ଘରୋଇ ଔଷଧ ଅଁଳା

ଭୁବନେଶ୍ୱର: ଅଁଳାରେ ଭରପୂର ପୁଷ୍ଟିସାର ରହିଛି। ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ। ତା’ସହିତ ଅନେକ ସାଧାରଣ ରୋଗରୁ ଏହା ଆମ ଶରୀରକୁ ସୁରକ୍ଷିତ ରଖେ। ଆପଣ ଅଁଳାକୁ କଞ୍ଚା ଚୋବାଇ ଖାଇ ପାରିବେ ଅବା ଏହାକୁ ଜୁସ୍ କରି ପିଇପାରିବେ। ସେହିପରି ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ। ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ। ତେବେ […]

amla

Rakesh Mallick
  • Published: Monday, 11 April 2016
  • , Updated: 27 April 2017, 05:13 PM IST

ଭୁବନେଶ୍ୱର: ଅଁଳାରେ ଭରପୂର ପୁଷ୍ଟିସାର ରହିଛି। ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ। ତା’ସହିତ ଅନେକ ସାଧାରଣ ରୋଗରୁ ଏହା ଆମ ଶରୀରକୁ ସୁରକ୍ଷିତ ରଖେ। ଆପଣ ଅଁଳାକୁ କଞ୍ଚା ଚୋବାଇ ଖାଇ ପାରିବେ ଅବା ଏହାକୁ ଜୁସ୍ କରି ପିଇପାରିବେ। ସେହିପରି ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ। ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ। ତେବେ ଆପଣ ଅଁଳାକୁ ଯେକୌଣସି ଉପାୟରେ ଖାଇଲେ ବି ଏହା ଶରୀରର ଉପକାର କରେ।

ଭିଟାମିନ୍ ‘ସି’ ପାଇଁ ଅଁଳା ହେଉଛି ସର୍ବୋତ୍ତମ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଜୀବାଣୁ ଓ ଭୂତାଣୁ ଜନିତ ରୋଗରୁ ଶରୀରକୁ ରକ୍ଷା କରେ।

ଅଁଳାରେ ପୋଲିଫେନୋଲ୍ସ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ବିରୋଧରେ ଲଢ଼େ।

ଆୟୁର୍ବେଦ ଅନୁଯାୟୀ ଅଁଳା ଶରୀରର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରେ। ତିନିଟି ଦୋଷ- ବାତ, କଫ ଓ ପିତ୍ତକୁ ଏହା ସନ୍ତୁଳିତ କରି ରଖେ।

ଅଁଳାକୁ ଜୁସ୍ କରି ପିଇଲେ ସବୁଠୁ ଅଧିକ ଲାଭ ମିଳିଥାଏ। ଅଁଳା ଜୁସ୍ ପେଟ ସଫା ରଖେ। ପାଚନ ପ୍ରକ୍ରିୟା ଠିକ୍ ରହେ। ଏହା ଚର୍ମ ଓ ଆଖିକୁ ସୁସ୍ଥ ରଖେ।

ଦୁଇ ଚାମଚ ମହୁ ସହିତ ଦୁଇ ଚାମଚ ଅଁଳା ଜୁସ୍ ମିଶାଇ ପ୍ରତିଦିନ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।

ନିୟମିତ ଭାବେ ଅଁଳା ଜୁସ୍ ପିଇଲେ କୋଲେଷ୍ଟେରୋଲ୍ ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ।

Related story