Advertisment

ରୋଗ ସହ ଘୁଙ୍ଗୁଡ଼ି ସମସ୍ୟା ଦୂର କରେ ଅନୁଲୋମ-ବିଲୋମ ପ୍ରାଣାୟାମ

ଭୁବନେଶ୍ୱର: ଆମେ ଯେତେ ବଡ଼ ହୋଇ ଚାଲୁ ସେତିକି ଆମେ କାମରେ ବ୍ୟସ୍ତ ହୋଇଯାଉ। ବ୍ୟସ୍ତବହୁଳ ଜୀବନରେ ଚିନ୍ତା ମଧ୍ୟ ସେମିତି ବଢ଼ିଚାଲେ। ଯେତେବେଳେ ଆମେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହେବାରେ ଲାଗେ। ତେବେ ଏସବୁ ସମସ୍ୟାକୁ ସହଜେ ସମାଧାନ କରିବାର ଏକ ସୁନ୍ଦର ରାସ୍ତା ହେଉଛି ପ୍ରତିଦିନ ଅନୁଲୋମ ବିଲୋମ ପ୍ରାଣାୟାମର ଅଭ୍ୟାସ। ତେବେ ଆସନ୍ତୁ ଜାଣିବା ଏହି ପ୍ରାଣାୟାମ କଲେ ଆମ ମସ୍ତିଷ୍କ ଶାନ୍ତ ରହିବା ସହ […]

ଅଦ୍ୟତନ ହୋଇଛି
ରୋଗ ସହ ଘୁଙ୍ଗୁଡ଼ି ସମସ୍ୟା ଦୂର କରେ ଅନୁଲୋମ-ବିଲୋମ ପ୍ରାଣାୟାମ

anulom-vilom

Advertisment

ଭୁବନେଶ୍ୱର: ଆମେ ଯେତେ ବଡ଼ ହୋଇ ଚାଲୁ ସେତିକି ଆମେ କାମରେ ବ୍ୟସ୍ତ ହୋଇଯାଉ। ବ୍ୟସ୍ତବହୁଳ ଜୀବନରେ ଚିନ୍ତା ମଧ୍ୟ ସେମିତି ବଢ଼ିଚାଲେ। ଯେତେବେଳେ ଆମେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହେବାରେ ଲାଗେ। ତେବେ ଏସବୁ ସମସ୍ୟାକୁ ସହଜେ ସମାଧାନ କରିବାର ଏକ ସୁନ୍ଦର ରାସ୍ତା ହେଉଛି ପ୍ରତିଦିନ ଅନୁଲୋମ ବିଲୋମ ପ୍ରାଣାୟାମର ଅଭ୍ୟାସ। ତେବେ ଆସନ୍ତୁ ଜାଣିବା ଏହି ପ୍ରାଣାୟାମ କଲେ ଆମ ମସ୍ତିଷ୍କ ଶାନ୍ତ ରହିବା ସହ ଆଉ କେଉଁ ପ୍ରକାର ଶାରୀରିକ ଉପକାର ମିଳେ।

Advertisment

କିପରି କରିବେ: ଚଟାଣରେ ଏକ ଆସନ ପକାଇ ପଦ୍ମାସନ କିମ୍ବା ଅର୍ଦ୍ଧପଦ୍ମାସନରେ ବସନ୍ତୁ। ଯେଉଁମାନଙ୍କ ଆର୍ଥ୍ରାଇଟିସ ସମସ୍ୟା ରହିଛି ସେମାନେ କାଠ ଚୌକିରେ ଗୋଡ଼ ତଳକୁ ରଖି ବସିପାରିବେ।

ବାମ ହାତର ପାପୁଲିକୁ ତଳ ମୁହାଁ କରି ବାମ ଗୋଡ଼ର ଆଣ୍ଠୁ ଉପରେ ରଖନ୍ତୁ। ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ ରଖନ୍ତୁ। କହୁଣୀକୁ ବେଶୀ ଉପରକୁ ଟେକିବେ ନାହିଁ। ଏହାପରେ ବାମ ପାଖ ନାମ ବାଟେ ଦୀର୍ଘ ଶ୍ୱାସ ନିଅନ୍ତୁ ଓ ଡାହାଣ ପାଖ ନାକ ଉପରୁ ଆଙ୍ଗୁଠି କାଢ଼ି ଶ୍ୱାସ ଛାଡ଼ନ୍ତୁ।

Advertisment

ଏହାପରେ ବାମ ପାଖ ନାକରେ ତର୍ଜନୀ ଆଙ୍ଗୁଠି ରଖି ଡାହାଣ ନାକରେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ବାମ ପାଖ ନାକରେ ଶ୍ୱାସ ଛାଡ଼ନ୍ତୁ।

ଆରମ୍ଭରୁ ଏହାକୁ ତିନି ମିନିଟ୍‌ କରି ପରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ। ପ୍ରାଣାୟାମ କରିବା ସମୟରେ ଆଖିକୁ ବନ୍ଦ ରଖନ୍ତୁ।

ଲାଭ: ନିୟମିତ ଏହି ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଶରୀରରେ ଥିବା ବାତ, କଫ ଏବଂ ପିତ ଦୋଷ ଜନିତ ସମସ୍ୟା ଦୂର ହୁଏ।

-ଅନୁଲୋମ-ବିଲୋମର ନିୟମିତ ଅଭ୍ୟାସ କଲେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟା ସଂପୂର୍ଣ୍ଣ ଦୂର ହୁଏ।

-ମାନସିକ ସ୍ତରରେ ସକାରତ୍ମକ ଚିନ୍ତା ଆସେ। ପୂରା ଶରୀରରେ ଅମ୍ଳଜାନ ପ୍ରବାହ ଭଲ ଭାବେ ହୁଏ।

-ଦୃଷ୍ଟିଶକ୍ତି ପ୍ରଖର ହୁଏ। କାନ ସମସ୍ୟା ଥିଲେ ଦୂର ହୁଏ ଏବଂ ରକ୍ତସଞ୍ଚାଳନ ଉତ୍ତମ ରୂପେ ହୁଏ।

-କୋଷ୍ଠ କାଠିନ୍ୟ ସମସ୍ୟା, ଏସିଡିଟି, ଆଲର୍ଜି ସମସ୍ୟା, ଶ୍ୱାସ ରୋଗ ଏବଂ ସବୁଠୁ ବିରକ୍ତକର ଶୋଇବା ସମୟରେ ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ ଧୀରେ ଧୀରେ ବନ୍ଦ ହୁଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe