Advertisment

ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରିବାକୁ ଭୁଲନ୍ତୁ ନାହିଁ

ଭୁବନେଶ୍ୱର: ଅଫିସରେ ପ୍ରତିଦିନ ଆଠ ଘଣ୍ଟା କମ୍ପ୍ୟୁଟର ଆଗରେ ବସି ରହିବା, ଅଧିକ ସମୟ ବାଇକ୍‌ ଚଲାଇବା ଏବଂ ମୋଟା ହେବାଦ୍ୱାରା ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍‌ ପାଇଁ ଅନେକ ପେନ୍‌କିଲର ମଧ୍ୟ ନେଉଛନ୍ତି। କିନ୍ତୁ କ’ଣ ପେନ୍‌କିଲର ହିଁ ଗୋଟିଏ ସମାଧାନ? ନାଁ, ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଆପଣଙ୍କ ମେରୁଦଣ୍ଡକୁ ରଖିବ ସୁସ୍ଥ ଓ ଯନ୍ତ୍ରଣା ମୁକ୍ତ। କାନ୍ଧାରାସନ: ଏହା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରିବାକୁ ଭୁଲନ୍ତୁ ନାହିଁ

back-pain

ଭୁବନେଶ୍ୱର: ଅଫିସରେ ପ୍ରତିଦିନ ଆଠ ଘଣ୍ଟା କମ୍ପ୍ୟୁଟର ଆଗରେ ବସି ରହିବା, ଅଧିକ ସମୟ ବାଇକ୍‌ ଚଲାଇବା ଏବଂ ମୋଟା ହେବାଦ୍ୱାରା ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍‌ ପାଇଁ ଅନେକ ପେନ୍‌କିଲର ମଧ୍ୟ ନେଉଛନ୍ତି। କିନ୍ତୁ କ’ଣ ପେନ୍‌କିଲର ହିଁ ଗୋଟିଏ ସମାଧାନ? ନାଁ, ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଆପଣଙ୍କ ମେରୁଦଣ୍ଡକୁ ରଖିବ ସୁସ୍ଥ ଓ ଯନ୍ତ୍ରଣା ମୁକ୍ତ।

Advertisment

kandharasana-yogaକାନ୍ଧାରାସନ: ଏହା ଉଭୟ କାନ୍ଧ ଓ ଅଣ୍ଟାର ଯନ୍ତ୍ରଣା କମ୍‌ କରେ

କିପରି କରିବେ: ଚଟାଣରେ ସିଧା ଶୋଇ ରହି ଦୁଇ ହାତକୁ ଶରୀରର ଦୁଇ ପାଖରେ ରଖନ୍ତୁ। ଦୁଇ ଗୋଡ଼କୁ ସିଧା ଚଟାଣରେ ରଖିବେ। ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ ଯେପରି ଦୁଇ ପାଦର ତଳ ପାଖ ଚଟାଣରେ ଲାଗି ରହିବ। ପ୍ରଶ୍ୱାସ ଛାଡ଼ି ଅଣ୍ଟା ଓ ପେଟ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ଏବଂ ଦୁଇ ହାତକୁ ପାଦର ଦୁଇ ଗୋଇଠିକୁ ଧରି ରଖନ୍ତୁ। କିଛି କ୍ଷଣ ଏହି ଆସନରେ ରହିବା ପରେ ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରନ୍ତୁ।

bhujangasana-2-yogaଭୁଜାଙ୍ଗସନ: ଏହି ଆସନକୁ କୋବ୍ରା ପୋଜ୍‌ ମଧ୍ୟ କୁହାଯାଏ। ଏହା ମଧ୍ୟ ଉଭୟ ଅଣ୍ଟା ଓ କାନ୍ଧ ଯନ୍ତ୍ରଣା କମ୍ କରେ।

Advertisment

କିପରି କରିବେ: ତଳକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଆଗକୁ ଓ ପାପୁଲିକୁ ଭୂଇଁକୁ ଲଗାଇ ରଖନ୍ତୁ। ହାତକୁ ଧୀରେ କାନ୍ଧ ପାଖକୁ ଆଣି ଛାତି ଓ ପେଟକୁ ଧୀରେ ଧୀରେ ଉପରକୁ ଉଠାଇ ପଛକୁ ଅଧା ଢ଼ଳି କିଛି ସମୟ ରୁହନ୍ତୁ। ମୁହଁକୁ ଆକାଶ ଆଡ଼କୁ ରଖିବେ ଅର୍ଥାତ୍ ଉପରକୁ ଅନାଇବେ।