ସୁନିଦ୍ରା ପାଇଁ ବାଳାସନ

ଭୁବନେଶ୍ୱର: ଉତ୍କଣ୍ଠା ଏବଂ ଅବସାଦ ଅନୁଭବ ହେଉଛି କି? ରାତିରେ ନିଦ ମଧ୍ୟ ହେଉ ନାହିଁ? ସୁନିଦ୍ରା ପାଇଁ ଡାକ୍ତରୀ ଔଷଧ ସେବନ ପାଇଁ ଯଦି ଚିନ୍ତା କରୁଥାନ୍ତି ତେବେ ରହିଯାଆନ୍ତୁ। ଔଷଧ ଖାଇବା ପୂର୍ବରୁ ପ୍ରତିଦିନ ୫ ରୁ ୧୦ ମିନିଟ୍‌ ବାଳାସନର ଅଭ୍ୟାସ କରନ୍ତୁ। ଏହି ଆସନ ଆପଣଙ୍କୁ ସୁନିଦ୍ରା ସହ ଅବସାଦରୁ ମଧ୍ୟ ଦୂରରେ ରଖିବ। କିପରି କରିବେ ବାଳାସନ: ଚଟାଣରେ ଆଣ୍ଠେଇବା ପରି ବସି ରୁହନ୍ତୁ। ଦୁଇ ହାତକୁ ପାଦର ଦୁଇ […]

balasana-for-sleep

Rakesh Mallick
  • Published: Saturday, 24 December 2016
  • , Updated: 27 April 2017, 05:07 PM IST

ଭୁବନେଶ୍ୱର: ଉତ୍କଣ୍ଠା ଏବଂ ଅବସାଦ ଅନୁଭବ ହେଉଛି କି? ରାତିରେ ନିଦ ମଧ୍ୟ ହେଉ ନାହିଁ? ସୁନିଦ୍ରା ପାଇଁ ଡାକ୍ତରୀ ଔଷଧ ସେବନ ପାଇଁ ଯଦି ଚିନ୍ତା କରୁଥାନ୍ତି ତେବେ ରହିଯାଆନ୍ତୁ। ଔଷଧ ଖାଇବା ପୂର୍ବରୁ ପ୍ରତିଦିନ ୫ ରୁ ୧୦ ମିନିଟ୍‌ ବାଳାସନର ଅଭ୍ୟାସ କରନ୍ତୁ। ଏହି ଆସନ ଆପଣଙ୍କୁ ସୁନିଦ୍ରା ସହ ଅବସାଦରୁ ମଧ୍ୟ ଦୂରରେ ରଖିବ।

କିପରି କରିବେ ବାଳାସନ: ଚଟାଣରେ ଆଣ୍ଠେଇବା ପରି ବସି ରୁହନ୍ତୁ। ଦୁଇ ହାତକୁ ପାଦର ଦୁଇ ପାଖରେ ଖୋଲା କରି ରଖନ୍ତୁ। ଧୀରେ ଧୀରେ ମୁଣ୍ଡକୁ ଆଗକୁ ଝୁକାଇ ତଳେ ମୁଣ୍ଡକୁ ଲଗାନ୍ତୁ। ଏହି ସ୍ଥିତିରେ ଅତିକମ୍‌ରେ ୫ ମିନିଟ୍‌ ପର୍ଯ୍ୟନ୍ତ ରୁହନ୍ତୁ। ଏହି ଆସନରେ ଥିବା ସମୟରେ ଆଖି ବନ୍ଦ ରଖିବେ ଏବଂ ସ୍ୱାଭାବିକ ଶ୍ୱାସକ୍ରିୟା ଜାରି ରଖିବେ।

ଏହି ଆସନକୁ ଆପଣ ଶୋଇବାକୁ ଯିବା ପୂର୍ବରୁ କରିପାରିବେ। ଯଦି ବିଳମ୍ବିତ ରାତିରେ ନିଦ ଭାଙ୍ଗିଯାଏ ଏବଂ ନିଦ ନ ହୁଏ, ତେବେ ବିଛଣାରେ ପୁନର୍ବାର ଏହି ଆସନ କରିପାରିବେ।

Related story