ଅନାଥ ନାବାଳିକା ପାଇଁ ଦରଦ: କରାଗଲା ମାଗଣା ପୋଷ୍ଟ ବର୍ଣ୍ଣ କଣ୍ଟ୍ରାକଚର ଅସ୍ତ୍ରୋପଚାର

ଭୁବନେଶ୍ୱର: ପିତୃମାତୃ ହରା ଜଣେ ୭ବର୍ଷ ନାବାଳିକା ରାତୁ ଟାପ୍ପୋର ପୋଷ୍ଟ ବର୍ଣ୍ଣ କଣ୍ଟ୍ରାକଚର ଅସ୍ତ୍ରୋପଚାର ଆମ୍ରି ହସ୍ପିଟାଲରେ ସଫଳତାର ସହ କରାଯାଇଛି। ୨ଟି ପର୍ଯ୍ୟାୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କଣ୍ଟ୍ରାକଚରକୁ ବାହାର କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସୁରକ୍ଷିତ କରାଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ପ୍ଲିଟ ଗ୍ରାଫିଟିଂ ଦ୍ୱାରା କ୍ଷତ ଜାଗାରେ ଜଙ୍ଘରୁ ଚର୍ମ ନିଆଯାଇ ପ୍ରତିରୋପଣ କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏବେ ବାଳିକାଟି ତା’ର ମୁଣ୍ଡ ବୁଲାଇ ପାରୁଛି। ରିତୁର କାନ୍ଧ, ବାହୁ […]

amri111111111

Rakesh Mallick
  • Published: Thursday, 17 December 2015
  • , Updated: 27 April 2017, 05:15 PM IST

ଭୁବନେଶ୍ୱର: ପିତୃମାତୃ ହରା ଜଣେ ୭ବର୍ଷ ନାବାଳିକା ରାତୁ ଟାପ୍ପୋର ପୋଷ୍ଟ ବର୍ଣ୍ଣ କଣ୍ଟ୍ରାକଚର ଅସ୍ତ୍ରୋପଚାର ଆମ୍ରି ହସ୍ପିଟାଲରେ ସଫଳତାର ସହ କରାଯାଇଛି। ୨ଟି ପର୍ଯ୍ୟାୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କଣ୍ଟ୍ରାକଚରକୁ ବାହାର କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସୁରକ୍ଷିତ କରାଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ପ୍ଲିଟ ଗ୍ରାଫିଟିଂ ଦ୍ୱାରା କ୍ଷତ ଜାଗାରେ ଜଙ୍ଘରୁ ଚର୍ମ ନିଆଯାଇ ପ୍ରତିରୋପଣ କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏବେ ବାଳିକାଟି ତା’ର ମୁଣ୍ଡ ବୁଲାଇ ପାରୁଛି। ରିତୁର କାନ୍ଧ, ବାହୁ ପୂର୍ବ ପରି ଠିକ ଭାବେ କାମ କରୁଛି ବୋଲି ତା’ର ଚିକିତ୍ସା କରୁଥିବା ଡାକ୍ତ ବିଶ୍ୱଜିତ ମିଶ୍ର କହିଛନ୍ତି।୪ବର୍ଷ ପୂର୍ବେ ଏକ ଅଗ୍ନିକାଣ୍ଡରେ ରିତୁ ଶରୀରର ୬୦ ଭାଗ ପୋଡିଯାଇଥିଲା। ତା’ର ଡାହାଣ ପାଖ ମୁହଁ ଓ ବେକରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ସେ କାଖ, କାନ୍ଧ ଓ ବେକ ବୁଲାଇ ପାରୁ ନ ଥିଲା। ଏପରି ସ୍ଥିତିରେ ରିତୁକୁ ତା’ର ପରିବାର ଲୋକେ ଛାଡି ଚାଲି ଯାଇଥିଲେ। ନିଃସହାୟ ଅବସ୍ଥାରେ ରିତୁ ରାସ୍ତାରେ ବୁଲୁଥିବା ବେଳେ ‘କରୁଣା ପ୍ରେମ’ ନାମକ ଏକ ଏନଜିଓ ସଂସ୍ଥା ତାକୁ ଉଦ୍ଧାର କରିଥିଲା। ଏନଜିଓ କର୍ତ୍ତୃପକ୍ଷ ତା’ର ଚିକିତ୍ସା ଲାଗି ବିଭିନ୍ନ ହସ୍ପିଟାଲ ସହ ଯୋଗାଯୋଗ କରି ନିରାଶ ହେବା ପରେ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସେଠାରେ ଡାକ୍ତର ବିଶ୍ୱଜିତ ମିଶ୍ର ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ଏହାକୁ ହୃଦୟଙ୍ଗମ କରିବା ସହ ରିତୁର ଚିକିତ୍ସା ଭାର ଗ୍ରହଣ କରିଥିଲେ। ହସ୍ପିଟାଲ ଉପସଭାପତି ଡ. ସଲିଲ କୁମାର ମହାନ୍ତିଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିବା ପରେ ରିତୁର ଚିକିତ୍ସା ମାଗଣା କରାଯିବାକୁ ସ୍ଥିର କରାଯାଇଥିଲା। ପରେ ଗତ ନଭେମ୍ବର ୧୮ ତାରିଖରେ ସଫଳତାର ସହ ରିତୁର ଅସ୍ତ୍ରୋପଚାର କରାଯାଇଥିଲା।

ଏହି ଅସ୍ତ୍ରୋପଚାର ବିରଳ ହୋଇ ନ ଥିଲେ ବି ଜଟିଳ ଥିଲା। ଏଥିପାଇଁ ପ୍ରାୟ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଇମାମି ଫାଉଣ୍ଡେସନ ଏବଂ ସ୍ୱେଚ୍ଛାସେବୀ ମିହିର ନାରାୟଣ ବର୍ମନ ଏହି ଖର୍ଚ୍ଚକୁ ବହନ କରିଥିଲେ। ‘କରୁଣା ପ୍ରେମ‌’ ମିସ୍ ସଙ୍ଗୀତା ବୁଦ୍ଧିରାଜା କହିଛନ୍ତି, ବିଭିନ୍ନ ହସ୍ପିଟାଲରୁ ନିରାଶବାଣୀ ଶୁଣିବା ପରେ ଆମ୍ରି ହସ୍ପିଟାଲ ସହ ଯୋଗାଯୋଗ କରିଥିଲୁ। ସେଠାରୁ ଆଶ୍ୱାସନା ପାଇବା ପରେ କିଛିଟା ଆଶା ସଂଚାର ହୋଇଥିଲା। ଏବେ ରିତୁ ସୁସ୍ଥ ଅଛି ଓ ସାଧାରଣ ଜୀବନ ବିତାଇ ପାରୁଛି। ଏଥିପାଇଁ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛୁ। ସେହିପରି ରିତୁର ଚିକିତ୍ସା ଲାଗି ଆର୍ଥିକ ସହାୟତା ଯୋଗାଇଥିବାରୁ ଇମାମି ଫାଉଣ୍ଡେସନ ଓ ସ୍ୱେଚ୍ଛାସେବୀ ମିହିର ନାରାୟଣ ବର୍ମନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସବୁଠାରୁ ବଡ କଥା ହେଲା ବଡ ବଡ ଡାକ୍ତରଖାନା ନିରାଶ୍ରୟଙ୍କ ଏପରି ଚିକିତ୍ସା କରିବା ପାଇଁ ଆଗେଇ ଆସିବା ସମାଜ ପ୍ରତି ଏକ ଉଦାହରଣ ସୃଷ୍ଟି କରିଛି।

Related story