Advertisment

ଶରୀରର ଓଜନ କମାଇ ପତଳା କରିଥାଏ ତୁଳସୀ ମଞ୍ଜି

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଓଜନ ବଢ଼ିବା ଏବଂ ମୋଟା ହେବା ଆଜିକାଲି ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ହେଲେ ଏହା ବହୁ ରୋଗକୁ ଆମନ୍ତ୍ରଣ କରିଥାଏ।  ଲୋକମାନେ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଡାଏଟ୍‌ ପ୍ଲାନ୍‌ କରିଥାନ୍ତି। କିନ୍ତୁ ବହୁତ କମ୍‌ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି। ଆପଣ ଜାଣିଛନ୍ତି କି, ତୁଳସୀ ମଞ୍ଜି ଆପଣଙ୍କ ଓଜନ କମାଇବା ସହ ଆପଣଙ୍କୁ ଫିଟ୍‌ ମଧ୍ୟ […]

author-image
Rosalin Rath
ଶରୀରର ଓଜନ କମାଇ ପତଳା କରିଥାଏ ତୁଳସୀ ମଞ୍ଜି

11

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଓଜନ ବଢ଼ିବା ଏବଂ ମୋଟା ହେବା ଆଜିକାଲି ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ହେଲେ ଏହା ବହୁ ରୋଗକୁ ଆମନ୍ତ୍ରଣ କରିଥାଏ।  ଲୋକମାନେ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଡାଏଟ୍‌ ପ୍ଲାନ୍‌ କରିଥାନ୍ତି। କିନ୍ତୁ ବହୁତ କମ୍‌ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି। ଆପଣ ଜାଣିଛନ୍ତି କି, ତୁଳସୀ ମଞ୍ଜି ଆପଣଙ୍କ ଓଜନ କମାଇବା ସହ ଆପଣଙ୍କୁ ଫିଟ୍‌ ମଧ୍ୟ ରଖିଥାଏ।

Advertisment

publive-image

ଆମେ ଏଠାରେ ଆପଣ ଯେଉଁ ତୁଳସୀ ପୂଜା କରନ୍ତି ସେ ବିଷୟରେ କଥା କହୁନାହୁଁ। ଏହା ଏକ ଅଲଗା କିଷମର ତୁଳସୀ ଅଟେ। ଏହା ସ୍ୱାଦରେ  ହାଲକା ମିଠା ହୋଇଥାଏ। ଏହି ତୁଳସୀକୁ ଦେଶ ବିଦେଶରେ ମଧ୍ୟ ବ୍ୟବହାର କରାଯାଏ। ଆଉ ଏହାକୁ ବ୍ୟବହାର କରି କିଛି ସ୍ପେଶାଲ୍‌ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ।
ଏହି ତୁଳସୀରେ ଭିଟାମିନ୍‌-କେ, ଆଇରନ୍‌ ସହ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ।

publive-image

ଏହି ତୁଳସୀ ମଞ୍ଜି ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଫାଇଦା  ମିଳିଥାଏ। ଏହା ବ୍ଲଡ୍‌ ସୁଗାର କମ୍‌ କରିଥାଏ।

Advertisment

ଏହା ଆହୁରି ମଧ୍ୟ ଆମର କେଶ ଏବଂ ତ୍ୱଚା ପାଇଁ  ବହୁ ଉପକାରୀ ହୋଇଥାଏ।  କିନ୍ତୁ ଏହା ଓଜନ କମାଇବାରେ ବହୁତ ସାହାଯ୍ୟ କରିଥାଏ। ଏହାକୁ ଆପଣ ସଠିକ ଢଙ୍ଗରେ ଖାଇବା ଦରକାର।

publive-image

ତେବେ ଜାଣି ରଖନ୍ତୁ ଏହାକୁ କିପରି ପ୍ରସ୍ତୁତ କରି ଖାଇବେ

publive-image

ତୁଳସୀ ମଞ୍ଜିକୁ ଗୋଟେ କପ୍‌ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ଆଉ ଏହାକୁ ସକାଳେ ଉଠି ଖାଆନ୍ତୁ। ଖାଇବା ସହ ଭିଜା ହୋଇଥିବା ପାଣି ମଧ୍ୟ ପିଇଦିଅନ୍ତୁ।
ଏହାକୁ ଆପଣ ଯେ କୌଣସି ଖାଦ୍ୟରେ ପକାଇ ଖାଇ ପାରିବେ। ଏହାକୁ ସାଲାଡ୍‌, ସୁପ୍‌, ବା ପାନୀୟରେ ମଧ୍ୟ ପକାଇ ପିଇ ପାରିବେ।

publive-image

ଏଥିରେ ଫାଇବର୍‌ ଅଧିକ ମାତ୍ରାରେ ରହିଥାଏ। ଆଉ ଏହାକୁ ଖାଇବା ଦ୍ୱାରା ଅନେକ ସମୟ ପର୍ଯ୍ୟନ୍ତ  ପେଟ ଫୁଲ୍‌ ହୋଇ ରହିଥାଏ। ଏଥିପାଇଁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ମଧ୍ୟ ଲାଗି ନ ଥାଏ।

ତୁଳସୀରେ ଅଲ୍ଫା ଲିନୋଲେନିକ୍‌ ଏସିଡ୍‌ (Alpha-linolenic acid) ରହିଥାଏ। ଯାହା ଆମ ଶରୀରରୁ ଫ୍ୟାଟ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ।

ଏହାକୁ ଆପଣ ଯେ କୌଣସି ସୁପର୍‌ମାର୍କେଟ୍‌ ଏବଂ ଅନ୍‌ଲାଇନ୍‌ରୁ ମଧ୍ୟ କିଣି ପାରିବେ।