Advertisment

ବାର୍ଦ୍ଧକ୍ୟ ବୟସରେ ଆଲଜାଇମର୍ସର ଭୟ

ଭୁବନେଶ୍ୱର: ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରରେ ନାନା ରୋଗ ଦେଖାଦିଏ। ସେ ମଧ୍ୟରୁ ଆଲଜାଇମର୍ସ ମଧ୍ୟ ଏକ ରୋଗ ଯାହା ମଣିଷର ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଏ। ଏହି ରୋଗ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ଠାରେ ଦେଖାଯାଏ। ଥରେ ଏହି ରୋଗ ହେଲେ ସହଜେ ଭଲ ହୁଏ ନାହିଁ। ଏହି ରୋଗ ହେଲେ ବ୍ୟକ୍ତିର ବୁଝିବା ଶକ୍ତି, ଏକାଗ୍ରତା, କୌଣସି ସ୍ଥିତି ବା କଥା କୁ ମନେପକାଇବାରେ ଅସମର୍ଥ ହୋଇପଡେ।   ବୟସ ବଢ଼ିବା ସହ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାର୍ଦ୍ଧକ୍ୟ ବୟସରେ ଆଲଜାଇମର୍ସର ଭୟ

alzheimer-elderly

eyes closed.ଭୁବନେଶ୍ୱର: ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରରେ ନାନା ରୋଗ ଦେଖାଦିଏ। ସେ ମଧ୍ୟରୁ ଆଲଜାଇମର୍ସ ମଧ୍ୟ ଏକ ରୋଗ ଯାହା ମଣିଷର ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଏ। ଏହି ରୋଗ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ଠାରେ ଦେଖାଯାଏ। ଥରେ ଏହି ରୋଗ ହେଲେ ସହଜେ ଭଲ ହୁଏ ନାହିଁ। ଏହି ରୋଗ ହେଲେ ବ୍ୟକ୍ତିର ବୁଝିବା ଶକ୍ତି, ଏକାଗ୍ରତା, କୌଣସି ସ୍ଥିତି ବା କଥା କୁ ମନେପକାଇବାରେ ଅସମର୍ଥ ହୋଇପଡେ।   ବୟସ ବଢ଼ିବା ସହ ନିତିଦିନ ଜୀବନଚର୍ଯ୍ୟାରେ ସାମାନ୍ୟ ପରିବର୍ତ୍ତନ ହିଁ ଆଲଜାଇମର୍ସ ପରି ରୋଗ ଠାରୁ ଦୂରେଇ ଆପଣଙ୍କ ବାର୍ଦ୍ଧକ୍ୟ ଜୀବନକୁ କରିବ ସୁସ୍ଥ । ତେବେ କେଉଁ ଦିଗ ପ୍ରତି ହେବାକୁ ପଡ଼ିବ ସତର୍କ ଜାଣନ୍ତୁ ସେ ସଂପର୍କରେ।

Advertisment

ଓଜନ କମାଇବା: ଯଥାସମ୍ଭବ ଶରୀର ଓଜନ କମାନ୍ତୁ। ବୟସ ଠାରୁ ଅଧିକ ଓଜନ ବଢ଼ିଲେ ଭବିଷ୍ୟତରେ ଆଲଜାଇମର୍ସ ପରି ରୋଗ ହେବାର ସମ୍ଭାବନା ରହିଛି ।

ଓମେଗା ଥ୍ରୀ ଫାଟି ଏସିଡ୍: ବୟସ ବଢ଼ିବା ସହ ପୁଷ୍ଟିକର ଖାଦ୍ୟ ତଥା ଓମେଗା ଥ୍ରୀ ଭରପୁର ଥିବା ଖାଦ୍ୟ ଖାଇବା ଆବଶ୍ୟକ।

Advertisment

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ: ବାର୍ଦ୍ଧକ୍ୟ ସମୟରେ ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ହଠାତ୍ ବଢ଼ିଯାଏ। ଏଦିଗ ପ୍ରତି ସତର୍କ ରୁହନ୍ତୁ। କୋଲେଷ୍ଟ୍ରୋଲ ମାତ୍ରା ବଢ଼ିଲେ ଧମନୀକୁ ଦୁର୍ବଳ କରିପକାଏ।

ନିୟନ୍ତ୍ରିତ ରକ୍ତଚାପ: ରକ୍ତଚାପ ବଢ଼ିଲେ ଶିରା ଓ ଧମନୀ ନଷ୍ଟ ହେବା ସହ ମସ୍ତିଷ୍କକୁ ରକ୍ତସଞ୍ଚାଳନ ମଧ୍ୟ ବନ୍ଦ ହୋଇଯାଏ।

ମସ୍ତିଷ୍କକୁ ସକ୍ରିୟ ରଖନ୍ତୁ: ଗବେଷଣା ଅନୁଯାୟୀ ଖାଲି ବସି ନ ରହି ନୂତନ ତଥ୍ୟ ସଂପର୍କରେ ଜାଣନ୍ତୁ, ଅଥବା ଚେସ୍, ପଜଲସ୍ ଆଦି ଖେଳରେ ବ୍ୟସ୍ତ ରହି ମସ୍ତିଷ୍କକୁ ସକ୍ରିୟ ରଖନ୍ତୁ।

ରେଡ୍ ମିଟ୍ କୁ ନା: ବର୍ଦ୍ଧିତ ବୟସରେ ରେଡ୍ ମିଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହା ବ୍ରେନ୍ ସେଲକୁ ନଷ୍ଟ କରିଥାଏ।