Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ ଆଫଗାନୀ ପନୀର ମସଲା

ଆବଶ୍ୟକ ଉପକରଣ: ପନୀର, ପିଆଜ, ଅଦା, ରସୁଣ, ରିଫାଇନ୍‌ ତେଲ, ଧନିଆ ପତ୍ର, ପୋଦିନା ପତ୍ର, ଲୁଣ, କଞ୍ଚାଲଙ୍କା, ବଟର, ଚିଜ୍‌ ସ୍ଲାଇସ୍‌, କସ୍ତୁରୀ ମେଥି, ଚାଟ୍‌ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡର, ତେଜପତ୍ର, ଗୁଜରାତି, ଡାଲ୍‌ଚିନି, କାଜୁ ଓ ଚାର୍‌ମଗଜ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନୀରକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ। ଲୁଣ, ଲେମ୍ବୂ, ଅଦାରସୁଣ ପେଷ୍ଟ ପକାଇ ତାହାକୁ ମ୍ୟାରିନେଟ ପାଇଁ ୧୦ ମିନିଟ୍‌ ରଖି ଦିଅନ୍ତୁ । ଏହା […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ ଆଫଗାନୀ ପନୀର ମସଲା

Afghani-Paneer-masala

ଆବଶ୍ୟକ ଉପକରଣ: ପନୀର, ପିଆଜ, ଅଦା, ରସୁଣ, ରିଫାଇନ୍‌ ତେଲ, ଧନିଆ ପତ୍ର, ପୋଦିନା ପତ୍ର, ଲୁଣ, କଞ୍ଚାଲଙ୍କା, ବଟର, ଚିଜ୍‌ ସ୍ଲାଇସ୍‌, କସ୍ତୁରୀ ମେଥି, ଚାଟ୍‌ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡର, ତେଜପତ୍ର, ଗୁଜରାତି, ଡାଲ୍‌ଚିନି, କାଜୁ ଓ ଚାର୍‌ମଗଜ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନୀରକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ। ଲୁଣ, ଲେମ୍ବୂ, ଅଦାରସୁଣ ପେଷ୍ଟ ପକାଇ ତାହାକୁ ମ୍ୟାରିନେଟ ପାଇଁ ୧୦ ମିନିଟ୍‌ ରଖି ଦିଅନ୍ତୁ ।

ଏହା ମଧ୍ୟରେ ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚାଲଙ୍କା, କାଜୁ, ପିଆଜ, ଚାର୍‌ମଗଜ ଓ ଚିଜ୍‌ ସ୍ଳାଇସ୍‌ ମିଶାଇ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ।  ଏକ ପାତ୍ରରେ ଦହି, ଫ୍ରେଶ କ୍ରିମ୍‌ ଓ ଗ୍ରାଇଣ୍ଡିଂ ହୋଇଥିବା ପେଷ୍ଟ ପକାଇ ଭଲ ଭାବେ ମିଶାନ୍ତୁ। ସେଥିରେ ଲୁଣ, କସ୍ତୁରୀ ମେଥି, ଚାଟ୍‌ ମସଲା, ଜିରା ପାଉଡ଼ର, ଗୋଲମରିଚ ପାଉଡରକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।

Advertisment

ପନୀର ଖଣ୍ଡକୁ ସେଥିରେ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ଗରମ କରନ୍ତୁ। ଏହାପରେ ସେଥିରେ ତେଲ ଦେଇ ଧୀମା ଆଞ୍ଚରେ ପନୀରକୁ ଫ୍ରାଏ କରନ୍ତୁ। ଏହାକୁ ଗୋଲଡେନ ଫ୍ରାଏ କରି ଦିଅନ୍ତୁ।

ଏହାପରେ ଆଉ ଥରେ ପ୍ୟାନକୁ ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହେଲେ ତାହା ପରେ ବଟର ପକାନ୍ତୁ। ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନ, ସ୍ଲାଇସ୍‌ କଟା ହୋଇଥିବା ଅଦା, ବଳକା ପେଷ୍ଟ ପକାଇ ଗୋଳାନ୍ତୁ। ମସଲା କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ତାହାକୁ ଗ୍ରେଭି କରି ଦିଅନ୍ତୁ। ଏହାପରେ ସେଥିରେ ପନୀର ପକାଇ ଦିଅନ୍ତୁ। କିଛି ସମୟ ପରେ ଗ୍ୟାସ୍ ବନ୍ଦ କରି ପ୍ୟାନ୍‌କୁ ତଳକୁ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ଆଫଗାନୀ ପନୀର ମସାଲା। ଏହାକୁ ରୁଟି କିମ୍ବା ନାନ୍‌ ସହ ଖାଇପାରିବେ।