ଓଜନ କମାଇବ ଅଁଳା ଜୁସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନ କମାଇବା ପାଇଁ ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଥା’ନ୍ତି। ଯଦି ଆପଣ ବି ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଡାଏଟ୍‌ରେ ଅଁଲା ଜୁସ୍‌କୁ ସାମିଲ କରନ୍ତୁ। ଓଜନ କମାଇବା ପାଇଁ ଏହା ତୁରନ୍ତ କାର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହା କିପରି କାର୍ଯ୍ୟ କରିଥାଏ। ୧. ଅଁଳାରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡାଣ୍ଟ୍‌ ରହିଛି, ଯାହା ବିଷାକ୍ତ […]

a222

a222

Puspanjali Panda
  • Published: Monday, 25 November 2019
  • Updated: 25 November 2019, 04:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନ କମାଇବା ପାଇଁ ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଥା’ନ୍ତି। ଯଦି ଆପଣ ବି ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଡାଏଟ୍‌ରେ ଅଁଲା ଜୁସ୍‌କୁ ସାମିଲ କରନ୍ତୁ। ଓଜନ କମାଇବା ପାଇଁ ଏହା ତୁରନ୍ତ କାର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହା କିପରି କାର୍ଯ୍ୟ କରିଥାଏ।

୧. ଅଁଳାରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡାଣ୍ଟ୍‌ ରହିଛି, ଯାହା ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ।

୨. ପେଟ ପାଇଁ ଅଁଳାକୁ ସୁପର ଫୁଡ୍‌ ବୋଲି କୁହାଯାଏ। ଏଥିରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହା ସହିତ ମେଟାବୋଲିଜିମ୍‌କୁ ମଜବୁତ୍‌ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ୍‌ ପ୍ରୋସେସ୍‌କୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ।

୩. ଅଁଳାରେ ହାଇପୋଲାପିଡେମିକ୍‌ ପ୍ରୋପଟିଜ୍‌ ରହିଛି, ଯାହା ଶରୀରରେ କୋଲେଷ୍ଟ୍ରଲ୍‌ ସହିତ ଲଢ଼େଇ କରିଥାଏ ଏବଂ ଓଜନ କମ୍‌ କରିଥାଏ।

୪. ଏଥିରେ ଥିବା ଫାଇବର୍‌ ପାଚନ କ୍ରିୟାକୁ ଠିକ୍‌ ରଖିବା ସହିତ ପାକସ୍ଥଳୀକୁ ଇନ୍‌ଫେକସନ୍‌ଠାରୁ ଦୂରେଇ ରଖିଥାଏ।

୫. ଓଜନ ନିୟନ୍ତ୍ରଣ କରିବା ପାଇଁ ୨ରୁ ୩ ଚାମଚ ଅଁଳା ଜୁସ୍‌ କିମ୍ୱା ଅଁଳା ପାଉଡର୍‌ ଉଷୁମ ପାଣରେ ମିଶାଇ ସକାଳେ ଖାଲି ପେଟରେ ପିଅନ୍ତୁ।

୬. ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନସର୍‌ ସୃଷ୍ଟିକାରୀ କାର୍ସିନୋଜେନିକ୍‌ କୋଷର ବୃଦ୍ଧିକୁ ରୋକିଥାଏ ଏବଂ କ୍ୟାନସରଠାରୁ ରକ୍ଷା କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos