ଆବଶ୍ୟକ ସାମଗ୍ରୀ: ପିସ୍ତାବାଦାମ, ସୁଜି, ଚିନି, ଦେଶୀ ଘିଅ, କ୍ଷୀର, ପାଣି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ପିସ୍ତାବାଦାମକୁ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ଏହାପରେ ତା’ ଉପର ଚୋପାକୁ ଛଡ଼ାଇ ଏକ କପଡ଼ାରେ ପୋଛି ପୂରା ଡ୍ରାଏ କରି ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡି କରି ଏକ ପାଉଡ଼ର ପ୍ରସ୍ତୁତ କରନ୍ତୁ।
ଏବେ ଏକ ପ୍ୟାନ୍ରେ ଦେଶୀ ଘିଅ ଗରମ କରନ୍ତୁ। ସେଥିରେ ଅଳ୍ପ ସୁଜି ପକାଇ ଭାଜି ଦିଅନ୍ତୁ। ଏହା ହାଳକା ଲାଲ ହୋଇଯିବା ପରେ ସେଥିରେ ବାଦାମ ପାଉଡ଼ର ପକାନ୍ତୁ। ଆଞ୍ଚ ସ୍ଲୋ କରି ଏହାକୁ ଭଲ ଭାବେ ଫ୍ରାଏ କରନ୍ତୁ। ଏହାପରେ ସେଥିରେ ପାଣି ଦିଅନ୍ତୁ। ପାଣି ଫୁଟିଲେ ଏହାକୁ ଭଲ ଭାବେ ଘାଣ୍ଟନ୍ତୁ, ଯେପରି ତଳେ ନ ଲାଗିବ। ଏହାପରେ ଏହି ମିଶ୍ରଣରେ କିଛି କେଶର, କ୍ଷୀର ଦିଅନ୍ତୁ। ଏହାପରେ ସେଥିରେ ନିଜର ସ୍ୱାଦ ଅନୁଯାୟୀ, ଚିନି ପକାନ୍ତୁ।
ଏବେ ଗରମାଗରମ ପ୍ଲେଣ୍ଟକୁ ସର୍ଭ କରନ୍ତୁ ବାଦାମ ହାଲୱା। ଡ୍ରାଏ ଫ୍ରୁଟସ୍ ଦେଇ ଏହାକୁ ସଜାଇ ପାରିବେ। ଏହାକୁ ପୂଜାପର୍ବରେ ଅତିଥିଙ୍କ ପାଇଁ ଘରେ ପ୍ରସ୍ତୁତ କରିପାରିବେ।