୨ ହଜାର ଚକୋଲେଟ୍‌ରୁ ଅଧିକ ଖୁସି ଦେଇଥାଏ ଏହି ଜିନିଷ

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର): ଖୁସି ରହିବାକୁ କିଏ ବା ନଚାହେଁ। ହେଲେ ଆଜିକାଲିର ବ୍ୟସ୍ତବହୁଳ ଓ କର୍ମମୟ ଜୀବନରେ ଅଧିକାଂଶ ଲୋକ ନିଜ ଖୁସି ହରାଇ ବସିଛନ୍ତି। କିଛି ଲୋକ ମାନସିକ ଅବସାଦର ମଧ୍ୟ ଶିକାର ହେଉଛନ୍ତି। ଏଥିପାଇଁ ଆଜିକାଲି ଡାକ୍ତରମାନେ ସମସ୍ତଙ୍କୁ ଖୁସି ରହିବାକୁ ଉପଦେଶ ଦେବା ସହ ହସିବା ବ୍ୟାୟାମ କରିବାକୁ ମଧ୍ୟ କହୁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ କେମିତି ଖୁସି ରହିପାରିବେ ସେ ବିଷୟରେ କହିବୁ। ନିକଟରେ ବ୍ରିଟେନ୍‌ର କିଛି ବ୍ୟକ୍ତିଙ୍କୁ ନେଇ […]

happy

Chinmayee Roy
  • Published: Wednesday, 20 November 2019
  • , Updated: 20 November 2019, 03:06 PM IST

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର): ଖୁସି ରହିବାକୁ କିଏ ବା ନଚାହେଁ। ହେଲେ ଆଜିକାଲିର ବ୍ୟସ୍ତବହୁଳ ଓ କର୍ମମୟ ଜୀବନରେ ଅଧିକାଂଶ ଲୋକ ନିଜ ଖୁସି ହରାଇ ବସିଛନ୍ତି। କିଛି ଲୋକ ମାନସିକ ଅବସାଦର ମଧ୍ୟ ଶିକାର ହେଉଛନ୍ତି। ଏଥିପାଇଁ ଆଜିକାଲି ଡାକ୍ତରମାନେ ସମସ୍ତଙ୍କୁ ଖୁସି ରହିବାକୁ ଉପଦେଶ ଦେବା ସହ ହସିବା ବ୍ୟାୟାମ କରିବାକୁ ମଧ୍ୟ କହୁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ କେମିତି ଖୁସି ରହିପାରିବେ ସେ ବିଷୟରେ କହିବୁ।

ନିକଟରେ ବ୍ରିଟେନ୍‌ର କିଛି ବ୍ୟକ୍ତିଙ୍କୁ ନେଇ ‘ଖୁସି’ ଉପରେ ଏକ ଗବେଷଣା କରାଯାଇଛି। ଯେଉଁଥିରେ ବୈଜ୍ଞାନିକମାନେ ମଣିଷର ବିଭିନ୍ନ ପ୍ରକାରର ଇମୋଶନ୍‌ରେ ହେଉଥିବା ‘ମୁଡ୍‌ ପରିବର୍ତ୍ତନ’ର ପରିଣାମ ବା "mood-boosting values" ଜାଣିବା ପାଇଁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ବ୍ରେନ୍‌ ସ୍କାନ୍‌ ଓ ହାର୍ଟ ରେଟ୍‌ ମନିଟର୍‌ ବ୍ୟବହାର କରିଥିଲେ। ବୈଜ୍ଞାନିକମାନେ ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ଜିନିଷ ଦେଖାଇବା ଓ ଶୁଣାଇବା ସହ କିଛି କାର୍ଯ୍ୟ କରାଇଥିଲେ ଓ ପରେ ଏହା ସେମାନଙ୍କୁ କେତେ ଖୁସି ଦେଉଛି ତାହା ମାପିଥିଲେ।

ଏ ସର୍ଭେରୁ ଜଣାପଡ଼ିଲା ଯେ ଏପରି ଏକ ପ୍ରକ୍ରିୟା ରହିଛି ଯାହା ବ୍ୟକ୍ତିର ମାନସିକ ସ୍ତରକୁ ଏପରି ଖୁସି କରିଥାଏ, ଯାହା ୨ ହଜାର ଚକୋଲେଟ୍‌ ଖାଇବା ପରେ ମିଳୁଥିବା ଖୁସିର ପରିମାଣ ସହ ସମାନ। ଜାଣନ୍ତି ସେହି ଚମତ୍କାର ଜିନିଷଟି କ’ଣ? ଏହା ହେଉଛି ସ୍ମାଇଲ୍‌ ବା ମୁରୁକି ହସ।

