ବିବାହ ଏକ ଜନ୍ମଜନ୍ମାନ୍ତର ବନ୍ଧନ। ଟିକିଏ ଏପଟେସେପଟେ ହେଲା ସଂପର୍କ ଦୋହଲି ଯିବାର ସମ୍ଭାବନା ରହିଥାଏ। ଭାବପ୍ରବଣତା ସହ କିଛି କୌଶଳ ବି ବୈବାହିକ ସଂପର୍କକୁ ସୁଦୃଢ଼ ରଖିଥାଏ। ନୂଆ ନୂଆ ବିବାହ କରିଥିବା ଦମ୍ପତ୍ତି କଣ କରିବେ ଓ କଣ ନକରିବେ, ପଢନ୍ତୁ ଜାଣିବା।
୧-ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ନିଜ ପାର୍ଟନରକୁ ସବୁବେଳେ କହିବା ଠିକ୍ ନୁହେଁ ।
୨-ନିଜ ପାର୍ଟନରଙ୍କ ସମ୍ପର୍କୀୟଙ୍କୁ ନେଇ ଭୁଲରେ ବି ମଜାକ କରନ୍ତୁ ନାହିଁ ।
୩-ପୂର୍ବ ପ୍ରେମିକା ଓ ପ୍ରେମିକଙ୍କ ସହ ନିଜ ପାର୍ଟନରଙ୍କୁ କେବେବି ତୁଳନା କରନ୍ତୁ ନାହିଁ ।
୪-କୌଣସି କାମ କରିବା ବେଳେ ଏଇଟା ତୁମ କାମ ଓ ଏଇଟା ମୋ କାମ ଏଭଳି ନିଜ ପାର୍ଟନରଙ୍କୁ କହିବା ଅନୁଚିତ, ଫଳରେ ସମ୍ପର୍କର ଦୂରତା ବଢିଯିବାର ଆଶଙ୍କା ରହିଥାଏ।
୫-ସବୁଠୁ ବଡକଥା ହେଲା ପାର୍ଟନର୍ କିଛି କହିବା ପୂର୍ବରୁ ଯଦି ତାଙ୍କ ମନକଥା ଆପଣ ବୁଝିପାରୁଛନ୍ତି ଓ ପାର୍ଟନରଙ୍କ ପାଇଁ ତାହା ଆଣି ଦେଉଛନ୍ତି ତାହାଲେ ଆପଣଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ରହିବ ।
୬- ସମ୍ପର୍କରେ ଉଭୟ ଉଭୟଙ୍କୁ ସମ୍ମାନ ଦେବା ନିହାତି ଆବଶ୍ୟକ, ଯଦି ଜଣେ ଅନ୍ୟ ଜଣକୁ ପରିହାସ କରନ୍ତି କିମ୍ବା ପାର୍ଟନର୍ଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।