Advertisment

ପାର୍ଟିରେ ଏହି ସବୁ ଖାଦ୍ୟ ଖାଇଲେ ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସୁସ୍ଥ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ। ଯାହା ଆଜିର ସମାଜରେ ବହୁତ କମ୍‌ ଦେଖାଯାଉଛି। ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହୋଇ ଯାହା ମିଳୁଛି ତାହା ଖାଇ ପେଟ ଭର୍ତ୍ତି କରୁଛନ୍ତି। ବର୍ତ୍ତମାନର ଯୁବପୀଢି ବାହାର ଖାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପାର୍ଟି ଇତ୍ୟାଦିରେ ଯାହା ଥାଏ ତାକୁ ମନ ଭରି ଖାଇଥାନ୍ତି। ଏହା କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। […]

ଅଦ୍ୟତନ ହୋଇଛି
ପାର୍ଟିରେ ଏହି ସବୁ ଖାଦ୍ୟ ଖାଇଲେ ହୋଇପାରେ ହାର୍ଟ ଆଟାକ୍

w77

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସୁସ୍ଥ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ। ଯାହା ଆଜିର ସମାଜରେ ବହୁତ କମ୍‌ ଦେଖାଯାଉଛି। ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହୋଇ ଯାହା ମିଳୁଛି ତାହା ଖାଇ ପେଟ ଭର୍ତ୍ତି କରୁଛନ୍ତି।

Advertisment

publive-image

ବର୍ତ୍ତମାନର ଯୁବପୀଢି ବାହାର ଖାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପାର୍ଟି ଇତ୍ୟାଦିରେ ଯାହା ଥାଏ ତାକୁ ମନ ଭରି ଖାଇଥାନ୍ତି। ଏହା କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆପଣ ମଧ୍ୟ ପାର୍ଟି ଇତ୍ୟାଦିକୁ ଯାଉଥିବେ, ଆଉ ସେଠାରେ ଯଦି ଆପଣଙ୍କ ମନ ପସନ୍ଦର ଖାଦ୍ୟ ଦେଖନ୍ତି, ତହାଲେ ଆପଣ ନିଜକୁ ନ ରୋକି ମନ ଇଚ୍ଛା ଖାଇଥାନ୍ତି।publive-image

ଆପଣ କିନ୍ତୁ ଜାଣିଛନ୍ତି କି, ପାର୍ଟିରେ ଥିବା ଅନେକ ଖାଦ୍ୟ ଆମ ଶରୀର ପାଇଁ ଖରାପ ହୋଇଥାଏ। ଯାହାକୁ ଖାଇଲେ ଆମର ହାର୍ଟ ସମନ୍ଧୀୟ ଅନେକ ରୋଗ ହେବା ଆଶଙ୍କା ରହିଥାଏ। ତେବେ ଜାଣି ରଖନ୍ତୁ ସେହି ସବୁ ଖାଦ୍ୟ କ’ଣ ଯାହାକୁ ଖାଇଲେ ଆପଣ ହାର୍ଟ ଆଟାକ୍‌ର ମଧ୍ୟ ଶୀକାର ହୋଇପାରନ୍ତି।

Advertisment

ଏନର୍ଜି ଡ୍ରିଙ୍କସ୍‌

publive-image

ଏନର୍ଜି ଡ୍ରିଙ୍କ୍‌ ପିଉଥିବା ଲୋକ ଏହା ଜାଣିଥିବେ ଯେ, ଏଥିରେ ବହୁ ପରିମାଣରେ କଫିନ୍‌ ରହିଥାଏ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆପଣ ପାର୍ଟିକୁ ଯାଉଥିଲେ ଏହାକୁ କମ୍‌ ପିଇବା ପାଇଁ ଚେଷ୍ଟା କରନ୍ତୁ।

ଆଳୁ ଚିପ୍ସ

publive-image

ଛୋଟ ଛୁଆ ହୁଅନ୍ତୁ ବା ବଡ଼ ଲୋକ ସମସ୍ତେ ଆଳୁ ଚିପ୍ସ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି, ଏହା ଆପଣଙ୍କ ହାର୍ଟ ପାଇଁ ମଧ୍ୟ ଭଲ ହୋଇ ନ ଥାଏ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ଲୋକ ଅଧିକ ସୋଡିୟମ୍‌ ଖାଇଥାନ୍ତି ସେମାନଙ୍କର ହାର୍ଟ ଜନିତ ସମସ୍ୟା ଦେଖାଯିବାର ବହୁ ଆଶଙ୍କା ଥାଏ। ଆଉ ଏହି ସୋଡିୟମ୍‌ର ପରିମାଣ ଆଳୁ ଚିପ୍ସରେ ଅଧିକ ଥାଏ। ତେବେ ଆପଣ ହାର୍ଟକୁ ସୁସ୍ଥ ରଖିବା ପାଇଁ ଏହାକୁ କମ୍‌ ଖାଆନ୍ତୁ।

ଚିକେନ୍‌ ଫ୍ରାଏ

publive-image

କୁହାଯାଏ ଯେ, ପ୍ରୋଟିନ୍‌ରେ ଭରପୁର ଚିକେନ୍‌ ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ ପାର୍ଟିରେ ତିଆରି ହେଉଥିବା ଚିକେନ୍‌ରେ ବହୁତ ତେଲ ରହିଥାଏ। ଏହା ସହ ସେଠାରେ ଅଧିକ ମସଲା ମଧ୍ୟ ବ୍ୟବହାର କରାଯାଇଥାଏ, ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆପଣ ପାର୍ଟିକୁ ଗଲେ ଏହି ଜିନିଷ ଖାଇବାରୁ ନିଜକୁ ରୋକନ୍ତୁ।

ସୋଢ଼ା

publive-image

ସୋଢ଼ା ପିଇବା ଦ୍ୱାରା ଶରୀରରେ ରକ୍ତଚାପ ବଢ଼ିପାରେ। ଆଉ ଶରୀରରେ ରକ୍ତଚାପ ବଢ଼ିଲେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇପାରେ। ତେବେ ଏହାକୁ କେବଳ ପାର୍ଟି ନୁହେଁ ବାହାର ଜାଗାରେ ମଧ୍ୟ ପିଇବା ଆପଣଙ୍କ ପାଇଁ ଖରାପ ହୋଇପାରେ।

ଚାଇନିଜ୍‌ ଫୁଡ୍‌

publive-image

ଚାଇନିଜ୍‌ ଫୁଡ୍‌ ଆମ ଶରୀର ପାଇଁ କ୍ଷତିକାରକ ଜାଣି ମଧ୍ୟ ଆମେ ଏହାକୁ ଖାଇବାକୁ ନିଜକୁ ରୋକି ପାରି ନଥାଉ। ଛୁଆମାନେ ଏହାକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଚାଇନିଜ୍‌ ଫୁଡ୍‌ରେ ୮୭୫ ମିଲିଗ୍ରାମ୍‌ ସୋଡ଼ିୟମ୍‌ ରହିଥାଏ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ଛୋଟ ପିଲାଙ୍କୁ ଖାଇବାକୁ ବାରଣ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe