ବଂଶୀର ସ୍ୱର କାହାକୁ ଅବା ଭଲ ନ ଲାଗେ। ତେବେ ଆପଣ ଜାଣିଛନ୍ତି କି ବଂଶୀ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ବି ଆଣିଦିଏ? ଯଦି ଆପଣ ଘରେ କିଛି ବିଶେଷ ଧରଣର ବଂଶୀ ରଖିବେ ତା’ହେଲେ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼େ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେ ବିଷୟରେ:
- ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ତା’ହେଲେ ପୋଷାକ ରଖୁଥିବା ଆଲମାରୀରେ ବାଉଁଶରେ ତିଆରି ବଂଶୀ ରଖିବା ଆରମ୍ଭ କରନ୍ତୁ। ଆପଣଙ୍କ ବ୍ୟବସାୟ ଭଲ ଚାଲିବ।
- ପରୀକ୍ଷାରେ ସଫଳତା ପାଇବା ପାଇଁ ଅବା ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯିବାର ଥିଲେ ତା’ର କିଛି ଦିନ ପୂର୍ବରୁ ଘରେ ଧଳା ବଂଶୀ ରଖନ୍ତୁ। ଏମିତି କଲେ ସଫଳତା ନିଶ୍ଚିତ ମିଳେ ବୋଲି କୁହାଯାଏ।
- ଲମ୍ବା ସମୟ ଧରି ଲାଗି ରହିଥିବା ରୋଗରୁ ମୁକ୍ତି ପାଇଁ ଅବା କୌଣସି ରୋଗରେ ନ ପଡ଼ିବା ପାଇଁ ରୋଷେଇ ଘରେ ସୁନା ରଙ୍ଗର ବଂଶୀ ରଖନ୍ତୁ।
- ଯଦି ଆପଣ ନିଜ ପସନ୍ଦ ଅନୁସାରେ ଚାକିରି ପାଇବାକୁ ଚାହାଁନ୍ତି କିମ୍ୱା ପ୍ରମୋସନ ଚାହୁଁଛନ୍ତି, ତା’ହେଲେ ଘରର ମେନ୍ ଗେଟ୍ ନିକଟରେ ହଳଦିଆ ରଙ୍ଗର ବଂଶୀ ରଖନ୍ତୁ।
- ଯଦି ବ୍ୟବସାୟରେ ଆପଣ ଲାଗାତାର କ୍ଷତି ସହୁଛନ୍ତି ତା’ହେଲେ ଏହାକୁ ଦୂର କରିବାକୁ ଦୋକନ କିମ୍ୱା ଘର ଟ୍ରେଜେରୀରେ ଚାନ୍ଦିର ବଂଶୀ ରଖନ୍ତୁ।
- ବିବାହ ହୋଇପାରୁ ନ ଥିଲେ ଅବା ବିବାହ ପାଇଁ ଯୋଗ ଫିଟୁ ନ ଥିଲେ ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍ ରଙ୍ଗର ବଂଶୀ ରଖନ୍ତୁ। ମନ ପସନ୍ଦର ଜୀବନ ସାଥୀ ମିଳିବେ।
- ଯୋଗ୍ୟ ଓ ଭାଗ୍ୟଶାଳୀ ସନ୍ତାନ ପାଇବାକୁ ଇଚ୍ଛା କରୁଥିବା ଦମ୍ପତି ସେମାନଙ୍କ ବେଡ୍ରୁମ୍ରେ ସବୁଜ ରଙ୍ଗର ବଂଶୀ ରଖି ପାରିବେ । କିନ୍ତୁ ବଂଶୀକୁ ଏପରି ରଖିବେ ଯେମିତି କେହି ଦେଖି ପାରିବେ ନାହିଁ।
- ରିପୋର୍ଟ ଓ ଫଟୋ- ଖାସ୍ଖବର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।