Advertisment

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ କଦଳୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ରୋଗରେ ପରିଣତ ହୋଇଛି। ରକ୍ତଚାପ ବଢ଼ିଲେ ମୁଣ୍ଡରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ଭାରି ଲାଗିବା, ବାନ୍ତି ଲାଗିବା, ଭୟ ଓ ଥକା ଲାଗିବା, ଝାପ୍ସା ଦେଖାଯିବା, ଦୁର୍ବଳ ଲାଗିବା ଓ ନାକରୁ ରକ୍ତ ବାହାରିବା ପରି ସମସ୍ୟା ଦେଖାଦେଇଥାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ଔଷଧ ଖା’ନ୍ତି। ତା’ସହିତ ଖାଦ୍ୟାଭ୍ୟାସରେ ବି ପରିବର୍ତ୍ତନ କରନ୍ତି। ଯଦି ଆପଣ ବି ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି ଏବଂ […]

ଅଦ୍ୟତନ ହୋଇଛି
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ କଦଳୀ

b555

Advertisment

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ରୋଗରେ ପରିଣତ ହୋଇଛି। ରକ୍ତଚାପ ବଢ଼ିଲେ ମୁଣ୍ଡରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ଭାରି ଲାଗିବା, ବାନ୍ତି ଲାଗିବା, ଭୟ ଓ ଥକା ଲାଗିବା, ଝାପ୍ସା ଦେଖାଯିବା, ଦୁର୍ବଳ ଲାଗିବା ଓ ନାକରୁ ରକ୍ତ ବାହାରିବା ପରି ସମସ୍ୟା ଦେଖାଦେଇଥାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ଔଷଧ ଖା’ନ୍ତି। ତା’ସହିତ ଖାଦ୍ୟାଭ୍ୟାସରେ ବି ପରିବର୍ତ୍ତନ କରନ୍ତି।

Advertisment

ଯଦି ଆପଣ ବି ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି ଏବଂ ଏହାର ଘରୋଇ ଉପଚାର କରିବାକୁ ଚାହୁଁଛନ୍ତି, ତା’ହେଲେ କଦଳୀ ଖାଇବା ଅଭ୍ୟାସ କରନ୍ତୁ।

ଉଚ୍ଚ ରକ୍ତଚାପ ପାଇଁ କଦଳୀ ଖୁବ୍‌ ଉପକାରୀ। କଦଳୀରେ ସୋଡିୟମ୍‌ର ମାତ୍ରା କମ୍‌ ରହିଛି, ତେଣୁ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

Advertisment

କଦଳୀରେ ଫାଇବର୍‌, କ୍ୟାଲୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ହାଇପର୍‌ ଟେନସନ୍‌ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

ଉଚ୍ଚ ରକ୍ତଚାପ ରୋଗୀ ସୋଡିୟମ୍‌ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। ତେଣୁ ସକାଳେ ଖାଲି ପେଟରେ କଦଳୀ ଖା’ନ୍ତୁ। ଏଥିରେ ଥିବା ପୋଟାସିୟମ୍ ରକ୍ତଚାପ ନିୟନ୍ତ୍ରଣ କରିଥାଏ।

ତେବେ ମନେ ରଖନ୍ତୁ, କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି‌୬ ରହିଛି, ତେଣୁ ଏହାକୁ ମାତ୍ରାଧିକ ଖାଇବା ଦ୍ୱାରା ସ୍ନାୟୁ ନଷ୍ଟ ହେବାର ଆଶଙ୍କା ରହିଛି। ଯଦି ଆପଣ ପ୍ରତିଦିନ ଏକ୍ସସରସାଇଜ୍‌ କରୁନାହାନ୍ତି, ତା’ହେଲେ କଦଳୀ କମ୍ ଖା’ନ୍ତୁ। କାରଣ ଏଥିରେ ଥିବା ଷ୍ଟ୍ରାର୍ଚ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ। ତେଣୁ ପେଟରେ ଯନ୍ତ୍ରଣା ହୋଇଥାଏ। ସେହିପରି ଭଲ ଭାବରେ ପାଚି ନଥିବା କଦଳୀ ଖାଇଲେ ମଧ୍ୟ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe