Advertisment

ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି କି? ହୋଇଯା’ନ୍ତୁ ସାବଧାନ

ମୁଣ୍ଡବିନ୍ଧା ହେବା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଏକ ସାଧାରଣ କଥା। ମାଇଗ୍ରେନ ଥିଲେ ସାଧାରଣତଃ ମୁଣ୍ଡବିନ୍ଧା ହୁଏ । ବେଳେ ବେଳେ ଭୋକ ଲାଗିଲେ ବି ମୁଣ୍ଡବିନ୍ଧା ହୋଇଥାଏ । ଖାଦ୍ୟ ସ୍କିପ୍ ବା ଦୀର୍ଘସମୟ ଧରି ଖାଲି ପେଟରେ ରହିଲେ ମୁଖ୍ୟ ରୂପେ ମୁଣ୍ଡ ବିନ୍ଧିଥାଏ। ଯଦି ଆପଣଙ୍କ ମଧ୍ୟ ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି ତାହେଲେ ସାବଧାନ ହୋଇଯା’ନ୍ତୁ । ଏହା ଆଗକୁ ବଡ ବିପଦ ସାଜିପାରେ । ଏକ ଅଧ୍ୟୟନ ମୁତାବକ, […]

ଅଦ୍ୟତନ ହୋଇଛି
ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି କି? ହୋଇଯା’ନ୍ତୁ ସାବଧାନ

hunger-headache

Advertisment

ମୁଣ୍ଡବିନ୍ଧା ହେବା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଏକ ସାଧାରଣ କଥା। ମାଇଗ୍ରେନ ଥିଲେ ସାଧାରଣତଃ ମୁଣ୍ଡବିନ୍ଧା ହୁଏ । ବେଳେ ବେଳେ ଭୋକ ଲାଗିଲେ ବି ମୁଣ୍ଡବିନ୍ଧା ହୋଇଥାଏ । ଖାଦ୍ୟ ସ୍କିପ୍ ବା ଦୀର୍ଘସମୟ ଧରି ଖାଲି ପେଟରେ ରହିଲେ ମୁଖ୍ୟ ରୂପେ ମୁଣ୍ଡ ବିନ୍ଧିଥାଏ। ଯଦି ଆପଣଙ୍କ ମଧ୍ୟ ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି ତାହେଲେ ସାବଧାନ ହୋଇଯା’ନ୍ତୁ । ଏହା ଆଗକୁ ବଡ ବିପଦ ସାଜିପାରେ ।

Advertisment

ଏକ ଅଧ୍ୟୟନ ମୁତାବକ, ମୁଣ୍ଡବିନ୍ଧା ହେବାର ମୁଖ୍ୟକାରଣ, ଥକାପଣ, ପାଗ ପରିବର୍ତ୍ତନ, ପରିଅଡସ, ହୋହଲ୍ଲା, ନିଦ, ଭୋକ ଏବଂ ଖାଦ୍ୟ ସ୍କିପ କରିବା ହୋଇଥାଏ । ଡିହାଇଡ୍ରେସନ, କମ୍ ଖାଦ୍ୟ ଏବଂ କେଫିନର ଅଭାବ ଯୋଗୁଁ ଶରୀରରେ ଗ୍ଲୁକୋଜ ମାତ୍ରା କମିଯାଏ, ଫଳରେ ମୁଣ୍ଡବିନ୍ଧା ସୃଷ୍ଟି ହୁଏ। ଭୋକ ଲାଗିଲେ ହଙ୍ଗର ହେଡେକ୍ ବା ମୁଣ୍ଡବିନ୍ଧିବା ଭଲ ଲକ୍ଷଣ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଭୋକ ଯୋଗୁଁ ମୁଣ୍ଡବିନ୍ଧିବା ସହ କାନ୍ଧ, ବେକ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ପେଟ ଫୁଲିବା, ହାତ ଥରିବା, ମୁଣ୍ଡ ଘୁରେଇବା, ପେଟ ଯନ୍ତ୍ରଣା ହେବା, ଥଣ୍ଡା ଆଦି ଅନୁଭବ ହୁଏ । ବେଳେବେଳେ ଗ୍ୟାସଟ୍ରିକ୍ ସମସ୍ୟା ଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧିଥାଏ ।  ତେଣୁ ଯେତେ ସମ୍ଭବ ପେଟ ଖାଲି ରଖିବା ଉଚିତ ନୁହେଁ । ନଚେତ ମୁଣ୍ଡାବିନ୍ଧା ସହ ଅନ୍ୟ ରୋଗ ମଧ୍ୟ ମାଡି ବସିବ ।

Advertisment

ତେଣୁ ଖାଦ୍ୟ ସ୍କିପ ନ କରି ସଠିକ ସମୟରେ ଖାଇବା ଉଚିତ । ଯଦି କାମ ପ୍ରେସର ଅଧିକ ଥାଏ ତେବେ ସେଥିରୁ ସମୟ ବାହାର କରି ନିୟମିତ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଇବା ଉଚିତ । ହାଇ ସୁଗାର ଚକୋଲେଟ ବା ମିଠା ଜୁସ ଖାଇବାଠୁ ଦୂରେଇ ରୁହନ୍ତ ।  ଭୋକକୁ ମେଣ୍ଟେନ କରିବା ପାଇଁ ପ୍ରଚୁର ମାତ୍ରରେ ପାଣି ପିଅନ୍ତୁ । ଯଦି ଆପଣଙ୍କ ମୁଣ୍ଡାବିନ୍ଧା ଚା, କଫି ବା କେଫିନ ଜାତୀୟ ପାନିୟ ସେବନ କରିବା ପରେ ମଧ୍ୟ ହେଉଛି, ତେବେ ଏହାକୁ ପିଇବା କମାଇ ଦିଅନ୍ତୁ ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe