Advertisment

କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

କଦଳୀ ଆମ ଶରୀର ପାଇଁ ଖୁବ୍‌ ସ୍ୱାସ୍ଥ୍ୟକର। କଦଳୀରେ ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ B6 ଏପରି ଅନେକ ପୁଷ୍ଠିକର ଉପାଦାନ ଥାଏ।  ଜଣେ ବ୍ୟକ୍ତି ଦିନକୁ ୨କି ୩ଟି କଦଳୀ ଖାଇବା ଦରକାର। ତଥାପି ଏମିତି କିଛି ସମସ୍ୟା ଅଛି ଯେଉଁ ସମୟରେ କଦଳୀ ଖାଇଲେ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। କଦଳୀରେ ସୁଗାର, କାର୍ବୋହାଇଡ୍ରେଟସ୍‌ ଉପାଦାନ ରହିଥାଏ । ଯ଼ାହାକୁ ଅଧିକ ଖାଇଲେ ଶରୀରରେ ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ କେଉଁ ରୋଗର […]

ଅଦ୍ୟତନ ହୋଇଛି
କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌
Advertisment

କଦଳୀ ଆମ ଶରୀର ପାଇଁ ଖୁବ୍‌ ସ୍ୱାସ୍ଥ୍ୟକର। କଦଳୀରେ ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ B6 ଏପରି ଅନେକ ପୁଷ୍ଠିକର ଉପାଦାନ ଥାଏ।  ଜଣେ ବ୍ୟକ୍ତି ଦିନକୁ ୨କି ୩ଟି କଦଳୀ ଖାଇବା ଦରକାର। ତଥାପି ଏମିତି କିଛି ସମସ୍ୟା ଅଛି ଯେଉଁ ସମୟରେ କଦଳୀ ଖାଇଲେ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। କଦଳୀରେ ସୁଗାର, କାର୍ବୋହାଇଡ୍ରେଟସ୍‌ ଉପାଦାନ ରହିଥାଏ । ଯ଼ାହାକୁ ଅଧିକ ଖାଇଲେ ଶରୀରରେ ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ କେଉଁ ରୋଗର ଲକ୍ଷଣ ଥିଲେ କଦଳୀ ଖାଇବା ଅନୁଚିତ୍‌। ଦିଲ୍ଲୀ ଏମ୍ସର ଆସିଷ୍ଟାଣ୍ଟ ଡାଇଟିସିୟନ ରେଖା ପାଲ ସାହଙ୍କ ମତରେ ଶରୀରରେ ୭ଟି ରୋଗ ଥିବା ସମୟରେ କଦଳୀ ଖାଇବା ଅନୁଚିତ୍‌।

Advertisment

 ମେଦବହୁଳ ସମସ୍ୟା

କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ ।

 ହାୟପରକେଲେମିଆ

କଦଳୀରେ ପୋଟାସିୟମ ଅଶଂ ଅଧିକ ପରିମାଣରେ ଥାଏ। । ଯ଼ାହାଦ୍ୱାରା ହାର୍ଟବିଟ ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ ହାୟପରକେଲେମିଆରେ ପୀଡ଼ିତ ଥିବା ରୋଗୀ କଦଳୀ ଖାଇବା କଥା ନୁହଁ।

Advertisment

 ମାଇଗ୍ରେନ(ମୁଣ୍ଡବିନ୍ଧା) ସମସ୍ୟା

କଦଳୀରେ ଥିବା ଥାୟାମିନ ନାମକ ଏକ ଉପାଦାନ ମୁଣ୍ଡବିନ୍ଧା ସମସ୍ୟାକୁ ବଢାଇଥାଏ। ତେଣୁ  ମାଇଗ୍ରେନ ସମସ୍ୟାରେ ପିଡ଼ୀତ ରୋଗୀ କଦଳୀ ଖାଇବା କଥା ନୁହଁ।

ନ୍ୟୁରୋଲୋଜିକାଳଲ ଡିଜ୍‌ଅର୍ଡ଼ର

କଦଳୀରେ ଭିଟାମିନ B6 ରହିଥାଏ ।  ଯ଼ାହାଦ୍ୱାରା ଶରୀରର ଥିବା ଶିରାକୁ ଦୁର୍ବଳ କରିଦିଏ।  ତେଣୁ ନ୍ୟୁରୋଲୋଜିକାଳଲ ଡିଜ୍‌ଅର୍ଡ଼ର

ଥିଲେ କଦଳୀ ଖାଆନ୍ତୁ ନାହିଁ।

ମଧୁମେୟ ରେଗୀ

କଦଳୀରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ଏବଂ ସୁଗାର  ରହିଥାଏ। ଯ଼ାହାକୁ ଖାଇବା ଦ୍ୱାରା ଦେହରେ ସୁଗାର ପରିମାଣ ବଢିଯ଼ାଇଥାଏ ।

 ଆଲର୍ଜି ସମସ୍ୟା

କଦଳୀ ଖାଇବା ଦ୍ୱାରା ଶରୀରରେ ଆଲର୍ଜି ଦେଖାଦେଇଥାଏ। , ଫଳସ୍ୱରୁପ ଦେହ କୁଣ୍ଡାଇହେବା ଓ ଶରୀର ନାଲି ପଡିଥାଏ। ତେଣୁ ଆଲର୍ଜି ସମସ୍ୟା  ଥିଲେ କଦଳୀ ଖାଇବା କଥା ନୁହଁ।

କିଡନୀ ସମସ୍ୟା

କଦଳୀରେ ଥିବା ପୋଟାସିୟମ କିଡନୀ ଉପରେ ଅଧିକ ପ୍ରଭାବ ପକାଇଥାଏ।।  ଯାହାଦ୍ୱାରା କିଡନି ସମସ୍ୟାକୁ ଦ୍ୱିଗୁଣିତ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe