Advertisment

ସାବଧାନ…ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି?

ଶୀତ ଦିନ ଆସିବା ମାତ୍ରେ ଆମ ଶରୀରର ମିଜାଜ ବଦଳିଯାଏ। ଏହି ସମୟରେ ଥଣ୍ଡା, ଜ୍ୱର ବା ଇନ୍‌ଫେକସନ୍‌ ହେବା ନେଇ ଅଧିକ ଆଶଙ୍କା ରହିଥାଏ । ଏଥିପାଇଁ  ଶୀତ ଦିନେ ଲୋକେ ଗରମ ଗରମ ଖାଦ୍ୟ ଖାଇବା, ଗରମ ପୋଷାକ ପିନ୍ଧିବା, ଗରମ କଫି କିମ୍ବା ଚା’ ପିଇବା ସହ ଗରମ ପାଣିରେ ଗାଧୋଇବା ପାଇଁ ଭଲ ପା’ନ୍ତି। ତେବେ ଏସବୁ ଆମ ଶରୀର ପାଇଁ କେତେ ଭଲ ଏବଂ କେତେ କ୍ଷତିକାର ହୋଇପାରେ ଜାଣିଛନ୍ତି […]

ଅଦ୍ୟତନ ହୋଇଛି
ସାବଧାନ…ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି?

warm water

Advertisment

ଶୀତ ଦିନ ଆସିବା ମାତ୍ରେ ଆମ ଶରୀରର ମିଜାଜ ବଦଳିଯାଏ। ଏହି ସମୟରେ ଥଣ୍ଡା, ଜ୍ୱର ବା ଇନ୍‌ଫେକସନ୍‌ ହେବା ନେଇ ଅଧିକ ଆଶଙ୍କା ରହିଥାଏ । ଏଥିପାଇଁ  ଶୀତ ଦିନେ ଲୋକେ ଗରମ ଗରମ ଖାଦ୍ୟ ଖାଇବା, ଗରମ ପୋଷାକ ପିନ୍ଧିବା, ଗରମ କଫି କିମ୍ବା ଚା' ପିଇବା ସହ ଗରମ ପାଣିରେ ଗାଧୋଇବା ପାଇଁ ଭଲ ପା'ନ୍ତି। ତେବେ ଏସବୁ ଆମ ଶରୀର ପାଇଁ କେତେ ଭଲ ଏବଂ କେତେ କ୍ଷତିକାର ହୋଇପାରେ ଜାଣିଛନ୍ତି କି । ଆସନ୍ତୁ ସେ ଉପରେ ନଜର ପକାଇବା।

Advertisment

-ଶୀତ ଦିନେ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଏହା ଆମ ଶରୀର ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଗରମ ପାଣି ଆମ ତ୍ୱଚାରେ ଥିବା କେରାଟିନ ନାମକ ସେଲ୍ସକୁ ନଷ୍ଟ କରିଦିଏ। ଏହା ଦ୍ୱାରା ତ୍ୱଚାରେ କୁଣ୍ଡେଇ ହେବା, ଶୁଷ୍କ ହୋଇଯିବା ତଥା ଲାଲ ପଡିଯିବା ଭଳି ସମସ୍ୟା ଦେଖାଦେଇଥାଏ ବିଶେଷଜ୍ଞମାନେ ମତ ଦିଅନ୍ତି।

-ଶୀତ ଦିନେ ନିଜକୁ ଗରମ ରଖିବା ଭଲ କଥା, କିନ୍ତୁ ଗରମ ରଖିବା ଚକ୍କରରେ ଅଧିକ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀର ଓଭର ହିଟିଂର ଶିକାର ହୋଇପାରେ। ଅଧିକ ଗରମ ହେବା ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କାମ କରିବା ବନ୍ଦ କରିଦିଏ।

Advertisment

-ଶୀତ ଦିନେ ସାଧାରଣତଃ ଅଧିକ ଭୋକ ହୁଏ। ଏଭଳି ସ୍ଥିତିରେ ଲୋକ ନିଜ ସ୍ୱାସ୍ଥ୍ୟ ଚିନ୍ତା ନକରି ଅଧିକ ଖାଦ୍ୟ ଖାଇଥା'ନ୍ତି। ଫାଷ୍ଟଫୁଡ ଖାଦ୍ୟ ପ୍ରତି ମନ ବଳାଇଥାନ୍ତି। ଫଳରେ ଓଜନ ବଢ଼ିବା ସହ ଶରୀରରେ ଅନେକ ରୋଗ ସମସ୍ୟା ମଧ୍ୟ ବଢ଼ିଥାଏ। ତେଣୁ ଶୀତଦିନେ ଭୋକ ହେଲେ ଫଳ କିମ୍ବା ହାଇ ଫାଇଭର ଯୁକ୍ତ ପରିବା ଖାଇବା ଉଚିତ।

- ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଲୋକେ ଚା' କିମ୍ବା କଫି ପିଇବା ପାଇଁ ପସନ୍ଦ କରନ୍ତି। କନ୍ତୁ ଏଥିରେ ଥିବା କେଫିନ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ତେଣୁ ଶୀତଦିନେ ଅତି ବେଶୀରେ ଦିନରେ ୨ କିମ୍ବା ୩ କପ୍‌ରୁ ଅଧିକ ଚା' କିମ୍ବା କଫି ପିଇବା ଉଚିତ ନୁହେଁ।

-ଶୀତ ଦିନେ କମ୍‌ ଶୋଷ ହୁଏ, ଫଳରେ ଲୋକେ କମ୍‌ ପାଣି ପିଅନ୍ତି। ପାଣି ନ ପିଇବା ଯୋଗୁଁ ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖାଦିଏ। ଏହାଦ୍ୱାରା କିଡ୍‌ନୀ ଜନିତ ସମସ୍ୟା ଏବଂ ହଜମ ଶକ୍ତି କମିବାକୁ ଲାଗେ। ପେଟ ଜନିତ ସମସ୍ୟା ଦେଖାଦିଏ। ତେଣୁ ଶୀତଦିନେ ଅଧିକରୁ ଅଧିକ ପାଣି ପିଇବା ଉଚିତ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe