/odisha-reporter/media/post_attachments/uploads/2019/08/11.jpg)
11
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୁଣ ନ ପଡ଼ିଲେ ଖାଦ୍ୟର ସ୍ୱାଦ ରହେ ନାହିଁ। ତେବେ ଅଧିକ ଲୁଣ ବି ଶରୀର ପାଇଁ ଭଲ ନୁହେଁ। ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ। ତେଣୁ ଆବଶ୍ୟକତାଠାରୁ ଅଧିକ ଲୁଣ ନଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ହେଲେ ଲୁଣର ଆଉ କିଛି ଉପକାରୀ ଗୁଣ ବି ଅଛି, ଯାହାକୁ ଆପଣାଇଲେ ଶରୀରକୁ ବେଶ୍ ଫାଇଦା ମିଳେ। ଆଉ ଏଥିପାଇଁ ଆପଣଙ୍କୁ ପାଣିରେ ଲୁଣ ମିଶାଇ ଗାଧୋଇବାକୁ ପଡ଼ିବ। ତା’ହେଲେ ଆସନ୍ତୁ ଜାଣିବା, ଲୁଣ ପାଣିରେ ଗାଧୋଇଲେ ମିଳୁଥିବା ୫ଟି ଫାଇଦା ସମ୍ପର୍କରେ।
- ଏକ ବାଲ୍ଟି ହାଲ୍କା ଉଷୁମ୍ ପାଣିରେ ଦୁଇ ଚାମଚ ଲୁଣ ଓ ଏକ ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇଲେ ଥଣ୍ଡାରୁ ଶୀଘ୍ର ମୁକ୍ତି ମିଳିଥାଏ।
- ମାଂସପେଶୀରେ ଯନ୍ତ୍ରଣା ହେଉଥିଲେ ଲୁଣ ପାଣିରେ ଗାଧାନ୍ତୁ। ଏହା ଅନେକାଂଶରେ ଯନ୍ତ୍ରଣାରୁ ଆରାମ ଦେବ।
- ଲୁଣ ପାଣିରେ ଗାଧୋଇବା ଦ୍ୱାରା ହାଡ଼ ମଜବୁତ ରହେ।/odisha-reporter/media/post_attachments/wp-content/uploads/2019/08/mmm_5af444641f305_5c0a49fd5-300x214.jpg)
- ଲୁଣ ପାଣିରେ ଗାଧୋଇବା ଦ୍ୱାରା ମାନସିକ ଶାନ୍ତି ମିଳେ। ଏହା ଦ୍ୱାରା ଆପଣ ଅଧିକ ଆରାମ ଅନୁଭବ କରିବେ। ଅତ୍ୟଧିକ ଷ୍ଟ୍ରେସ୍ ଅନୁଭବ କରୁଥିଲେ ଲୁଣ ପାଣିରେ ଗାଧାନ୍ତୁ। ନିଶ୍ଚୟ ଉତ୍ତମ ଫଳ ପାଇବେ।
- ପାଦ ଉପରେ ଶରୀରର ସବୁଠାରୁ ଅଧିକ ଚାପ ପଡ଼ିଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୁଣପାଣିରେ ଗାଧାନ୍ତୁ। ତା’ଛଡ଼ା ଲୁଣପାଣି ପାଦର ଦୁର୍ଗନ୍ଧ ଦୂର କରେ।
/odisha-reporter/media/post_attachments/wp-content/uploads/2019/08/Benefits-of-salt-water-on-s-300x169.jpg)
- ନିୟମିତ ଭାବେ ଲୁଣ ପାଣିରେ ଗାଧୋଇବା ଫଳରେ ଦାଗ ଓ ରିଙ୍କଲ୍ସ କମ୍ ହୋଇଥାଏ। ତ୍ୱଚା ନରମ ଓ ମୁଲାୟମ ମଧ୍ୟ ହୋଇଥାଏ। ଏହା ଚର୍ମ ମଏଶ୍ଚରକୁ ସନ୍ତୁଳିତ ରଖେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
