କ’ଣ କଲେ ଦୁର୍ଭାଗ୍ୟରୁ ମୁକ୍ତି ପାଇବେ : ଜାଣନ୍ତୁ ଏହାର ରହସ୍ୟ

ଭାଗ୍ୟ  କହିଲେ ଏକ  ବିଶ୍ୱାସ। ଏହା ରହସ୍ୟାବୃତ । ଏହା ଆମ ଧର୍ମ ଏବଂ ଭାବନା ସହିତ ଯୋଡ଼ି ହୋଇ ରହିଛି। ଇଂଲିସ ଅଭିଧାନ ‘ନୋହାୱେବକାଷ୍ଟର’ରେ ଲକ୍‌ର  ଅର୍ଥ ବ୍ୟାଖ୍ୟା କରାଯାଇଛି । ଏହି ଲକ୍‌  କହିଲେ ଏହାର କୋଣସି ନିର୍ଦ୍ଧିଷ୍ଟ ଅର୍ଥ ନାହିଁ। ଏହା ଏକ ଅପ୍ରତ୍ୟାଶିତ ଶକ୍ତି। ଯାହା  ଜଣକର ଉନ୍ନତି ଏବଂ ଅବନ୍ନତିର କାରଣ ସାଜିଥାଏ ବୋଲି  ବିଶ୍ୱାସ । ଯାହା ପଛରେ ମଣିଷ ପଡ଼ିଥାଏ। ଦୁର୍ଭାଗ୍ୟକୁ ଦୂର କରିବାର ଉପାୟ ଯଦି […]

ppp-1

ppp-1

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 10:44 PM IST

Sports

Latest News

ଭାଗ୍ୟ  କହିଲେ ଏକ  ବିଶ୍ୱାସ। ଏହା ରହସ୍ୟାବୃତ । ଏହା ଆମ ଧର୍ମ ଏବଂ ଭାବନା ସହିତ ଯୋଡ଼ି ହୋଇ ରହିଛି। ଇଂଲିସ ଅଭିଧାନ ‘ନୋହାୱେବକାଷ୍ଟର’ରେ ଲକ୍‌ର  ଅର୍ଥ ବ୍ୟାଖ୍ୟା କରାଯାଇଛି । ଏହି ଲକ୍‌  କହିଲେ ଏହାର କୋଣସି ନିର୍ଦ୍ଧିଷ୍ଟ ଅର୍ଥ ନାହିଁ। ଏହା ଏକ ଅପ୍ରତ୍ୟାଶିତ ଶକ୍ତି। ଯାହା  ଜଣକର ଉନ୍ନତି ଏବଂ ଅବନ୍ନତିର କାରଣ ସାଜିଥାଏ ବୋଲି  ବିଶ୍ୱାସ । ଯାହା ପଛରେ ମଣିଷ ପଡ଼ିଥାଏ।

ଦୁର୍ଭାଗ୍ୟକୁ ଦୂର କରିବାର ଉପାୟ

ଯଦି ଆପଣ ପରିଶ୍ରମ କରି  ବାରମ୍ବାର ବିଫଳତାରେ ଶିକାର ହେଉଛନ୍ତି ଆଉ  ଏଥିପାଇଁ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ବୋଲି ଅନୁଭବ କରୁଛନ୍ତି ତେବେ ଏହାର ପ୍ରତିକାର ପାଇଁ ଏହି ୮ଟି ଉପାୟ ଆପଣାନ୍ତୁ। ଦେ‌ଖିବେ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିପାରେ। ଆସନ୍ତୁ ସେ ସମ୍ପର୍କରେ  ଜାଣିବା।

ମନ୍ତ୍ର ଉଚ୍ଚାରଣ

ସକାଳୁ ଉଠି ହାତ ଯୋଡ଼ି ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ମନ୍ତ୍ରଟି ହେଲା“କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୁଲେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ”। ପ୍ରତିଦିନ ଏହି ମନ୍ତ୍ର ଉଚ୍ଚାରଣ କଲେ ଆପଣଙ୍କ ଉପରେ ନିଶ୍ଚିତ ଭଗବାନ କୃପା କରିପାରନ୍ତି।

