Advertisment

ଘରେ ସେକ୍ସ ଅଫିସ୍‌ରେ ଫ୍ରେସ୍‌: କର୍ମମୟ ଜୀବନକୁ ସଫଳ କରେ ରୋମାନ୍ସ

ସୁସ୍ଥ ଜୀବନ ପାଇଁ ସେକ୍ସ ଅତ୍ୟନ୍ତ ଜରୁରୀ। ଏହା ପ୍ରମାଣ ସିଦ୍ଧ। ସେକ୍ସ ବିନା ସାଧାରଣ ଜୀବନ ଜିଇଁବା କଷ୍ଟକର। ତେବେ କର୍ମଜୀବି ବ୍ୟକ୍ତିଙ୍କ ପାଇଁ ସେକ୍ସ ନିତ୍ୟାନ୍ତ ଆବଶ୍ୟକ। ପୂରାଦିନ ଅଫିସ୍‌ରେ କାମ କରି ଫେରିବା ପରେ ଜଣେ ଥକ୍କା ହୋଇଯାଇଥାଏ। ଏହାପରେ ଘରକୁ ଯାଇ ବିଭିନ୍ନ କାମ କରିବାକୁ ପଡିଥାଏ। ସାରାଦିନ କାମ ଆଉ କାମ ଯୋଗୁଁ ଜଣେ ବିରକ୍ତ ହୋଇଯାଇଥାଏ। ଏପରିସ୍ଥିତିରେ ସେକ୍ସ ରୋମାନ୍ସ ହିଁ ଏକ ଉପାୟ ଯାହା ଆପଣଙ୍କ ମନରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ସେକ୍ସ ଅଫିସ୍‌ରେ ଫ୍ରେସ୍‌: କର୍ମମୟ ଜୀବନକୁ ସଫଳ କରେ ରୋମାନ୍ସ

couple

ସୁସ୍ଥ ଜୀବନ ପାଇଁ ସେକ୍ସ ଅତ୍ୟନ୍ତ ଜରୁରୀ। ଏହା ପ୍ରମାଣ ସିଦ୍ଧ। ସେକ୍ସ ବିନା ସାଧାରଣ ଜୀବନ ଜିଇଁବା କଷ୍ଟକର। ତେବେ କର୍ମଜୀବି ବ୍ୟକ୍ତିଙ୍କ ପାଇଁ ସେକ୍ସ ନିତ୍ୟାନ୍ତ ଆବଶ୍ୟକ। ପୂରାଦିନ ଅଫିସ୍‌ରେ କାମ କରି ଫେରିବା ପରେ ଜଣେ ଥକ୍କା ହୋଇଯାଇଥାଏ। ଏହାପରେ ଘରକୁ ଯାଇ ବିଭିନ୍ନ କାମ କରିବାକୁ ପଡିଥାଏ। ସାରାଦିନ କାମ ଆଉ କାମ ଯୋଗୁଁ ଜଣେ ବିରକ୍ତ ହୋଇଯାଇଥାଏ। ଏପରିସ୍ଥିତିରେ ସେକ୍ସ ରୋମାନ୍ସ ହିଁ ଏକ ଉପାୟ ଯାହା ଆପଣଙ୍କ ମନରେ ଫୁର୍ତ୍ତି ଭରିଦେଇଥାଏ। ଏହା ଆମେ ନୁହେଁ ସର୍ଭେରୁ ଜଣାପଡିଛି।

Advertisment

୧୫୯ ଦମ୍ପତିଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ୨ ସପ୍ତାହର ଏହି ସର୍ଭେ ସମୟରେ ପ୍ରତିଦିନ ସେମାନଙ୍କ ସହ କଥାବାର୍ତ୍ତା କରାଯାଇଥିଲା।

ସର୍ଭେ ଅନୁସାରେ ଅଫିସ୍‌ରୁ ଯିବା ପରେ ଯେଉଁମାନେ ସେକ୍ସ ପାଇଁ ସମୟ ବାହାର କରିପାରନ୍ତି ପରଦିନ ସେମାନେ ଅଫିସ୍‌କୁ ସକରାତ୍ମକ ଭାବେ ଆସିଥାନ୍ତି। ଦିନର ଅଫିସ୍‌ କାମ ପରେ ରାତିରେ ଜୀବନ ସାଥୀଙ୍କ ସହ ସେକ୍ସ କରିବା ଦ୍ୱାରା ପରଦିନ ସେମାନଙ୍କ ମାଇଣ୍ଡ ଫ୍ରେସ୍‌ ରହିଥାଏ।

Advertisment

ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି, ସୁସ୍ଥ ଜୀବନ ପାଇଁ ସେକ୍ସ ଅପରିହାର୍ଯ୍ୟ। ସେକ୍ସର ସାମାଜିକ, ମନସିକ ଓ ମନସ୍ତତ୍ୱିକ ଫାଇଦା ରହିଛି। ଏଥିପାଇଁ ସେକ୍ସ ପାଇଁ ସମୟ ବାହାର କରିବା ନିହାତି ଆବଶ୍ୟକ।