Advertisment

ସର୍ଦିର ସରଳ ଆୟୁର୍ବେଦିକ ଚିକିତ୍ସା

ଭୁବନେଶ୍ୱର: ଆୟୁର୍ବେଦ ଶାସ୍ତ୍ର ଅନୁସାରେ କଫ ଦୋଷ ବିକୃତ ହେବା ଦ୍ୱାରା ସର୍ଦି ରୋଗ ହୋଇଥାଏ। ଦୂଷିତ ଆହାର ବିହାର ସେବନ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥଣ୍ଡା ଆହାର ବିହାର ସେବନ ଓ ଋତୁ ପରିବର୍ତ୍ତନ ସମୟରେ କେତେକ ଭୂତାଣୁ, ଜୀବାଣୁ ସକ୍ରିୟ ହୋଇଯିବା ଦ୍ୱାରା ମଧ୍ୟ ସର୍ଦି ଏବଂ ଜ୍ୱର ହେବାର ଦେଖାଯାଏ। ଚିକିତ୍ସା -ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ, ଦୁଇ ଗ୍ରାମ ସୁଣ୍ଠି ଚୂର୍ଣ୍ଣ ମିଶାଇ ଦିନକୁ ଦୁଇ […]

ଅଦ୍ୟତନ ହୋଇଛି
ସର୍ଦିର ସରଳ ଆୟୁର୍ବେଦିକ ଚିକିତ୍ସା

cold

Advertisment

[caption id="attachment_111029" align="alignleft" width="237"]sudhirଡକ୍ଟର ସୁଧୀର ରଞ୍ଜନ ଦାଶ[/caption]

Advertisment

ଭୁବନେଶ୍ୱର: ଆୟୁର୍ବେଦ ଶାସ୍ତ୍ର ଅନୁସାରେ କଫ ଦୋଷ ବିକୃତ ହେବା ଦ୍ୱାରା ସର୍ଦି ରୋଗ ହୋଇଥାଏ। ଦୂଷିତ ଆହାର ବିହାର ସେବନ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥଣ୍ଡା ଆହାର ବିହାର ସେବନ ଓ ଋତୁ ପରିବର୍ତ୍ତନ ସମୟରେ କେତେକ ଭୂତାଣୁ, ଜୀବାଣୁ ସକ୍ରିୟ ହୋଇଯିବା ଦ୍ୱାରା ମଧ୍ୟ ସର୍ଦି ଏବଂ ଜ୍ୱର ହେବାର ଦେଖାଯାଏ।

ଚିକିତ୍ସା

-ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ, ଦୁଇ ଗ୍ରାମ ସୁଣ୍ଠି ଚୂର୍ଣ୍ଣ ମିଶାଇ ଦିନକୁ ଦୁଇ ଥର ପିଇବା ଦ୍ୱାରା ବିଶେଷ ଉପକାର ମିଳିଥାଏ।

Advertisment

-୧୦ଟି ତୁଳସୀ ପତ୍ର, ୫ଟି ଲବଙ୍ଗକୁ ଦରଖଣ୍ଡ କରି ଏକ ଗ୍ଲାସ ପାଣିରେ ସିଝେଇବେ। ପାଣି ଅଧାଅଧି ହୋଇଯିବା ପରେ ସେଥିରେ କିଛି ସୈନ୍ଧବ ଲୁଣ ପକାଇ ପିଇବେ। ଏମିତି ଦିନକୁ ଦୁଇ ତିନି ଥର ପିଇବା ଦ୍ୱାରା ବିଶେଷ ଆରମ ମିଳିଥାଏ।

-ଏକ ଚାମଚ ତୁଳସୀ ରସ ଓ ପାଞ୍ଚ ସାତ ବୁନ୍ଦା ଅଦାରସକୁ ଏକ ଚାମଚ ମହୁରେ ମିଶାଇ ପିଇଲେ ବିଶେଷ ଲାଭ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe