Advertisment

ସବୁ ବେଳେ ଖରାପ ନୁହେଁ ଆଇସ୍‌କ୍ରିମ୍‌, ଏଥିରେ ବି ଅଛି ଭିଟାମିନ୍

ଆଇସ୍‌କ୍ରିମ୍‌ ନାଁ ଶୁଣିଲେ ପାଟିରୁ ଲାଳ ବୋହି ଆସେ। ବିଶେଷ କରି ଖରା ଦିନେ ଆଇସ୍‌କ୍ରିମ୍‌ ଖାଇବାର ମଜା ଅଲଗା। କିନ୍ତୁ ଅନେକ ଲୋକ ଆଇସ୍‌କ୍ରିମ୍ ନଖାଇବାକୁ ପରାମର୍ଶ ଦିଅନ୍ତି। ବାପାମା’ମାନେ ଛୁଆଙ୍କୁ ସବୁବେଳେ ଏଥିପାଇଁ ଆକଟ କରନ୍ତି। ତେବେ ଜାଣିଛନ୍ତି ଆଇସ୍‌କ୍ରିମ୍‌ରେ ବି ଅଛି ଭିଟାମିନ୍। ଆଇସ୍‌କ୍ରିମ୍‌ ଖାଇଲେ ଭିଟାମିନ୍‌ ‘ଏ’ ମିଳିଥାଏ। ଯାହା ଶରୀର ହାଡ଼ ମଜଭୁତ ରଖିବା ସହ  ତ୍ୱଚା,ଦାନ୍ତ, ଆଖି ଓ କେଶ ବିକାଶରେ ସାହାଯ୍ୟ କରିଥାଏ। କ୍ଷୀର ଓ ଅନ୍ୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସବୁ ବେଳେ ଖରାପ ନୁହେଁ ଆଇସ୍‌କ୍ରିମ୍‌, ଏଥିରେ ବି ଅଛି ଭିଟାମିନ୍

icecream

ଆଇସ୍‌କ୍ରିମ୍‌ ନାଁ ଶୁଣିଲେ ପାଟିରୁ ଲାଳ ବୋହି ଆସେ। ବିଶେଷ କରି ଖରା ଦିନେ ଆଇସ୍‌କ୍ରିମ୍‌ ଖାଇବାର ମଜା ଅଲଗା। କିନ୍ତୁ ଅନେକ ଲୋକ ଆଇସ୍‌କ୍ରିମ୍ ନଖାଇବାକୁ ପରାମର୍ଶ ଦିଅନ୍ତି। ବାପାମା’ମାନେ ଛୁଆଙ୍କୁ ସବୁବେଳେ ଏଥିପାଇଁ ଆକଟ କରନ୍ତି। ତେବେ ଜାଣିଛନ୍ତି ଆଇସ୍‌କ୍ରିମ୍‌ରେ ବି ଅଛି ଭିଟାମିନ୍।

Advertisment

ଆଇସ୍‌କ୍ରିମ୍‌ ଖାଇଲେ ଭିଟାମିନ୍‌ ‘ଏ’ ମିଳିଥାଏ। ଯାହା ଶରୀର ହାଡ଼ ମଜଭୁତ ରଖିବା ସହ  ତ୍ୱଚା,ଦାନ୍ତ, ଆଖି ଓ କେଶ ବିକାଶରେ ସାହାଯ୍ୟ କରିଥାଏ।

କ୍ଷୀର ଓ ଅନ୍ୟ ଉପାଦାନ ପରି ଆଇସକ୍ରିମରେ ପଡୁ ଥିବାରୁ ଏଥିରୁ ପ୍ରୋଟିନ୍‌ ମିଳିଥାଏ। ଯାହା ଶରୀରର ବିଭିନ୍ନ ଅଂଶ ଯଥା ମାଂସପେଶୀ, ତ୍ୱଚା, ହାଡ଼ ଓ  ରକ୍ତ ପାଇଁ ଲାଭଦାୟକ ହୋଇଥାଏ।  ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଇଲେ ମାଂସପେଶୀ ଷ୍ଟ୍ରଙ୍ଗ୍‌ ହୋଇଥାଏ।

Advertisment

ଆଇସ୍‌କ୍ରିମରୁ ଭିଟାମିନ୍ ବି-୨ଓ ବି ୧୨ ମିଳିଥାଏ। ଭିଟାମିନ୍‌ ଏ ତ୍ୱଚା ଓ ହାଡ଼କୁ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ। ଏହା ଆଖିର ଦୃଷ୍ଟିଶକ୍ତିକୁ ବଢ଼ାଇଥାଏ।

ଆଇସ୍‌କ୍ରିମ ଖାଇଲେ ଶରୀରକୁ କ୍ୟାଲସିୟମ୍‌ ମିଳିଥାଏ। କ୍ୟାଲସିୟମ ଶରୀର ହାଡ଼କୁ ଶକ୍ତ ରଖିବା ସହ ମୋଟାପଣକୁ ଦୂର କରିଥାଏ।