Advertisment

ଗୁରୁବାର ୫ଟି କାର୍ଯ୍ୟରୁ ବିରତ ରୁହନ୍ତୁ, ନ ହେଲେ ମାଡ଼ିବସିବ ଦୁର୍ଭାଗ୍ୟ!

ଅନେକ ଗୁଡ଼ିଏ କାମ ଗୁରୁବାର ଦିନ ନ କରିବା ପାଇଁ ଗୁରୁଜନମାନେ କହିବାର ଆମେମାନେ ଶୁଣିଛେ। ସେମାନଙ୍କ କହିବା ଅନୁଯାୟୀ ଜୀବନରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ ଓ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏଭଳି କିଛି କୁହାଯାଇଛି। ଏଥିରେ କୁହାଯାଇଛି ଯେ ଏମିତି କିଛି କାମ ଅଛି ଯେଉଁଗୁଡ଼ିକୁ ଗୁରୁବାର ଦିନ କରିବା ଉଚିତ ନୁହେଁ। ବୃହସ୍ପତି ଗ୍ରହକର ପ୍ରଭାବକୁ ଅନୁକୂଳ ରଖିବା ପାଇଁ ଏହାକୁ ଅନୁପାଳନ କରାଯିବା ଉଚିତ ବୋଲି ଯୁକ୍ତି […]

ଅଦ୍ୟତନ ହୋଇଛି
ଗୁରୁବାର ୫ଟି କାର୍ଯ୍ୟରୁ ବିରତ ରୁହନ୍ତୁ, ନ ହେଲେ ମାଡ଼ିବସିବ ଦୁର୍ଭାଗ୍ୟ!

nail

Advertisment

ଅନେକ ଗୁଡ଼ିଏ କାମ ଗୁରୁବାର ଦିନ ନ କରିବା ପାଇଁ ଗୁରୁଜନମାନେ କହିବାର ଆମେମାନେ ଶୁଣିଛେ। ସେମାନଙ୍କ କହିବା ଅନୁଯାୟୀ ଜୀବନରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ ଓ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏଭଳି କିଛି କୁହାଯାଇଛି। ଏଥିରେ କୁହାଯାଇଛି ଯେ ଏମିତି କିଛି କାମ ଅଛି ଯେଉଁଗୁଡ଼ିକୁ ଗୁରୁବାର ଦିନ କରିବା ଉଚିତ ନୁହେଁ। ବୃହସ୍ପତି ଗ୍ରହକର ପ୍ରଭାବକୁ ଅନୁକୂଳ ରଖିବା ପାଇଁ ଏହାକୁ ଅନୁପାଳନ କରାଯିବା ଉଚିତ ବୋଲି ଯୁକ୍ତି କରାଯାଇଛି। ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତା’ହେଲେ ଭୁଲ୍‌ରେ ନିମ୍ନ ଲିଖିତ କାର୍ଯ୍ୟଗୁଡ଼ିକୁ ଗୁରୁବାର ଦିନ କରନ୍ତୁ ନାହିଁ।

Advertisment

୧. ବାପା, ଗୁରୁ ଓ ସାଧୁସନ୍ଥ ହେଉଛନ୍ତି ବୃହସ୍ପତିଙ୍କ ପ୍ରତିନିଧି। କେବଳ ଗୁରୁବାର ନୁହେଁ, କେବେବି ଏମାନଙ୍କୁ ଅପମାନିତ କରନ୍ତୁ ନାହିଁ।

୨. ଘରେ ଖେଚୁଡ଼ି ବନାନ୍ତୁ ନାହିଁ କି ଖାଆନ୍ତୁ ନାହିଁ।

୩. ନଖ କାଟନ୍ତୁ ନାହିଁ।

୪. ମହିଳାମାନେ ମୁଣ୍ଡ ଧୁଅନ୍ତୁ ନାହିଁ। କୁହାଯାଏ ଏଭଳି କଲେ ଧନ କମେ।

୫. ପୋଷାକ ଓ ଅନ୍ୟ କପଡ଼ା ସଫା କରନ୍ତୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe