Advertisment

୫୦% ଭାରତୀୟ ଅନ୍‌ଲାଇନ୍‌ରେ ସର୍ଚ୍ଚ କରିନ୍ତି ଡେଟିଂ ଟୁଲସ୍‌

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ଇକୋନୋମି। ଜାଣିଲେ ଆଶ୍ଚର୍ଯ୍ୟ ହେବ ୨୦୧୬ରେ ଡେଟିଂ ଟୁଲସ୍‌ ସର୍ଚ୍ଚ ଭାରତୀୟଙ୍କ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଡେଟିଂ ଆପ୍‌ ଡାଉନଲୋଡ ୫୩ ପ୍ରତିଶତ ବୃଦ୍ଧି ପାଇଛି। ‘ଇୟର ଇନ୍‌ ସର୍ଚ୍ଚ’ରେ ଗୁଗୁଲ ଏହା ପ୍ରକାଶ କରିଛି। ‘ଇୟର ଇନ୍‌ ସର୍ଚ୍ଚ’ରେ ଏହା ମଧ୍ୟ କୁହାଯାଇଛି, ଭାରତୀୟମାନେ କେବଳ ଡେଟିଂ ପାଇଁ ଇଚ୍ଛୁକ ନୁହନ୍ତି। ସେମାନେ ବିବାହ ପ୍ଲାନ୍‌ର ଟୁଲସ୍‌କୁ ମଧ୍ୟ […]

ଅଦ୍ୟତନ ହୋଇଛି
୫୦% ଭାରତୀୟ ଅନ୍‌ଲାଇନ୍‌ରେ ସର୍ଚ୍ଚ କରିନ୍ତି ଡେଟିଂ ଟୁଲସ୍‌

dating

Advertisment

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ଇକୋନୋମି। ଜାଣିଲେ ଆଶ୍ଚର୍ଯ୍ୟ ହେବ ୨୦୧୬ରେ ଡେଟିଂ ଟୁଲସ୍‌ ସର୍ଚ୍ଚ ଭାରତୀୟଙ୍କ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଡେଟିଂ ଆପ୍‌ ଡାଉନଲୋଡ ୫୩ ପ୍ରତିଶତ ବୃଦ୍ଧି ପାଇଛି। ‘ଇୟର ଇନ୍‌ ସର୍ଚ୍ଚ’ରେ ଗୁଗୁଲ ଏହା ପ୍ରକାଶ କରିଛି।

Advertisment

‘ଇୟର ଇନ୍‌ ସର୍ଚ୍ଚ’ରେ ଏହା ମଧ୍ୟ କୁହାଯାଇଛି, ଭାରତୀୟମାନେ କେବଳ ଡେଟିଂ ପାଇଁ ଇଚ୍ଛୁକ ନୁହନ୍ତି। ସେମାନେ ବିବାହ ପ୍ଲାନ୍‌ର ଟୁଲସ୍‌କୁ ମଧ୍ୟ ଯାଇଥାନ୍ତି। ବିବାହକୁ ନେଇ ଥିବା ୱେଡିଂ ପ୍ଲାନ, ଫଟୋଗ୍ରାଫି ଓ ବ୍ରିଡାଲ ୱେର ଆଦି ଟୁଲସ୍‌ର ସର୍ଚ୍ଚ ଭାରତୀୟଙ୍କ ମଧ୍ୟରେ ୩୦ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟରେ ଆଶା କରାଯାଉଛି ୨୦୨୦ ସୁଦ୍ଧା ଭାରତୀୟ ମଧ୍ୟରେ ଅନ୍‌ଲାଇନ୍‌ ମାଟ୍ରିମୋନୀ ମାର୍କେଟ୍‌ ୪୨୯ କୋଟିରୁ ବୃଦ୍ଧି ପାଇ ୧୧୯୭ କୋଟି ଟଙ୍କାରେ ପହଞ୍ଚି ଯିବ।

Advertisment

ଗୁଗୁଲର ରିପୋର୍ଟରେ ୨୦୧୬କୁ ଭାରତ ପାଇଁ ‘ପରିବର୍ତ୍ତନର ବର୍ଷ’ କୁହାଯାଇଛି। କାରଣ କେବଳ ଡେଟିଂ ନୁହେଁ ସବୁ କ୍ଷେତ୍ର ଅଟୋଠାରୁ ବ୍ୟାକିଂ, ଏଜୁକେଶନ, ଇ-କମର୍ସ, ରିଟେଲ, ଟ୍ରାଭେଲ, ଏଣ୍ଟରଟେନମେଣ୍ଟ ଓ ଟେଲିକମ୍‌ରେ ଭାରତୀୟଙ୍କ ସର୍ଚ୍ଚରେ ରେକର୍ଡ ବୃଦ୍ଧି ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe