/odisha-reporter/media/post_attachments/uploads/2017/05/breakup.jpg)
breakup
ହାରି ଯାଇଥିବା ଲୋକର କି ଅଛି, ଜିଇଁଲେ ଜିଇଁଲା ନହେଲେ ନାହିଁ। ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଏ ଗୀତଟି ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ। ଏପରିବି ହୋଇଥିବ, ଆପଣଙ୍କ ମନଟିକେ ଦୁର୍ବଳ ହୋଇଗଲେ, ଆପଣ ଏକାକି ବସି ଏହି ଗୀତ ଶୁଣିବାକୁ ଚେଷ୍ଟା କରିଥିବେ। ଖାସ୍ କରି ପ୍ରେମରେ ହାରିଗଲେ ତ କଥା ସରିଲା। ଏହି ସମୟରେ ଲାଗେ ସବୁକିଛି ଯେମିତି ସରିଗଲା। ହେଲେ କେବେ ଭାବିଛନ୍ତି ହାରି ଯାଇଥିବା ଲୋକ ବି ଜିତିପାରେ। ସମୟ ସହ ବଦଳିଯାଏ ଜୀବନ। ବାସ୍ ଏଥିପାଇଁ ଆପଣଙ୍କୁ ଦରକାର ଟିକିଏ ଧର୍ଯ୍ୟ। କେବଳ ଭାବନ୍ତୁ ପ୍ରତ୍ୟେକ ବିଚ୍ଛେଦ ପରେ ଗୋଟିଏ ମିଳନ ଅଛି। ଯେମିତି ପ୍ରତ୍ୟେକ ରାତି ପରେ ଗୋଟିଏ ଦିନ ଆସେ। ତେବେ ପ୍ରେମରେ ହାରି ଯାଇଥିଲେ କେମିତି ନିଜକୁ ସମ୍ଭାଳିବେ। ପଢନ୍ତୁ କିଛି ଟିପ୍ସ।
୧- ବିଚ୍ଛେଦର ଦୁଃଖରେ ମାନସିକ ସହ ଶାରିରୀକ କଷ୍ଚ ଅନୁଭବ କରନ୍ତି। ସେଥିରୁ ମୁକ୍ତି ପାଇବା ପାଇଁ ଆପଣ ଲୋକମାନଙ୍କ ସହ ମିଳାମିଶା କରନ୍ତୁ। ନିଜ ପାଇଁ ଏକ ବନ୍ଧୁତାର ପରିବେଶ ସୃଷ୍ଚି କରନ୍ତୁ। ସେହି ପରିବେଶରେ ନିଜକୁ ସାମିଲ କରନ୍ତୁ।
୨-ପ୍ରେମରୁ ହାରିଲା ପରେ ମନରେ ରାଗ ଆସେ। ସେ ରାଗରେ ଆପଣଙ୍କ ମନକୁ ପ୍ରତିଶୋଧର ଭାବନା ଆସୁଥିବ। ସେସବୁ ଭାବନାରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଯେତେ ସମ୍ଭବ ନିଜ ରାଗକୁ କାବୁରେ ଆଣିବାକୁ ଚେଷ୍ଚା କରନ୍ତୁ । କାହିଁକି ନା ସେ ସମୟରେ ନିଆ ଯାଉଥିବା କୌଣସି ବି ନିଷ୍ପତି ଠିକ୍ ନଥାଏ।
୩- ନିଜକୁ ବିଶ୍ରାମ ଦିଅନ୍ତୁ। ଯଦି ପୁରୁଣା ସଂପର୍କକୁ ଯୋଡ଼ିବାକୁ କିମ୍ବା ଗୋଟେ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବିଶ୍ରାମ ନିହାତି ଆବଶ୍ୟକ। କାରଣ ବ୍ରେକ୍ ଦ୍ୱାରା ମାନସିକ ଶାନ୍ତି ମିଳେ ଏବଂ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମାନସିକ ଶାନ୍ତିର ଯଥେଷ୍ଚ ଆବଶ୍ୟକତା ରହିଥାଏ।
୪- ଜୀବନରେ କିଛି ବଡ଼ ଓ ଗୁରିତ୍ୱପୁର୍ଣ ଲକ୍ଷ୍ୟ ରଖନ୍ତୁ। ଯାହା ଆପଣଙ୍କ ଅତୀତର ଦୁଃଖ ଭୂଲିବାରେ ସାହାଯ୍ୟ କରିବା ସହ ଭାବୁକ ନହୋଇ ଆପଣଙ୍କୁ ବାସ୍ତବବାଦୀ କରିବ।
୫- ନିଜ ମନକୁ ଦୃଢ କରନ୍ତୁ ଏବଂ ନିଜର ବିକାଶ ପାଇଁ ପରିଶ୍ରମ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
