Advertisment

ଅଧିକ ମିଠା ଶରୀର ପାଇଁ କ୍ଷତିକାରକ

ଭୁବନେଶ୍ୱର: ଛୋଟ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ଆମେ ପ୍ରତିଦିନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ମିଳୁଥିବା ଖାଦ୍ୟ ଖାଇଥାଉ । ଶ୍ୱେତସାର ଜାତୀୟ ଖାଦ୍ୟ ଯଥା ଚିନି, ଗୁଡ, ମହୁ, ଆଳୁ, ଭାତ, ଚୁଡା, ମୁଢି ଇତ୍ୟାଦି ଶରୀରକୁ ଗ୍ଲୁକୋଜ ପ୍ରଦାନ କରିଥାଏ। ତେବେ ଏହାକୁ ଅଧିକ ଖାଇଲେ ଏଥିରେ ଥିବା ମିଠା ଭାଗ ଦେହପ୍ରତି କ୍ଷତି ପହଞ୍ଚାଇଥାଏ । ଅଧିକ ମିଠା ଖାଇଲେ ମଧୁମେହ ରୋଗ ହେବା ସହ […]

ଅଦ୍ୟତନ ହୋଇଛି
ଅଧିକ ମିଠା ଶରୀର ପାଇଁ କ୍ଷତିକାରକ

Gulab_Jamun2

Advertisment

ଭୁବନେଶ୍ୱର: ଛୋଟ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ଆମେ ପ୍ରତିଦିନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ମିଳୁଥିବା ଖାଦ୍ୟ ଖାଇଥାଉ । ଶ୍ୱେତସାର ଜାତୀୟ ଖାଦ୍ୟ ଯଥା ଚିନି, ଗୁଡ, ମହୁ, ଆଳୁ, ଭାତ, ଚୁଡା, ମୁଢି ଇତ୍ୟାଦି ଶରୀରକୁ ଗ୍ଲୁକୋଜ ପ୍ରଦାନ କରିଥାଏ। ତେବେ ଏହାକୁ ଅଧିକ ଖାଇଲେ ଏଥିରେ ଥିବା ମିଠା ଭାଗ ଦେହପ୍ରତି କ୍ଷତି ପହଞ୍ଚାଇଥାଏ । ଅଧିକ ମିଠା ଖାଇଲେ ମଧୁମେହ ରୋଗ ହେବା ସହ ଉଚ୍ଚ ରକ୍ତଚାପ ଓ ଟ୍ରାଇଗ୍ଲିସରାଇଡ ମାତ୍ରା ରକ୍ତରେ ବୃଦ୍ଧି ପାଇଥାଏ । ଫଳରେ ଶରୀରରେ ଭିଟାମିନ୍ ‘ସି’ର ଅଭାବ ଦେଖାଦେଇଥାଏ ।mitha

Advertisment

ଆବଶ୍ୟକତାଠାରୁ ଅଧିକ ମିଠା ଖାଇଲେ ଶରୀରରେ ଗ୍ଲୁକୋଜ ଖର୍ଚ୍ଚ ହୋଇପାରେ ନାହିଁ। ଏହା ଗ୍ଲାଇକୋଜେନ୍ ଆକାରରେ ଲିଭର ଓ ମାଂସପେଶୀରେ ଗଚ୍ଛିତ ହୋଇ ରୁହେ । ପରବର୍ତ୍ତୀ ସମୟରେ ଶରୀର ଖାଦ୍ୟ ନ ପାଇଲେ ଏହି ଗ୍ଲାଇକୋଜେନ୍ ପୁନର୍ବାର ଗ୍ଲୁକୋଜକୁ ରୂପାନ୍ତରିତ ହୋଇ ଶରୀରକୁ ଶକ୍ତି ପ୍ରଦାନ କରେ। ତେଣୁ ଆମେ ଖାଦ୍ୟ ନ ଖାଇ ମଧ୍ୟ ଶରୀର ରକ୍ଷା ପାଇଁ ଏହା ଏକ ପ୍ରକୃତି ଦତ୍ତ ବ୍ୟବସ୍ଥା। ରକ୍ତରେ ଥିବା ଅଧିକ ଗ୍ଲୁକୋଜ ପେଟ, ଅଣ୍ଟାରେ ଚର୍ବି ଆକାରରେ ଗଚ୍ଛିତ ହୋଇଥାଏ। ଫଳରେ ଓଜନ ବୃଦ୍ଧିପାଏ। ତେଣୁ ଶରୀର ଓଜନ ହ୍ରାସ କରିବାକୁ ହେଲେ ପ୍ରଥେମ ଶ୍ୱେତସାର ଜାତୀୟ ଖାଦ୍ୟ (ମିଠା) ନିୟନ୍ତ୍ରଣ କରିବା ଆବଶ୍ୟକ। ବିଭିନ୍ନ ପ୍ରାକୃତିକ ମିଠା ବ୍ୟତୀତ ଏବେ ବଜାରରେ ଅନେକ ପ୍ରକାର କୁତ୍ରିମ ମିଠା ମିଳୁଛି। ଆମେ ନିତିଦିନ ଖାଉଥିବା ଜାମ୍, ଚକୋଲେଟ୍, କେକ୍, ମୃଦୁପାନୀୟରେ ବହୁଳ ଭାବେ ମିଠା ବ୍ୟବହାର କରାଯାଉଛି ।sweet

ମିଠା ଆମ ଶରୀର ପାଇଁ ଆବଶ୍ୟକ । ମିଠା ଖାଇବା କ୍ଷତିକାରକ ନୁହେଁ। ଆବଶ୍ୟକଠାରୁ ଅଧିକ ମିଠା ଖାଇଲେ ଏଥିରୁ ମିଳୁଥିବା ଭିଟାମିନ ଖର୍ଚ୍ଚ ହୋଇ ନ ପାରି ଆମ ଶରୀରରେ ଗଚ୍ଛିତ ହୋଇ ରହିଲେ ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକ ପରିମାଣରେ ମିଠା ଜାତୀୟ ଖାଦ୍ୟ ଖାଇ ଆଦୌ ଶାରୀରିକ ପରିଶ୍ରମ ନ କରିବା ଫଳରେ ଗ୍ଲୁକୋଜ ଖର୍ଚ୍ଚ ହୋଇପାରେ ନାହିଁ। ଏହାଦ୍ୱାରା ରକ୍ତରେ ଶର୍କରା ମାତ୍ରା ବୃଦ୍ଧି ପାଏ। ଯାହା ମଧୁମେହ ରୋଗର କାରଣ ପାଲଟିଥାଏ । ଅଧିକ ମିଠା ଖାଇଲେ ମଧୁମେହ ବ୍ୟତୀତ ଉଚ୍ଚ ରକ୍ତଚାପ, ଟ୍ରାଇଗ୍ଲସ ରାଇଡ ମାତ୍ରା ରକ୍ତରେ ବୃଦ୍ଧି ହୁଏ। ଶରୀରରେ ଭିଟାମିନ୍ ସି ଅଭାବ ହୁଏ। ଏହିଭଳି ଅନେକ ଛୋଟ ବଡ ରୋଗ ଯଥା ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ହେବାର ଆଶଙ୍କା ବୃଦ୍ଧିପାଏ। ଏପରି ସ୍ଥିତିରେ ଅତ୍ୟଧିକ ମିଠା ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe