Advertisment

ଜୋତାକୁ ଓଦା କରି ଦେଉଛି କି ଝାଳ: ଦୁର୍ଗନ୍ଧ ଠାରୁ ଦୂରେଇ ରହିବାକୁ ଟିପ୍‌ସ

ଗରମ ଦିନ ଆସିଲେ ଝାଳ ସମସ୍ୟା ଦେଖା ଯାଇଥାଏ। ସେଥିପାଇଁ ଆମେ ବଜାରରେ ବିକ୍ରି ହେଉଥିବା ଡିଓ ଓ ପରଫ୍ୟୁମ୍‌ ବ୍ୟବହାର କରିଥାଉ। ଜୋତାରୁ ଦୁର୍ଗନ୍ଧ ବାହାରିବା ଗରମ ଦିନରେ ଆଉ ଏକ ବଡ଼ ସମସ୍ୟା। ଅଫିସ ଓ ଘରେ ଯେତେବେଳେ ଆମେ ଜୋତା ବାହାର କରିଥାଉ ଆଖପାଖରେ ଥିବା ଲୋକେ ଦୁର୍ଗନ୍ଧରେ ନାକ ଟେକିଥାନ୍ତି। ସେଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଜୋତାରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ବେଳେବେଳେ ବାନ୍ତି ମଧ୍ୟ ହୋଇଯାଇଥାଏ। ଯେଉଁ ବ୍ୟକ୍ତିଙ୍କ […]

ଅଦ୍ୟତନ ହୋଇଛି
ଜୋତାକୁ ଓଦା କରି ଦେଉଛି କି ଝାଳ: ଦୁର୍ଗନ୍ଧ ଠାରୁ ଦୂରେଇ ରହିବାକୁ ଟିପ୍‌ସ

foot_ordor

Advertisment

ଗରମ ଦିନ ଆସିଲେ ଝାଳ ସମସ୍ୟା ଦେଖା ଯାଇଥାଏ। ସେଥିପାଇଁ ଆମେ ବଜାରରେ ବିକ୍ରି ହେଉଥିବା ଡିଓ ଓ ପରଫ୍ୟୁମ୍‌ ବ୍ୟବହାର କରିଥାଉ। ଜୋତାରୁ ଦୁର୍ଗନ୍ଧ ବାହାରିବା ଗରମ ଦିନରେ ଆଉ ଏକ ବଡ଼ ସମସ୍ୟା। ଅଫିସ ଓ ଘରେ ଯେତେବେଳେ ଆମେ ଜୋତା ବାହାର କରିଥାଉ ଆଖପାଖରେ ଥିବା ଲୋକେ ଦୁର୍ଗନ୍ଧରେ ନାକ ଟେକିଥାନ୍ତି। ସେଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଜୋତାରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ବେଳେବେଳେ ବାନ୍ତି ମଧ୍ୟ ହୋଇଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ପାଦରୁ ଅଧିକ ଝାଳ ବାହାରିଥାଏ,  ସେମାନେ ବିଶେଷ କରି ଏହି ଅସୁବିଧାରେ ଶିକାର ହୋଇଥାନ୍ତି। ଜୀବାଣୁ ସେମାନେ ଝାଳ ସ୍ପର୍ଶରେ ଆସିବାରୁ ଦୁର୍ଗନ୍ଧ ହୋଇଥାଏ। ଏଥିରୁ ନିସ୍ତାର ପାଇବାକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହା ଦ୍ୱାରା ଦୁର୍ଗନ୍ଧରୁ ମୁକ୍ତି ମିଳି ପାରିବ।

Advertisment

ବେକିଂ ସୋଡା:

ସୋଡ଼ିୟମ କାର୍ବନେଟକୁ ଆମେ ବେକିଂ ସୋଡା ନାମରେ ଜାଣିଥାଉ।  ଏହି ବେକିଂ ସୋଡା ବ୍ୟବହାର କଲେ ଜୋତାରୁ ବାହାରୁ ଥିବା ଦୁର୍ଗନ୍ଧରୁ ମୁକ୍ତି ପାଇ ପାରିବା। ସେଥିପାଇଁ ଅଳ୍ପ ଉଷୁମ ଥିବା ଗରମ ପାଣିରେ ବେକିଂ ସୋଡା ପକାଇ ୧୫ରୁ ୨୦ ମିନିଟ୍‌ ପାଦକୁ ବୁଡାଇ ରଖିଲେ ଫାଇଦା ମିଳିଥାଏ।

ଫିଟକିରି

ଫିଟିକିରିରେଆଣ୍ଟି-ସେପ୍ଟଟିକ୍ ଗୁଣ ଥାଏ। ଏହା ପାଦରେ ବଢ଼ୁଥିବା ଜୀବାଣୁକୁ ବଢ଼ିବାକୁ ଦିଏ ନାହିଁ।  ଏକ ଚାମଚ ଫିଟକିରି ପାଉଡରକୁ  ଏକ ମଗ୍‌ ପାଣିରେ ପକାଇ ପାଦ ଧୁଅନ୍ତୁ।­ କିଛିଦିନ ଭିତରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।

Advertisment

ଅଦାରସ

ପାଣିକୁ ଉଷୁମ କରି ସେଥିରେ ଅଦାରସ ମିଶାଇ ପାଦ ଧୁଅନ୍ତୁ। ଏହା ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ।

ପାଦ ସଫା କରିବା

ଜୋତା ପିନ୍ଧିବା ପୂର୍ବରୁ ପାଦକୁ ଭଲଭାବେ ସଫା କରନ୍ତୁ। ତା’ପରେ ଜୋତା ପିନ୍ଧନ୍ତୁ। ଦୁର୍ଗନ୍ଧ କିଛି ମାତ୍ରାରେ କମ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe