କଠିନ ପରିସ୍ଥିତି ଆସିଲେ ଏମାନେ ବେଶି ସମୟ ଏହାର ମୁକାବିଲା କରିପାରନ୍ତି ନାହିଁ ଓ ନିଜ ସାଥୀକୁ ପ୍ରତାରଣା ଦେଇଥାନ୍ତି।

Advertisment

ଧନୁ: ଏହି ରାଶିର ଲୋକେ ପ୍ରେମ ବ୍ୟାପାରରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଯଦି କେହି ଏମାନଙ୍କୁ ଭଲପାଇ ବସନ୍ତି ତେବେ ଏମାନେ ନିରାଶ କରନ୍ତି ନାହିଁ। ଏହି ରାଶିର ଲୋକେ ନିଜ କ୍ୟାରିୟରକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ଆବଶ୍ୟକ ପଡିରେ କ୍ୟାରିୟର ପାଇଁ ପ୍ରେମର ବଳିଦାନ ଦେଇ ଦିଅନ୍ତି।

ମକର: ସ୍ଥାନ, କାଳ, ପାତ୍ର କିଛି ନ ଦେଖି ଏହି ରାଶିର ଲୋକେ ଯାହା ମନକୁ ଆସେ କହି ଦିଅନ୍ତି। ସବୁ ବେଳେ ନିଜ ଇଚ୍ଛାରେ କାମ କରିଥାନ୍ତି। କେହି ଏମାନଙ୍କ ନାପସନ୍ଦର କାମ କଲେ ଯାହା ପାରନ୍ତି କହି ଦିଅନ୍ତି। ଏପରିକି ମାନସିକ ସ୍ତରରେ ସେମାନଙ୍କୁ ପ୍ରତାରିତ କରିବାକୁ ମଧ୍ୟ ପଛାଇ ନଥାନ୍ତି ଓ ପ୍ରତାରଣା ଦେଇଥାନ୍ତି। ।