ଏହି ସର୍ଭେରୁ ଜଣାପଡ଼ିଥିଲା ଯେ ଆମ ମନ ଖରାପ ଥିଲେ ମଧ୍ୟ ଯଦି ଆମେ ହସିବା, ତେବେ ମନର ଦୁଃଖ ଅନେକାଂଶରେ କମିଯିବ। ଜର୍ମାନୀ ମୁନିକ୍‌ର Echnische Universitätର ୨୦୦୯ରେ ହୋଇଥିବା ଏକ fMRI ଅଧ୍ୟୟନ ପ୍ରଦର୍ଶିତ କରିଥିଲା। ଏଥିରେ କୁହାଯାଇଥିଲା ଯେ ଯେତେବେଳେ ଆମେ ହସୁ (ବର୍ତ୍ତମାନର ମନର ସ୍ଥିତିକୁ ଭୁଲି) ସେତେବେଳେ ଆମ ମସ୍ତିଷ୍କର ଖୁସି ସର୍କିଟ ସକ୍ରିୟ ହୋଇଯାଏ। ଯଦି ଆପଣଙ୍କ ମନ ଦୁଃଖ ଅଛି ତଥାପି ଆପଣ ସ୍ମାଇଲ୍‌ କରୁଛନ୍ତି ବା ହସୁଛନ୍ତି ତେବେ ଏହା ଆପଣଙ୍କ ମସ୍ତିଷ୍କକୁ ଖୁସି ହେବାର ହରମୋନ୍‌ ଉତ୍ପାଦ ପ୍ରେରିତ କରିଥାଏ। ଫଳରେ ଧୀରେ ଧୀରେ ଆପଣଙ୍କ ମନ ଖୁସି ହୋଇଯାଏ।

ଏହା ବ୍ୟତୀତ Wayne State Universityର ୨୦୧୦ରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଯେ ଯେଉଁମାନେ ସବୁ ପରିସ୍ଥିତିରେ ମୁହଁରେ ଏକ ମୃଦୁ ହସ ରଖିଥାନ୍ତି ବା ସ୍ମାଇଲ୍‌ କରିଥାନ୍ତି ସେମାନେ ଅନ୍ୟମାନଙ୍କ ଅପେକ୍ଷା ୭ ବର୍ଷ ଅଧିକ ବଞ୍ଚିଥାନ୍ତି। ଆପଣ ଜାଣନ୍ତି,  ସମାଜରେ ୧୪ ପ୍ରତିଶତ ଏପରି ଲୋକ ଅଛନ୍ତି ଯେଉଁମାନେ ଦିନରେ ୫ ଥରରୁ କମ୍‌ ହସିଥାନ୍ତି ଆଉ ୩୦ ପ୍ରତିଶତ ଲୋକ ଏପରି ଅଛନ୍ତି ଯେଉଁମାନେ ଦିନକୁ ଅନ୍ତତଃ ୨୦ ଥର ହସିଥାନ୍ତି।

ଆଉ ଏକ ସମୂହ ଏପରି ଅଛନ୍ତି ଯେଉଁମାନେ ଏହି କ୍ଷେତ୍ରରେ ସମସ୍ତଙ୍କୁ ମାତ୍‌ ଦେଇଥାନ୍ତି। ସେମାନେ ହେଉଛନ୍ତି ଛୋଟ ଶିଶୁ। ଏମାନେ ଦିନକୁ ପାଖାପାଖି ୪୦୦ ଥର ହସିଥାନ୍ତି। ହସିବା ଦ୍ୱାରା ଆମକୁ କେବଳ ଭଲ ଅନୁଭବ ହୁଏ ତାହା ନୁହେଁ ହସିବା ଦ୍ୱାରା ଆମେ ଭଲ ଦେଖାଯାଉ। ଆମ ମୁହଁରେ ଯଦି ସବୁବେଳେ ଏକ ସ୍ମିତ ହାସ୍ୟ ରହିବ ତେବେ ଅନ୍ୟ ବ୍ୟକ୍ତିଙ୍କ ଆଗରେ ଆମ ଇମ୍ପ୍ରେସନ ଭଲ ରହିବ। ତେଣୁ ଖୁସି ରହିବା ପାଇଁ ହସିବା ସବୁଠାରୁ ଭଲ ଉପାୟ।

Related story