ସକାଳୁ ଉଠି ପୂଜା

ପ୍ରାତଃକାଳରୁ ଉଠିବା ପରେ  ସ୍ନାନ କାମ ସାରିଦିଅନ୍ତୁ।  ଧୁଆ ଲୁଗା ପିନ୍ଧି  ଆପଣ ଶ୍ରଦ୍ଧା କରୁଥିବା ଦେବାଦେବୀଙ୍କ ନିକଟରେ ଫୁଲ, ଧୂପ ଦୀପ ଦେଇ ପୂଜା କରନ୍ତୁ। ଏଥିସହ ଭଗବାନ କୃଷ୍ଣଙ୍କ ନିକଟରେ ତୁଳସୀ ଅର୍ପଣ କରନ୍ତୁ।   ଏହା ଦ୍ୱାରା ଦେବାଦେବୀ  ଆପଣଙ୍କ ଉପରେ ପ୍ରଶନ୍ନ ହେବେ।

ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ

ସକାଳୁ ଉଠି ତମ୍ବା ପାତ୍ରରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ତେବେ ଏହି ତମ୍ବାପାତ୍ରରେ ନାଲି ସିନ୍ଦୁର ବିନ୍ଦୁ ଲଗାଇବାକୁ ଭୁଲିବେନି। ସେହିପରି ଜଳ ଅର୍ପଣ ସମୟରେ ହାତରେ କିଛି ନାଲି ମନ୍ଦାର ପୂଜା ଉଦ୍ଦେଶ୍ୟରେ ଧରିବେ । ଏହା ଦ୍ୱାରା ସୂର୍ଯ୍ୟଦେବତାଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିପାରେ।

ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ

ଭୋରୁ  ଉଠି ଗାଧୋଇବା ପରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହି ମନ୍ତ୍ରରେ ଅମାପ ଶକ୍ତି ରହିଛି।

ତୁଳସୀ ଚଉରା ମୂଳେ ଦୀପ

ସେହିପରି ସକାଳୁ ଉଠି ସଫା ଲୁଗା ପରିଧାନ କରି ତୁଳସୀ ଚଉରା ମୂଳେ ଦୀପଟିଏ ଲଗାନ୍ତୁ।  ଦୀପରେ ଖାଣ୍ଟି ଗାଈ ଘିଅ ରହିବା ଅପରିହାର୍ଯ୍ୟ।  ଏହା ଦ୍ୱାରା ଆପଣଙ୍କ ଭିତରେ ସବୁ ନକରାତ୍ମକ ଶକ୍ତି କ୍ଷୟ ହୋଇଥାଏ। ବଦଳରେ ଆପଣଙ୍କ ଭିତରେ ଏବଂ ଘର ପରିବେଶରେ ସକାରାତ୍ମକ ଶକ୍ତିର ଉଦୟ ହୋଇଥାଏ।

ଗୁରୁଜନଙ୍କ ଆଶୀର୍ବାଦ

ସବୁଦିନ ଆପଣ ନିଜର କର୍ମମୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଘରର ଗୁରୁଜନମାନଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ। ସେମାନଙ୍କ ଆଶୀର୍ବାଦର ଶକ୍ତି ଅତୁଳନୀୟ। ଯାହା ଆପଣଙ୍କ ପ୍ରଗତି କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇଥାଏ।

ଗାଈଙ୍କୁ ଖାଦ୍ୟ ଦିଅନ୍ତୁ

ହିନ୍ଦୁ ଧର୍ମରେ ଗାଈକୁ ମାତା ବୋଲି ଗ୍ରହଣ କରାଯାଇଛି। ତେଣୁ ପ୍ରତିଦିନ ଗାଈଙ୍କୁ କିଛି ଖାଦ୍ୟ ଦିଅନ୍ତୁ।

ମାଛକୁ ଅଟା ଗୁଲି

ସକାଳୁ ଉଠି ଗାଧୋବାକୁ  ଯିବା ସମୟରେ  କୌଣସି ଜଳକୁଣ୍ଡ ହେଉବା ପୋଖରୀ ସେଥିରେ କିଛି ଅଟା ଗୁଲି ମାଛଙ୍କ ଉଦେଶ୍ୟରେ ଫିଙ୍ଗନ୍ତୁ ।  ଏହା କଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏଥିସହ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରିବ।

Courtesy-Times of india(spirituality)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos