Advertisment

ଶରୀରକୁ ୫ଟି ଲାଭ ଦେଇଥାଏ ରାମଫଳ

ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଡାଏଟ୍‌ରେ ଫଳ ଓ ପରିବା ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ। ଡାଏଟ୍‌ରେ ଫଳ ସାମିଲ କରୁଥିଲେ ରାମଫଳ ନିଶ୍ଚିତ ରଖନ୍ତୁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ଫଳ ଖାଇଲେ ଶରୀରରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ କ୍ଷମତା ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ରାମଫଳରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ… ୧. ଡାଇବେଟିସ୍ ରୋଗୀମାନେ ସର୍ବଦା କ’ଣ ଖାଇବା ଉଚିତ ଓ ଅନୁଚିତ, ତାହାକୁ ନେଇ ଦ୍ୱନ୍ଦ୍ୱରେ […]

ଶରୀରକୁ ୫ଟି ଲାଭ ଦେଇଥାଏ ରାମଫଳ

ram

Advertisment

ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଡାଏଟ୍‌ରେ ଫଳ ଓ ପରିବା ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ। ଡାଏଟ୍‌ରେ ଫଳ ସାମିଲ କରୁଥିଲେ ରାମଫଳ ନିଶ୍ଚିତ ରଖନ୍ତୁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ଫଳ ଖାଇଲେ ଶରୀରରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ କ୍ଷମତା ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ରାମଫଳରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ...

Advertisment

୧. ଡାଇବେଟିସ୍ ରୋଗୀମାନେ ସର୍ବଦା କ’ଣ ଖାଇବା ଉଚିତ ଓ ଅନୁଚିତ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥା’ନ୍ତି। ସେମାନଙ୍କ ପାଇଁ ରାମଫଳ ଔଷଧ ପରି କାର୍ଯ୍ୟ କରିଥାଏ। ରକ୍ତରେ ଗ୍ଲୁକୋଜ୍‌ର ମାତ୍ରାକୁ କମ୍‌ କରିବା ପାଇଁ ରାମଫଳ ସାହାଯ୍ୟ କରିଥାଏ। ଏହା ସହିତ ରାମଫଳରେ ଆଣ୍ଟି-କ୍ୟାନସର୍‌ ତତ୍ତ୍ୱ ମଧ୍ୟ ରହିଛି।

୨. ଯଦି ଆପଣଙ୍କ କେଶ ଝଡୁଛି କିମ୍ୱା ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ରାମଫଳ ଏଥିପାଇଁ ଖୁବ୍‌ ଉପକାରୀ। ଏଥିରେ ଥିବା ଭିଟାମିନ୍‌ ସି ଉଭୟ କେଶ ଓ ତ୍ୱଚା ପାଇଁ ଭଲ।

Advertisment

୩. ଯେଉଁ ବ୍ୟକ୍ତିଙ୍କର ଜଏଣ୍ଟ ପେନ୍‌ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି, ସେମାନେ ରାମଫଳ ଖାଆନ୍ତୁ। ଏହି ଫଳରେ ଥିବା ଆଣ୍ଟି-ଇନଫ୍ଲାମେଣ୍ଟାରୀ ଗୁଣ ଶରୀରରେ ଫ୍ରୀ ରାଡିକାଲ୍ସ ସହିତ ଲଢ଼େଇ କରିଥାଏ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ବି କମ୍‌ କରିଥାଏ।

୪. ଏଥିରେ ଥିବା ଭିଟାମିନ୍‌ ସି, ଭିଟାମିନ୍‌ ଏ ଓ ବି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

୫. ଓଜନ ହ୍ରାସ କରିବାକୁ ଚାହୁଁଥିଲେ ନିଜ ଡାଏଟ୍‌ରେ ରାମଫଳକୁ ସାମିଲ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe