10-Best-Home-Remedies-To-Cu
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁହଁର ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଓଠ। ସେଇ ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟକୁ ବଢାଇବା ସହ ଲୋକଙ୍କୁ ଆକର୍ଷିତ ମଧ୍ୟ କରେ। କିନ୍ତୁ ଯାହା ଦେଖାଯାଏ ବିଭିନ୍ନ ପ୍ରକାର କେମିକାଲ୍ ପ୍ରସାଧନ ସାମଗ୍ରୀ ବ୍ୟବହାର ଦ୍ୱାରା ଓଠ କଳାପଡିଯାଉଛି। ଯଦି ଆପଣଙ୍କ ଓଠ ମଧ୍ୟ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।
ନଡିଆ ତେଲ
ଶୋଇବା ପୂର୍ବରୁ ବୁନ୍ଦେ ନଡିଆ ତେଳ ଆଣି ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।
ଲେମ୍ବୁ ରସ
ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁ ରସ ଲଗାଇବା ଦ୍ୱାରା ପିଗ୍ମେଟେସନ୍ ପାଇଁ କଳା ପଡିଯାଇଥିବା ଓଠ ଗୋଲାପି ହେବା ଆରମ୍ଭ କରିବ।
ବିଟ୍ ରସ
ଓଠର ରଙ୍ଗ ଗୋଲାପି କରିବାରେ ବିଟ୍ ରସ ମଧ୍ୟ ବେଶ୍ ଉପକାରୀ। ପ୍ରତିଦିନ ବିଟ୍ ରସ ଲଗାଇବା ଦ୍ୱାରା ଓଠର ଚମକ ଫେରିଆସେ।
କାକୁଡି ରସ
ନଡିଆ ତେଲ, ଲେମ୍ବୁ ରସ ସହ କାକୁଡି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠର ରଙ୍ଗ ଗୋଲାପି ହେବ।
ହଳଦି ଗୁଣ୍ଡ
ହଲଦି ଗୁଣ୍ଡ କେବେ ଓଠରେ ଲଗାଇବା କଥା ଆପଣ ଭାବିଛନ୍ତି । ଏହା ଓଠର କଳାଅଂଶକୁ ଦୂର କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/10-Best-Home-Remedies-To-Cu.jpg)