Advertisment

ବାୟୁ ପ୍ରଦୂଷଣ ଗର୍ଭବତୀ ମହିଳାଙ୍କ ପାଇଁ ବିପଦ

ଭୁବନେଶ୍ୱର: ବାୟୁ ପ୍ରଦୂଷଣ ଆମ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଅନେକେ ହୁଏତ ଜାଣନ୍ତି ନାହିଁ ଯେ ଗର୍ଭବତୀ ମହିଳାଙ୍କ ପାଇଁ ଏହା ବହୁତ କ୍ଷତିକାରକ ଓ ହାନିକାରକ ସ୍ୟାବସ୍ତ ହୋଇଥାଏ। ବିଶେଷ କରି ଶ୍ୱାସରୋଗରେ ପୀଡିତା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍  ହେଲଥ୍  ପକ୍ଷରୁ କୁହାଯାଇଛି ଯେ, ଶ୍ୱାସରୋଗରେ ପୀଡିତା ଗର୍ଭବତୀ ମହିଳା ପ୍ରଦୂଷଣର ଶିକାର ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ  ପ୍ରସବ ହେବାର […]

ଅଦ୍ୟତନ ହୋଇଛି
ବାୟୁ ପ୍ରଦୂଷଣ ଗର୍ଭବତୀ ମହିଳାଙ୍କ ପାଇଁ ବିପଦ

b

Advertisment

ଭୁବନେଶ୍ୱର: ବାୟୁ ପ୍ରଦୂଷଣ ଆମ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଅନେକେ ହୁଏତ ଜାଣନ୍ତି ନାହିଁ ଯେ ଗର୍ଭବତୀ ମହିଳାଙ୍କ ପାଇଁ ଏହା ବହୁତ କ୍ଷତିକାରକ ଓ ହାନିକାରକ ସ୍ୟାବସ୍ତ ହୋଇଥାଏ। ବିଶେଷ କରି ଶ୍ୱାସରୋଗରେ ପୀଡିତା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ।

Advertisment

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍  ହେଲଥ୍  ପକ୍ଷରୁ କୁହାଯାଇଛି ଯେ, ଶ୍ୱାସରୋଗରେ ପୀଡିତା ଗର୍ଭବତୀ ମହିଳା ପ୍ରଦୂଷଣର ଶିକାର ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ  ପ୍ରସବ ହେବାର ଆଶଙ୍କା ଅନେକ ବଢିଯାଇଥାଏ।

ଶ୍ୱାସରୋଗ ପୀଡିତା ଗର୍ଭବତୀ ମହିଳାମାନଙ୍କ ପାଇଁ  ଶେଷ ଛଅ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ। ପ୍ରଦୂଷିତ ବାୟୁରେ ଥିବା ଏସିଡ୍‌ ଓ ଧୂଳିକଣା ସଂସ୍ପର୍ଶରେ ଆସିଲେ ସମୟ ପୂର୍ବରୁ ମହିଳାମାନଙ୍କ ପ୍ରସବ ହୋଇ ଯିବାର ଆଶଙ୍କା ବଢିଯାଇଥାଏ।

Advertisment

ଇଣ୍ଡିଆନ୍ ମେଡିକାଲ୍ ଅସୋସିଏସନର ମହା ସଚିବ ଡକ୍ଟର କେ.କେ. ଅଗ୍ରୱାଲଙ୍କ କହିବା ଅନୁୟାଯୀ,ଶ୍ୱାସରୋଗରେ ପୀଡିତା ମହିଳାଙ୍କ ପାଇଁ ବାୟୁ ପ୍ରଦୂଷଣ ବେଳେ ବାହାରକୁ ଯିବା ଅନୁଚିତ୍। ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ନେବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ଓ ନିମୋନିଆ, ଟିବି, କ୍ୟାନସର ଓ ଶ୍ୱାସ ରୋଗ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe